ଭେଜିପଦର ଠାରେ ପୋଲିସର ଜନ ସମ୍ପର୍କ ଶିବିର

ଜନସାଧାରଣଙ୍କ ସହ ମିତ୍ରତା ଭାବନା ରଖିବାରେ ବିଶ୍ୱାସ ରଖିଥାଏ ପୋଲିସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଥାନା ଅଧିନସ୍ଥ ପୋଖରୀବନ୍ଧ ଗ୍ରାମ ପଞ୍ଚାୟତର ଭେଜିପଦର ଠାରେ ପୁଲିସ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀଙ୍କ ନିର୍ଦେଶ କ୍ରମେ ଅନୁଷ୍ଠିତ ଏହି ପୁଲିସ ଜନସଂପର୍କ ଶିବିରରେ ଭେଜିପଦର ସମେତ କେଶପଦର, ବେଢାଲଖମନ ତଥା ଗ୍ରାମ ପଞ୍ଚାୟତ ଅଞ୍ଚଳରୁ ବହୁ ଲୋକ ଯୋଗ ଦେଇଥିଲେ। ବିଶ୍ଵନାଥପୁର ଥାନା ଅଧିକାରୀ ମମତା ହେମ୍ରମଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରରେ ଅତିଥି ଭାବରେ ରାଜସ୍ୱ ନିରୀକ୍ଷକ ସୁରେଶ କୁମାର ବଲିଆରସିଂ, ବିଶ୍ଵନାଥପୁର ଥାନ ଏସ୍ଆଇ ତୀର୍ଥ ମାଝୀ, ପିଇଡବ୍ଲୁ ମିଡ଼ିଆ ଏସୋସିଏସନ୍ ବରିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ତୁଳ, ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ଶିକ୍ଷକ ପ୍ରଦୀପ ପୁଷ୍ଟି ପ୍ରମୁଖ ଶିବିରରେ ଯୋଗ ଦେଇଥିଲେ। ସ୍ଥାନୀୟ ଲୋକଙ୍କୁ ଉତ୍ସାହିତ କରାବାନେଇ ଏହିି ଅବସରରେ ପୁଲିସ ବିଭାଗ ତଥା ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ବିଭିନ୍ନ ମନୋରଞ୍ଜନ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭଲିବଲ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ ମାନଙ୍କୁ ଖାତା, କଳମ, ସ୍କୁଲ ବ୍ୟାଗ୍, ପାଣି ବୋତଲ, ଯୁବକ ମାନଙ୍କ ପାଇଁ ପରିଧାନ ବସ୍ତ୍ର, ବୃଦ୍ଧବୃଦ୍ଧା ମାନଙ୍କୁ କମଳ ବଣ୍ଟନ କରାଯାଇଥିଲା। ପୁଲିସକୁ କୌଣସି ଭୟ କରିବାର ଆବଶ୍ୟକତା ନାହିଁ। ପୁଲିସ ଆପଣଙ୍କ ସହ ମିତ୍ରତା ଭାବନା ରଖିବାରେ ବିଶ୍ୱାସ ରଖିଥାଏ। ପୁଲିସର ବିଭିନ୍ନ କାର୍ଯ୍ୟକ୍ରମରେ ଆପଣ ମାନଙ୍କ ସହଯୋଗ ଜରୁରୀ। ଆପଣ କୌଣସି ଅସାମାଜିକ ଲୋକଙ୍କ ପ୍ରରୋଚନାରେ ପଡନ୍ତୁ ନାହିଁ। ମିଥ୍ୟା ପ୍ରଲୋଭନର ଶିକାର ହୁଅନ୍ତୁ ନାହିଁ ଏବଂ କୌଣସି ଠକାମୀର ଶିକାର ହୁଅନ୍ତୁ ନାହିଁ। ଯଦି ଏଭଳି କିଛି ଘଟଣା ସାମ୍ନାକୁ ଆସେ ତେବେ ନିଃସନ୍ଦେହ ପୁଲିସକୁ ଜଣାଇବାର ସାହସ କରନ୍ତୁ ବୋଲି ସଚେତନତା କରାଯାଇଥିଲା। ଏଥିରେ ହାବିଲଦାର ଜତିନ କୁମାର ପ୍ରଧାନ, ତ୍ରିବିକ୍ରମ ବିଶ୍ଵାଳ, କୁମାର ଦ୍ରୋଣ, ସୁବ୍ରତ, ତୀର୍ଥ, କାହ୍ନା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.