ଅଡ୍ରି ଠାରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ

ପଞ୍ଚାୟତବାସୀଙ୍କୁ ସଚେତନତାର ବାର୍ତ୍ତା ଦେଲେ ବିଧାୟକ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ଥୁଆମୂଳ ରାମପୁର ବ୍ଲକ ଅଡ୍ରି ପଞ୍ଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଡ୍ରି ସରପଞ୍ଚଙ୍କ ଶ୍ରୀମତୀ ନାନ୍ଦାଇ ମାଝୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।‌ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ପ୍ରମିଳା ମାଝୀ, ସ୍ଥାନୀୟ ସମିତି ସଭ୍ୟ ରାମ ମାଝୀ, କପିଳାସ ନାଏକ, କୃଷ୍ଣଚନ୍ଦ୍ର ସାହୁ, ଗୋବିନ୍ଦ ପ୍ରଧାନୀ ପ୍ରମୁଖ ଯୋଗ ଦେଇଥିଲେ।

ସାଧାରଣ ଲୋକଙ୍କ ହିତରେ ସମର୍ପିତ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ସମ୍ପର୍କରେ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।ସରକାର ଜନ୍ମ ଠୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଲୋକେ ପ୍ରତ୍ୟେକ ଯୋଜନାରେ ଉପକୃତ ହେଉଛନ୍ତି। ହେଲେ କେତେକାଂଶରେ ଲୋକେ ଏସବୁ ଯୋଜନା ଉପରେ ଅବଗତ ହେଇ ପାରୁନଥିବା ବିଡମ୍ବନାର ବିଷୟ ବୋଲି ବିଧାୟକ ଶ୍ରୀ ଦିଶାରୀ ଉଦବୋଧନ ଦେଇଛନ୍ତି। ପ୍ରତ୍ୟେକ ଲୋକ ସଚେତନ ହେବାର ଆବଶ୍ୟକତା ରହିଛି। ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗମନାଗମନର ରୂପାନ୍ତରୀକରଣ ସହିତ ଲୋକଙ୍କ ଜୀବନ ଜୀବିକା ଉପରେ ମଧ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତକରି ରୋଜଗାରର ମାଧ୍ୟମ ସୃଷ୍ଟି କରିଛନ୍ତି। ଏଥିପାଇଁ ସରକାର ବିଭିନ୍ନ ପ୍ରକଳ୍ପ ପାଇଁ ତାଲିମ ବ୍ୟବସ୍ଥା ମଧ୍ୟ ରହିଛି। ସବୁବେଳେ ଏବଂ ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା ବେଳେ ଆଜି ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ରୋଜଗାରର ବିଭିନ୍ନ ମାର୍ଗ ଉନ୍ମୁକ୍ତ କରିଛନ୍ତି ବୋଲି ବିଧାୟକ ଶ୍ରୀ ଦିଶାରୀ ସଚେତନ ବାର୍ତ୍ତା ଦେଇଛନ୍ତି।

କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନେ ମଧ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇଥିଲେ।କାର୍ଯ୍ୟକ୍ରମରେ ଆଦର୍ଶ ଅଙ୍ଗନବାଡି, ଆଶା କର୍ମୀ ସମାଜସେବୀ ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ସଚେତନତା ପ୍ରଦର୍ଶନୀ ଷ୍ଟଲ ଲାଗିଥିଲା। କାର୍ଯ୍ୟକ୍ରମରେ ପଞ୍ଚାୟତର ଶତାଧିକ ଲୋକେ ଉପସ୍ଥିତ ରହିଥିଲେ।

କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ତଥା କନିଷ୍ଠ ଯନ୍ତ୍ରୀ ମଳୟ କୁମାର ସତପଥିଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପଞ୍ଚାୟତର ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ପଟେଲ।ମଞ୍ଚ ପରିଚାଳନା କରିଥିଲେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ପଟ୍ଟନାୟକ। ପଞ୍ଚାୟତର ଗ୍ରାମ ରୋଜଗାର ସେବକଙ୍କ ସମେତ ଉକ୍ତ ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.