ନର୍ଲା ଯୁକ୍ତ ଦୁଇ କଲେଜର ନୂତନ ଅଧ୍ୟକ୍ଷ ଭାବରେ ଭବାନୀ ଶଙ୍କର ଦାସଙ୍କ ଦାୟୀତ୍ବ ଗ୍ରହଣ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନୂତନ ଅଧ୍ୟକ୍ଷ ଭାବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନର୍ଲାର ଦାୟୀତ୍ବ ଭାର ଗ୍ରହଣ କଲେ ଭବାନୀ ଶଙ୍କର ଦାସ। ଗତ ଡ଼ିସେମ୍ବର ୩୧ ରେ କାର୍ଯ୍ୟରୁ ଅବସର ନେଇଥିଲେ ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ। ରାଜନୀତି ବିଜ୍ଞାନ ଅଧ୍ୟାପକ ଭବାନୀ ଶଙ୍କର ଦାସ ସିନିଅର ଅଧ୍ୟାପକ ହୋଇଥିବାରୁ ସେ ଅଧ୍ୟକ୍ଷ ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ତେଣୁ ତାଙ୍କୁ ଏହି ଦାୟୀତ୍ବ ମିଳିଛି। ଭବାନୀ ଶଙ୍କର ଦାସ ଜଣେ ମେଳାପି, ଛାତ୍ର ବତ୍ସଳ ଅଧ୍ୟାପକ ହୋଇଥିବା ସହ ସହକର୍ମୀ ମାନଙ୍କର ଅତିପ୍ରିୟ। ଜଣେ ସ୍ନେହୀ ମଣିଷ ଭାବରେ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ନିକଟରେ ପ୍ରିୟପାତ୍ର ସାଜିଛନ୍ତି। ଶୁକ୍ରବାର ସେ ଅଧ୍ୟକ୍ଷ ଭାବରେ ଦାୟୀତ୍ବ ଭାର ଗ୍ରହଣ କରିଥିବାରୁ କଲେଜର ସମସ୍ତ କର୍ମଚାରୀ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ତାଙ୍କର ଉତ୍ତୋରତ୍ତର ଉନ୍ନତି ଓ ସୁନାମ କାମନା କରିଥିଲେ। ଶ୍ରୀ ଦାସ ଅଧ୍ୟାକ୍ଷ ଭାବରେ ଦାୟୀତ୍ବ ଗ୍ରହଣ କରିବା ପରେ ଛାତ୍ର ଛାତ୍ରୀ, ବିଦ୍ୟାଳୟର କର୍ମଚାରୀ ଓ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.