ବିଭାଗୀୟ ପ୍ରକଳ୍ପ ଉପରେ କଲେ ସମୀକ୍ଷା
ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପରାମର୍ଶଦାତା ନାରାୟଣ ସାହୁ। ଗୁରୁବାର ଦିନିକିଆ ଗସ୍ତରେ ଆସିଥିବା ଶ୍ରୀ ସାହୁଙ୍କ ଏହି ଗସ୍ତ ଅବସରରେ ଥୁଆମୁଳ ରାମପୁର ଆଦିବାସୀ ସମନ୍ଵିତ ସଂସ୍ଥା ଏବଂ ପଞ୍ଚାୟତ ସମିତି ଦ୍ୱାରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ସମ୍ପାଦିତ ହେଉଥିବା ବିଭିନ୍ନ ପ୍ରକଳ୍ପକୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି ଏବଂ ବ୍ଲକ ସହକାରୀ ଯନ୍ତ୍ରୀ ଦିଲୀପ କୁମାର ପଟେଲଙ୍କ ସହିତ ଆଲୋଚନା କରିଥିଲେ। ଥୁଆମୂଳ ରାମପୁର ଭଳି ଉପାନ୍ତ ଅଞ୍ଚଳ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ତତ୍ପର ରହାଥିବା ବେଳେ ବିଭାଗ ପକ୍ଷରୁ ଅଞ୍ଚଳର ବିକାଶ ପାଇଁ ଆବଶ୍ୟକୀୟ ଅନୁଦାନ ପାଇନଥିବା ହୃଦବୋଧ କରିଥିଲେ।ଅଞ୍ଚଳର ବିକାଶ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଯଥା ସମ୍ଭବ ଅନୁଦାନ ଦିଆଯିବ। ଏଣୁ ଏଥିରେ ଅଞ୍ଚଳର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କିଛି ପ୍ରକଳ୍ପ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ପଠାଇବା ପାଇଁ ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ।