ସୁବର୍ଣ୍ଣପୁର ଜିଲ୍ଲାରେ କାଲିଠୁ ଗଡ଼ିବ ଲକ୍ଷ୍ମୀ ବସ

ଦୁର୍ଗମ ଅଞ୍ଚଳର ଲୋକଙ୍କ ଯାତ୍ରା ହେବ ସହଜ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡ଼ିଶାରେ ସମସ୍ତ ଜିଲ୍ଲାର ଗ୍ରାମାଞ୍ଚଳରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ଲକ୍ଷ୍ମୀବସ ସେବା ଯୋଜନା ଆରମ୍ଭ କରିଥିବା ବେଳେ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ ହେବ। ଏଥିପାଇଁ ସୋନପୁର ବିଡିଓ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ସହଯୋଗରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ଜୋରଦାର ପ୍ରସ୍ତୁତି ଚାଲିଥିବା ଆରଟିଓ ଅକ୍ଷୟ କୁମାର୍ ଜେନାଙ୍କ ଠାରୁ ସୂଚନା ମିଳିଛି। ଦିବା ୧୧ ଘଣ୍ଟା ୩୦ ମିନିଟ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରାଜ୍ଯ ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲାପାଳ ଅନ୍ୟା ଦାସ ଅତିଥି ଭାବେ ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି। ଜିଲ୍ଲାର ୬ ଗୋଟି ବ୍ଲକରେ ଏହି ଲକ୍ଷ୍ମୀ ବସ ଯାତ୍ରା ଉପଲବ୍ଧ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୭ ଗୋଟି ଲକ୍ଷ୍ମୀ ବସ ଚଳାଚଳ ପାଇଁ ଆଜି ବ୍ୟବସ୍ଥା କରାଯାଇଥିବା ବିଷୟ ସୂଚନା ମିଳିଛି। ଏଥି ପାଇଁ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମେତ ସୋନପୁର ବ୍ଲକ କାର୍ଯ୍ୟାଳୟ ଚଳ ଚଞ୍ଚଳ ଥିବା ଦେଖିବାକୁ ମିଳିଛି। ନୂତନ ଡ୍ରାଇଭର, କଣ୍ଡକ୍ଟର ମାନଙ୍କୁ ପୋଷାକ, ଟିକେଟ ମେସିନ ମଧ୍ଯ ପ୍ରଦାନ କରାଯିବ। ଏହି ବସ ଚଳାଚଳ ପରେ ସୁବର୍ଣ୍ଣପୁର ଜିଲ୍ଲାର ବହୁ ଅପହଞ୍ଚ ଅଞ୍ଚଳରେ ସ୍ଵଳ୍ପ ମୂଲ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥା ସହଜ ଭାବେ ଉପଲବ୍ଧ ହେବା ସହ ଛାତ୍ରଛାତ୍ରୀ, ମହିଳା ଓ ଦିନମଜୁରିଆ ସମେତ ସାଧାରଣ ଜନତା ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟକୁ ଯିବାଆସିବା ସହଜ ଓ ସୁବିଧା ହେବ ବୋଲି ଆରଟିଓ କହିଛନ୍ତି। ଏଥିରେ ସମସ୍ତ ଜନ ପ୍ରତିନିଧି, ପ୍ରଶାସନ ଅଧିକାରୀ, ମିଶନଶକ୍ତି ମହିଳା ଏବଂ ବୁଦ୍ଧିଜିବୀ ସାମିଲ ହେବେ ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.