କନ୍ଧ ସମାଜର ଗୃହ ନିର୍ମାଣ ପାଇଁ ଭିର୍ତ୍ତିପ୍ରସ୍ତର ସ୍ଥାପନ ଓ ସାଧାରଣ ସଭା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ବେଲଗାଁ ଠାରେ ଗହଁକା ପ୍ରଗଣା ଆନୁକୂଲ୍ୟରେ ବ୍ଲକସ୍ତରୀୟ ଉତ୍କଳ କନ୍ଧ ସମାଜର ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଜଳ ସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ଉକ୍ତ ଗୃହ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ୧୫ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି l ଏଥିରେ ଉତ୍କଳ କନ୍ଧ ସମାଜର ଜିଲ୍ଲା ସଭାପତି ବିରଞ୍ଚି ଭୋଇଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ କେନ୍ଦ୍ରୀୟ କମିଟି ସଭାପତି ଚିନ୍ତାମଣି ଭୋଇ ପ୍ରଗଣା ସଭାପତି ଯୁବରାଜ ମାଝୀ , ଉପସଭାପତି ବେଣୁଧର ମାଝୀ, ଅଭିମନ୍ୟୁ ଝାଙ୍କର, ଆଠଗାଁ ମାଝୀ ପ୍ରଗଣା ସଭାପତି ପ୍ରହଲ୍ଲାଦ ମାଝୀ, ପଞ୍ଚାୟତ ସଭାପତି ତୁଳ ମାଝୀ, ବେଣୁଧର ଯାନୀ, ଭୋଦେବ ଝାଙ୍କର, ପ୍ରକାଶ ଭୋଇ ଓ ଦୁର୍ବାଦଳ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସମାଜର ସାଙ୍ଗଠନିକ ସାଙ୍ଗକୁ ଶିକ୍ଷାର ଉନ୍ନତି ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ l ଏହା ସହିତ ଗୃହ ହେବା ଦ୍ୱାରା କନ୍ଦ ସମାଜ ଲୋକେ ଏକତ୍ରିତ ହୋଇ ସଂଘର ବିଭିନ୍ନ କାର୍ଯ୍ୟକ୍ରମ କରିବାରେ ସୁବିଧା ହେବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ l ଏହି ପ୍ରୋଗ୍ରାମରେ ଦଳୀୟ କର୍ମକର୍ତ୍ତା ଓ କନ୍ଧ ସମାଜର କର୍ମକର୍ତ୍ତାମାନଙ୍କୁ ଛାଡି ଦେଲେ କୋଣସି ଅଧିକାରୀ କିମ୍ବା କର୍ମଚାରୀମାନଙ୍କ ଦେଖା ଦର୍ଶନ ମିଳିନାହିଁ l ପ୍ରଥମେ ବେଲଗାଁ ଧର୍ଣ୍ଣି ଖୁଣ୍ଟା ଠାରେ ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ମହିଳା ଓ ପୁରୁଷମାନେ ବାଜା ମାଧ୍ୟରେ ବାହାରି ସଭାମଞ୍ଚ ପରିସରକୁ ପହଂଚିଥିଲେ l ଏହି ସ୍ଥାପନ ଉତ୍ସବରେ ବ୍ଲକର ବିଭିନ୍ନ ପଞ୍ଚାୟତର କନ୍ଧ ସମାଜର ସକ୍ରିୟ ସଦସ୍ୟ ତଥା କନ୍ଧ ସମାଜର ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.