ପ୍ରେରଣା ସ୍କୁଲର ୨୨ତମ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ପ୍ରଥମ ନର୍ସରୀ ଆଧାରିତ ଶିକ୍ଷାନୁଷ୍ଠାନ ଇଂରାଜୀ ମାଧ୍ୟମ ପ୍ରେରଣା ସ୍କୁଲର ୨୨ତମ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍କୁଲ ପରିସରରେ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି | ପ୍ରେରଣା ସ୍କୁଲ ନିର୍ଦ୍ଦେଶକ ହିମାଂଶୁ ଶେଖର ପାଣ୍ଡ୍ୟାଙ୍କ ପୌରାହିତ୍ୟରେ ଏବଂ ସ୍କୁଲ ଅଧ୍ୟକ୍ଷା ଡ଼ଃ ଅର୍ଚ୍ଚନା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଶିକ୍ଷାବିତ୍ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ |

ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡା. ହାଡିବନ୍ଧୁ ଭୋଇ,ବିଶିଷ୍ଠ ଅତିଥି ରୂପେ ଜେକେ କାଗଜ କଳ ଲୋକ ସମ୍ପର୍କ ବିଭାଗ ଉପ ପ୍ରବନ୍ଧକ ହରିହର ଖମାରି ଯୋଗ ଦେଇଥିଲେ | ପ୍ରେରଣା ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଦିଗରେ ବିଦ୍ୟାଳୟ କର୍ତ୍ତ୍ତୃପକ୍ଷଙ୍କ ଉଦ୍ୟମକୁ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିବା ବେଳେ ସମାଜରେ ସାକ୍ଷରତାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ | ଏଥିସହ ପ୍ରତିଟି ବ୍ୟକ୍ତିଙ୍କ ଜୀବନରେ ପ୍ରାକ ଶିକ୍ଷାର ଗୁରୁତ୍ୱ ଏବଂ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ପିତାମାତାଙ୍କ ସହଯୋଗ ବିଷୟରେ ନିଜ ନିଜ ବକ୍ତବ୍ୟ ରଖି ଥିଲେ ଯାହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆବଶକ୍ୟ ବୋଲି କହିଥିଲେ |

ବାର୍ଷିକ ଉତ୍ସବ ପାଳନ ଅବସରରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସମ୍ବଲପୁରୀ ନୃତ୍ୟ,ରାମ ନୃତ୍ୟ, ସ୍ୱାଗତ ସଂଗୀତ,ନୃତ୍ୟ ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ଯାଦୁଗର ଶ୍ୟାମ କୁମାରଙ୍କ ମେଜିକ ସୋ ବହୁତ ଆକର୍ଷଣୀୟ ହୋଇଥିଲା | କାର୍ଯ୍ୟକ୍ରମରେ ଜିଲ୍ଲାର କଲ୍ୟାଣ ବିଭାଗରେ କାର୍ଯ୍ୟରତ ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ଃ ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ତାଙ୍କର ବିଭିନ୍ନ ସଫଳତା ପାଇଁ ସମ୍ମାନିତ କରାଯାଇଥିବା ବେଳେ ବିଦ୍ୟାଳୟର ବହୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା |

ପ୍ରେରଣା ସ୍କୁଲର ଏହି ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟ କର୍ତ୍ତ୍ତୃପକ୍ଷ,ଅଭିଭାବକଙ୍କ ସମେତ ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୬୦୦ଜଣ ବ୍ୟକ୍ତିବିଶେଷ ଉପସ୍ଥିତ ରହି କୁନି କୁନି ପିଲାଙ୍କୁ ଉତ୍ସାହିତ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.