ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ହାଇଦ୍ରାବାଦରେ ଦାଦନ ଖଟିବାକୁ ଯାଇ ଶଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜୟପାଟଣା ଗାନ୍ଧୀ ଗ୍ରାମ ପଡାର ଜଗନ୍ନାଥ ପୋଟେଲଙ୍କ ମୃତଦେହ ଗାଁ ରେ ପହଞ୍ଚି ଥିଲା। ଗ୍ରାମରେ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ରୋଜଗାରିଆ ସ୍ବାମୀକୁ ହରାଇ ସ୍ତ୍ରୀ ଦମୟନ୍ତୀ ପୋଟେଲ (୨୫) ଭାଙ୍ଗି ପଡିଛନ୍ତି। ତାଙ୍କର ତିନୋଟି ଶିଶୁ ରାଜ ପୋଟେଲକୁ ଛଅ ବର୍ଷ ହୋଇଥିବା ବେଳେ ନିତ୍ୟା ତିନି ବର୍ଷ ଏବଂ ଏଲିନାକୁ ଦେଢ ବର୍ଷର ହୋଇଥିବାରୁ କିଭଳି ପ୍ରତିପୋଷଣ କରିବେ ଚିନ୍ତାରେ ପଡ଼ିଛନ୍ତି। ଗରିବ ଶ୍ରେଣୀର ସୋଇଥିଲେ ବି ତାଙ୍କ ପରିବାର ରେ ରେସନ କାର୍ଡ କିମ୍ବା ଆବାସ ଘର ଟିଏ ମିଳି ନାହିଁ। ତେଣୁ ମୃତକ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା କୁ ଦାବି ହେଉଛି।ଜୟପାଟଣା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧାର୍ଥ ମୁଣ୍ଡ ମୃତକ ପରିବାରକୁ ଭେଟି ହରିଶ୍ଚନ୍ଦ୍ର ଯୋଜନାରେ ତିନି ହଜାର ଟଙ୍କା ସହାୟତା ଦେବା ସହ ଦମୟନ୍ତୀଙ୍କୁ ବିଧବା ଭତ୍ତା ଓ ଆଗାମୀ ଦିନରେ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।