କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ କାୟାକଳ୍ପ ଟିମ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଶନିବାର ଅପରାହ୍ନ ଚାରି ଘଣ୍ଟା ସମୟରେ ପରିଦର୍ଶନ କରିଥିଲେ ରାଜ୍ୟ କାୟାକଳ୍ପ ଟିମ। କାୟାକଳ୍ପ ଟିମ ପହଞ୍ଚିବା ପରେ ପ୍ରଥମେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଏହି ଟିମରେ ରାଜ୍ୟରୁ ଡ଼ାକ୍ତର ସତ୍ୟ ନାରାୟଣ ସାମଲ, ସୁନିତା ଜେନା, ତୃପ୍ତି ମିଶ୍ର ପ୍ରମୁଖ ରହିଥିଲେ, ତାଙ୍କ ସହ ଜିଲ୍ଲାରୁ କାୟାକଳ୍ପ ଜିଲ୍ଲା ସଂଯୋଜିକା ରୀତା ନାଏକ, ନିହାର ଠାକୁର ଓ ଅନନ୍ତ ପଣ୍ଡା ପ୍ରମୁଖ ପରିଦର୍ଶନରେ ଆସିଥିଲେ। ଏହି ଟିମ୍ ସ୍ଵାସ୍ଥ୍ୟ କେନ୍ଦ୍ରର ଆନୁସଙ୍ଗିକ ସୁବ୍ୟବସ୍ଥା ସହ ସ୍ୱଚ୍ଛତା, ପରିବେଶ ପରିଚ୍ଛନ୍ନତା,ପିଇବା ପାଣି, ଔଷଧ ଭଣ୍ଡାର, ଚିକିତ୍ସିତ ରୋଗୀ ଙ୍କୁ ସାକ୍ଷାତ ଏବଂ ଡାକ୍ତରଖାନାର ବିଭିନ୍ନ ବିଭାଗକୁ ତଦାରଖ କରିଥିଲେ। ଏହା ସହିତ ସ୍ଵାସ୍ଥ୍ୟକେନ୍ଦ୍ରର ବିଭିନ୍ନ କାଗଜପତ୍ର ଯାଞ୍ଚ କରି ଡାକ୍ତର ମାନଙ୍କ ସହ ଓ ସ୍ବାସ୍ଥ୍ୟକେନ୍ଦ୍ର ର କର୍ମଚାରୀ ଙ୍କ ସହିତ ଆଲୋଚନା କରିଥିଲେ। ଉକ୍ତ ପରିଦର୍ଶନ ସମୟରେ କଲମପୁର ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ, ଡ଼ା. ସୋନାଲି ପଣ୍ଡା,ଡ଼ା. ଜ୍ୟୋତିକ୍ରୀଷ୍ଣା ମାଝୀ, ଡ଼ା. ଅମୟ ରଞ୍ଜନ ଜଗଦଳା, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡ଼ିଆ, ବି.ପି.ଏମ୍ ପ୍ରଶାନ୍ତ ପାଢ଼ୀ, ବି.ଡି.ଏମ୍ ରବି କୁମାର ଶର୍ମା, ସି.ଏଚ୍.ଓ ବିଜୟା ସେନାପତି ଏବଂ ଶୁଭଶ୍ରୀ ନାଏକ ଙ୍କ ସହିତ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.