ସୋହେଲାର କରଣ୍ଡୋଲା ଗାଁରେ ମାଣ୍ଡିଆ ଖାଦ୍ୟ ମେଳା 

ଓଡ଼ିଆ ବାର୍ତ୍ତା/ ବରଗଡ: ବରଗଡ ଜିଲ୍ଲାର ସୋହେଲା ବ୍ଲକର କରଣ୍ଡୋଲା ଠାରେ ଶ୍ରୀ ଶ୍ରୀ ବିଶ୍ୱଶାନ୍ତି ହରି ମହାଯଜ୍ଞ  ଅବସରରରେ ମାଣ୍ଡିଆ ଖାଦ୍ୟ ମେଳା ଉଦ୍ଘାଟିତ ହୋଇଯାଇଛି। ଆତ୍ମା ବରଗଡ, ଓଡିଶା ମିଲେଟ୍ସ୍ ମିଶନ ଓ ଓ୍ବାସନ୍ ର ମିଳିତ ସହାୟତା ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ସହଯୋଗରେ ଆୟୋଜିତ ଏହି ପୃଷ୍ଟି ଶସ୍ୟ ଖାଦ୍ୟମେଳାର ଶୁଭ ଉଦ୍ଘାଟନ କରିଥିଲେ ମୁଖ୍ୟଅତିଥି ସରପଞ୍ଚ ଅରକ୍ଷିତ ଖମାରୀ। ସମ୍ମାନିତ ଅତିଥି ଭାବେ ବ୍ଳକ କୃଷି ଅଧିକାରୀ ରୀତାଞ୍ଜଲି ବିଶି, ବ୍ଲକ ସହ କୃଷି ଅଧିକାରୀ ଆଦର୍ଶ ସାହୁ ଓ ଅଭିଶେକ ଅଗ୍ରୱାଲ, ଶସ୍ୟ ସଂରକ୍ଷଣ ସହାୟକ – କୃଷି ଅଧିଦର୍ଶକ କିଶୋର ଚନ୍ଦ୍ର ଦାଶ, କୃଷକ ସାଥୀ ଭୋଗିଲାଲ ସା, ସମିତି ସଭ୍ୟ ଚ଼ିନ୍ତାମଣି ଭୁଏ, ସାମାଜସେବୀ ଦିଲିପ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ମେଳାରେ ‘ମାଣ୍ଡିଆ’ ମୁଖ୍ୟ ଉପାଦାନ ଭିତ୍ତିକ ପ୍ରସ୍ତୁତ ସ୍ଵାଦିଷ୍ଟ ଓ ପୌଷ୍ଟିକ ଖାରାଗଜା, ଖୁରମା, ମୁଡ଼କୁ, ଗୁଳାପଜାମୁନ, ଆରିସା ପିଠା, ବାଲସେଇ, ମୁଖିଆ ଖଜା, କଚୋଡ଼ି, ଆଦି ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ ଓ ପରିବେଷଣ କରାଯାଇଥିଲା। ଜୟ ଅମ୍ୱେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ଜିନିଷ ସବୁକୁ ପ୍ରସ୍ତୁତ କରିଥିଲେ। ଓଡିଶା ମିଲେଟ୍ସ୍ ମିଶନର ଉକ୍ତ କାର୍ଯ୍ୟକ୍ରମକୁ ସହ ବ୍ଲକ ସଂଯୋଜକ ମଶାଲୁ ସେଠ୍ ପରିଚାଳନା କରିଥିବାବେଳେ ସି.ଇ.ଓ. ଚୁମ୍ବିଲାଲ ଦ୍ଵାରୀ, ବି.ଓ.ଡ଼ି. ସଭ୍ୟା ଯାଜ୍ଞସେନୀ ନାୟକ, ସି.ଆର.ପି. ମାନଭଞ୍ଜନ ବାରିକ, ମୋହନ ଭୋଇ, ରୁଦ୍ର ମାଧବ ବାରିକ, ଅଭିଶେକ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.