ଆକାଂକ୍ଷା ବ୍ଲକକୁ ନେଇ ପ୍ରଶିକ୍ଷଣ ଶିବିର : ଯୋଗଦେଲେ କଳାହାଣ୍ଡିର ଦୁଇ ସରପଞ୍ଚ

ଓଡିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କେନ୍ଦ୍ରିୟ ନିତିଆୟୋଗ ବିଭାଗ ସହିତ ଜଡ଼ିତ ପିରାମଲ ଫାଉଣ୍ଡେସନ ସଂସ୍ଥା ପକ୍ଷରୁ ଦେଶର ପ୍ରତେକ ରାଜ୍ୟରୁ ଆକାଂକ୍ଷା ଜିଲ୍ଲା ଅନ୍ତର୍ଗତ ପ୍ରତେକ ବ୍ଲକରୁ ଜଣେ ଲେଖାଏ ସରପଞ୍ଚ ମାନଙ୍କୁ ନେଇ ସଂସ୍ଥାର ମୁଖ୍ଯାଳୟ ପିରାମଲ ଫଙ୍କସନ ସ୍କୁଲ ଅଫ୍ ଲିଡରସିପ୍ ରାଜସ୍ଥାନରେ ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶାରୁ କଳାହାଣ୍ଡି ଜିଲ୍ଲାର ଆକାଂକ୍ଷା ବ୍ଲକ ଥୁଆମୂଳ ରାମପୁର ପକ୍ଷରୁ ଥୁଆମୂଳ ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ଶ୍ରୀ ବଳଭଦ୍ର ଜାନୀ ଏବଂ ମଦନପୁର ରାମପୁର ବ୍ଲକରୁ ଉତ୍ସବ ପ୍ରଧାନଙ୍କ ସମେତ କୋରାପୁଟ, କନ୍ଧମାଳ, ଗଜପତି,ମାଲକାନଗିରି, ରାୟଗଡା, ଡେଙ୍କାନାଳ, ନୂଆପଡ଼ା,ବଲାଙ୍ଗୀର,ନବରଙ୍ଗପୁର ଭଳି ସମସ୍ତ ଆକାଂକ୍ଷା ବ୍ଲକର ମୋଟ ୨୧ ଜଣ ସରପଞ୍ଚ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ। ଏଥିସହିତ କେରଳ, ତାମିଲନାଡୁ, ଝାଡ଼ଖଣ୍ଡ, ଛତିଶଗଡ ଭଳି ଅନ୍ୟାନ୍ଯ ରାଜ୍ୟରୁ ମଧ୍ଯ ଅଂଶଗ୍ରହଣ କରିଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତ୍ୟେକ ୱାର୍ଡରେ ଲୋକଙ୍କ ମନରେ ସଚେତନତା ଜାଗ୍ରତ ହେଲେ ଅଞ୍ଚଳର ଉନ୍ନତି ହୋଇପାରିବ ଅବହେଳିତ ଅଞ୍ଚଳରେ ନିୟମିତ ସୁଶାସନ ବ୍ୟବସ୍ଥାରେ ସୁଦୃଢ କରାଯାଇପାରିବ। ସେ ନେଇ ଖେଳ କାହାଣୀ ଉଦାହରଣ ସ୍ୱରୂପ ଆଲୋକପାତ କରିଥିଲେ।ଜିଲ୍ଲା ଏବଂ ରାଜ୍ୟ ପିରାମଲ ଫାଉଣ୍ଡେସନ କର୍ମକର୍ତ୍ତା ପକ୍ଷରୁ ସରପଞ୍ଚ ମାନଙ୍କୁ ନେବା ଆଣିବା ଭଳି ଉତ୍ତମ ବ୍ୟବସ୍ଥା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.