୧୫ତମ ଅଲ୍ ଇଣ୍ଡିଆ ରାମଧୁନ୍ କପ୍ ଫୁଟବଲ ଟର୍ଣ୍ଣାମେଣ୍ଟ ଉଦଯାପିତ: ଭୁବନେଶ୍ବର ଜଗା ୟୁନାଇଟେଡ଼ ଦଳ ଚମ୍ପିୟାନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଗାନ୍ଧି ଷ୍ଟାଡିୟମ ଠାରେ ଚାଲିଥିବା ୧୫ତମ ଅଲ୍ ଇଣ୍ଡିଆ ରାମଧୁନ୍ କପ୍ ଫୁଟବଲ ଟର୍ଣ୍ଣାମେଣ୍ଟରେ ଆୟୋଜକ ରାମଧୂନ୍ କ୍ଲବକୁ ପେନାଲ୍ଟି ସୁଟରେ ୪-୨ ରେ ପରାସ୍ତ କରି ଭୁବନେଶ୍ବର ଜଗା ୟୁନାଇଟେଡ଼ ଦଳ ୨୦୨୪ ବର୍ଷ ର ଚମ୍ପିଅନ ହୋଇଛି। ଆଜିର ଫାଇନାଲ ଖେଳ ଖୁବ୍ ସଂଘର୍ଷ ପୂର୍ଣ୍ଣଥିଲା ଏବଂ ଉଭୟ ପକ୍ଷରୁ ୧-୧ ଗୋଲ୍ ସ୍କୋର ହୋଇ ମ୍ୟାଚ୍ ଟ୍ରାଏ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ଯ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ଖେଳକୁ ଉଦ୍ଘାଟନ କରି ଉପ ବିଜେତାଙ୍କୁ ଟ୍ରଫି ଓ ୩୦ ହଜାର ଟଙ୍କା ଓ ବିଜେତା ଭୁବନେଶ୍ବର ଦଳର ଖେଳାଳିଙ୍କୁ ଟ୍ରଫି ଓ ୪୦ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଥିଲେ ଏବଂ ଭବ୍ୟ ଅୟୋଜନ ପାଇଁ ଆୟୋଜକଙ୍କୁ ପ୍ରଶଂସା କରି ଟୁର୍ଣ୍ଣାମେଣ୍ଟର ଉଜ୍ଜ୍ୱଳ ଭବିଷ୍ୟତ ଶୁଭ କାମନା କରିଥିଲେ ଓ ପଡ଼ିଆ ଉନ୍ନତି ଲାଗି ଦୃଢ଼ ପ୍ରତିଶୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡ଼ି ଦଳ ସଭାପତି ସରୋଜ କମ୍ପ, ଜିଲ୍ଲା କ୍ରିଡ଼ା ସଂଘ ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ, କ୍ରିକେଟ୍ ସଂଘ ସଭାପତି ରାମ ଶଙ୍କର ସାହୁ, ସମ୍ପାଦକ ପ୍ରଦୀପ ସେଠି, ଯୋଗ ଦେଇ କୃତି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଶ୍ରୀବତ୍ସ ମଲ୍ଲିକ, ପ୍ରଫେସର୍ ନୀଳାମ୍ବର ଶତପଥୀ, କଇରୁ ସ୍ୱାଇଁ ବିଜେତା ଦଳ ପ୍ରାୟୋଜକ ନାଇସେଟ୍ ଏକାଡେମି ପ୍ରୋପାଇଟର ରମଣ ପଧାନ, ରାମଧୂନ୍ କ୍ଲବ୍ ପ୍ରାୟୋଜକ ଆଲ୍ଫା ଏଜୁକେଶନ ପ୍ରୋପାଇଟର ମାଧବ ମହଲା, ଯୋଗଦେଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିଜୟୀ ଦଳର ମହୋନ ମାଝୀ, ବେଷ୍ଟ ଏମରଜୀଙ୍ଗ ଖେଳାଳି ପୟଜନ୍ ମୁଣ୍ଡା, ବେଷ୍ଟ ଡିସିପ୍ଲିଣ୍ଟ ଟିମ କଲିକତା, ବେଷ୍ଟ ପ୍ଲେୟାର ଭାବେ ଅଭୟ ମୁଣ୍ଡା, ବେଷ୍ଟ ଷ୍ଟ୍ରାଇକର ଭାବେ ମିଷ୍ଟର ଦବଙ୍ଗ, ବେଷ୍ଟ ଡିଫେନ୍ସ ଖେଳାଳି ଭାବେ ପପନ ବେହେରା, ବେଷ୍ଟ ଗୋଲ୍ କିପର ଭାବେ ଫଗୁ ବିଶୋଇ ଏବଂ ରେଫରୀ ସଞ୍ଜୀବ ସାହୁ, ସଲିଳ ବେହେରା, ଜୀତେନ୍ଦ୍ର ଥନାପତି, ପ୍ରଶାନ୍ତ ବେହେରା, ରାଜେଶ୍ ଥନାପତି, ଦେବାଶିଷ ବାଗ, ଦିଲୀପ ରାଉତଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ବଣ୍ଟି ମୁଣ୍ଡାଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଆଠ ଗୋଟି ପ୍ରାୟୋଜକ ଅର୍ଜୁନ ରିଶୋର୍ଟ, ସଂସ୍କାର ଏଗ୍ରୋ, ନାଇସେଟ୍ ଏକାଡେମି, ମା ବାଗଳା ଜ୍ୱେଲର୍ସ, ଯତୀନ ଫାଇଟର, ମହାନଦୀ ଧାରା, ଆଲ୍ଫା ଏଜୁକେଶନ ହବ, ହୋତା ମୋଟୋର୍ସ୍ ପ୍ରୋପାଇଟର ଙ୍କୁ ମନ୍ତ୍ରୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଟର୍ଣ୍ଣାମେଣ୍ଟରେ ଉଲ୍ଲେଖନୀୟ ଭୂମିକା ନିଭାଇ ଥିବା ମ୍ୟାଚ୍ କମିଶନର ଭୁକୁଲୁ ବକ୍ସି, କମେଣ୍ଟଟେଟର ପ୍ରଭୂ ଦାଶ କୁମ୍ଭାର, ମିଡିଆ କୋଡ଼ିନେଟର ମନୋରଞ୍ଜନ ତ୍ରିପାଠି, ସାଇ କ୍ରିଷ୍ଣା ସୁଇଟ୍ସ, ଫିଲ୍ଡ କେୟାର ଟେକର ମଧୁ ସୁଦନ ବାରିକ, କମ୍ପୁଟର ପ୍ରିଣ୍ଟ କାର୍ଯ୍ଯ ପାଇଁ ସାବୀ ରୁନ ବିବୀ ଓ ଜୁନିଅର ଭଲେଣ୍ଟିଅର ଓମ୍ ବାଗ ଓ ରନୋକ ବେହେରା ଙ୍କୁ ସ୍ଵତନ୍ତ୍ର ଏୱାର୍ଡ ପ୍ରଦାନ୍ କରାଯାଇଥିଲା। ବରିଷ୍ଠ କ୍ରୀଡାବିତ ଚିତ୍ତ ରଞ୍ଜନ ତରାସିଆ ସଭା ସଂଯୋଜନା କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ବିକାଶ ପଣ୍ଡା ସହଯୋଗ କରିଥିଲେ। ଧାରା ବିବରଣୀରେ ସଞ୍ଜୟ ପଟ୍ଟନାୟକ ସହଯୋଗ କରିଥିଲେ। ବିଜୟୀ ଦଳର ଗୋଲ କିପରଙ୍କୁ ରାଏନୁ ଅଲ୍ଲୀଙ୍କ ଦ୍ୱାରା ୫୦୦ ଟଙ୍କା ପ୍ରଦାନ୍ କରାଯାଇଥିଲା। ମ୍ୟାଚ୍ କମିଶନର ଭାବେ ଜାତୀୟ ସ୍ତର ର ରେଫରି ଭୂକୁଲୁ ବକ୍ସି ଦାୟିତ୍ଵ ନେଇଥିଲେ। ବିକାଶ ପଣ୍ଡା, ସୋମନାଥ ମିଶ୍ର,, ରଘୁ ସାହୁ, ରାଜୀବ ସାହୁ, ବୁବୁନ ନାଏକ, ପରେନ୍ଦ୍ର ନାଏକ, ସନ୍ତୋଷ ପାଢ଼ୀ, ଚନ୍ଦନ ବେହେରା, ଜିଲୁ ସାହୁ, ଲିପୁନ ନାଏକ, ଚାହତ ମହମ୍ମଦ, ଶିବା ଶାଣ୍ଢ, ଗୁରୁ ଦଳେଇ, ରବି ଗୁରୁ, ଅଂଶୁ ମାନ ପାଢ଼ୀ, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। କ୍ଲବ୍ ସମ୍ପାଦକ ପୀୟୂଷ ପଣ୍ଡା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଶ୍ରୀ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ଯ ପରିଚଳନା କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.