ବଜାଶାଲ୍ ଓ ଢାପ୍ ରେ ଦୁଲୁକିଲା ମଞ୍ଚ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲୋକକଳା ବଜାଶାଲ୍ ଓ ଢାପ୍ ରେ ଘୁମୁରି ଉଠିଲା ମଞ୍ଚ। ଦର୍ଶକ ମନଭରି ଉପଭୋଗ କଲେ ପାରମ୍ପରିକ ନୃତ୍ୟ କଳା। ଏହି ଦୃଶ୍ୟ ହେଉଛି ସରିଆଁ ଠାରେ ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମର। ଶୁକ୍ରବାର କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ। ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ତିନୋଟି ପର୍ଯ୍ୟାୟରେ ଚାଲିଥିଲା।

ପ୍ରଥମ ଅଧିବେସନରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଜିଲ୍ଲା ସରପଞ୍ଚ ସଂଘ ସଭାପତି ସୁବୋଧ ରଣା, ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ସରିଆଁ ହାଇସ୍କୁଲର ପ୍ରଧାନଶିକ୍ଷକ ସାଧୁରାମ ଭୋଇ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା ଯୋଗଦେଇ ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ସମ୍ମାନିତ ଅତିଥି ଭାବେ ଓଡ଼ିଆ ବାର୍ତ୍ତା ସଂପାଦକ ତଥା ସଂସ୍କୃତି ଗବେଷକ ସୁନୀଲ କୁମାର ଧଙ୍ଗଡାମାଝୀ, ବାଗପୁର ସରପଞ୍ଚ ଗୋପାଳ ଚନ୍ଦ୍ର ହାତୀ, ନାଏବ ସରପଞ୍ଚ ଲୋଚନା ଘରଡା, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ରାକ୍ସି ସମିତି ସଭ୍ୟ ଚୁମନ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ସେହିପରି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ବିଜେଡି ସାଧାରଣ ସମ୍ପାଦକ ଭୋପାଳ ନାଗ, ନର୍ଲା ବ୍ଲକ ଯୁବ ବିଜେଡ଼ି ସଭାପତି ବିଜୟ ଧଙ୍ଗଡାମାଝୀ, ସମାଜସେବୀ ଅର୍ଜୁନ ପଧାନ, ବୈଦ୍ୟରାଜ ପବିତ୍ର ଶବର ପ୍ରମୁଖ ଯୋଗ ଦେଇଥିଲେ। ସରିଆଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ଯୋଶୀଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ଯୁବ ଲେଖକ ସୁଶିଲ କୁମାର ବାଗ।

ଏହି ଅବସରରେ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ସଚେତନତା ପ୍ରଦର୍ଶନୀ ଷ୍ଟଲ ଲାଗିଥିଲା। ଏଥିରେ ପଞ୍ଚାୟତର ହଜାର ହଜାର ଲୋକେ ଉପସ୍ଥିତ ରହିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଟିଟିଲାଗଡ଼ର ବଜାସାଲ୍ ଓ ଢାପ୍ ଦର୍ଶକଙ୍କ ମନ ମୋହି ଥିବାବେଳେ ଖଞ୍ଜଣି ସମେତ ଅନେକ ଲୋକଗୀତ ଓ ନୃତ୍ୟ ପରିବେଷିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ସଂଯୋଜନା କରିଥିଲେ ସ୍ବାଧିନ କୁମାର ଭୋଇ। ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସୁନୀଲ ଭୋଇ, ଯୋଗାଣ ସହାୟକ ସଂଜିତ କୁମାର ଭୋଇ, ସେବକ ରାଜୁ ଛତରଙ୍କ ସମେତ ଉକ୍ତ ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।