ପୁରୁଷୋତ୍ତମପୁର ଏନଏସିର ବିଭିନ୍ନ ଚାହା ଖଟିରେ ଚର୍ଚ୍ଚା: ୧୪ ଦୋକାନ ଘର ୧୪ କାଉନ ସିଲର ମାନଙ୍କ ପାଇଁ କି?

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସି ସ୍ଥିତ ଋଷିକୁଲ୍ୟା ଢ଼ାବା ସାମ୍ନାରେ ହୋଇଥିବା ୧୪ ଗୋଟି ଦୋକାନ ଘର ୧୪ ଜଣ କାଉନ ସିଲରଙ୍କ ପାଇଁ ଉଦ୍ଧିଷ୍ଟ ବୋଲି ଚର୍ଚ୍ଚା ଯୋର ଧରିଛି! ତାର କାରଣ ୧୪ କାଉନ ସିଲର ଥିବା ବେଳେ ରୁମ ସଂଖ୍ୟା ୧୪ ଅଟେ | କିନ୍ତୁ ଚର୍ଚ୍ଚା ଯାହା ହେଉନା କାହିଁକି ସେମାନେ ମଧ୍ୟ ଅର୍ଥ ଖର୍ଚ୍ଚାନ୍ତ କରି କାଉନ ସିଲର ହୋଇ କିଛି ପାଇନାହାନ୍ତି | ଯଦି ପ୍ରଶାସନ ସେମାନଂକୁ ଘର ଦିଏ ତେବେ ତାହା ସ୍ୱାଗତ ଯୋଗ୍ୟ ହେବ ଓ ଏକ ଇତିହାସ ସୃଷ୍ଟି କରିବ | ତେଣୁ ସେମାନେ ପାଇବା ହକିଦାର ବୋଲି ପୁରୁଷୋତ୍ତମପୁର ଏନଏସି ଅନ୍ତର୍ଗତ ବିଭିନ୍ନ ଚା ଖଟି ମାନଙ୍କରେ ଚର୍ଚ୍ଚା ଚାଲିଛି | ତେବେ ଖଟି ମାନଙ୍କରେ ଯେଉଁ ଚର୍ଚ୍ଚା ହେଉଛି ତାହା ଯଦି ସତ୍ୟ ହେବ ତେବେ ଭଲ ହେବ | କାରଣ ସେମାନେ କିମ୍ବା ତାଙ୍କ ପରିବାର ଅନ୍ତତଃ ରୋଜଗାରର ମାଧ୍ୟମ ପାଇପାରିବେ | ଏମାନଙ୍କ କାର୍ଯ୍ୟ କାଳ ସରିଗଲା ପରେ କଣ ହେବ ତାଙ୍କର ଅବସ୍ଥା, ତେଣୁ ସେମାନେ ଯଦି ଏହି ଦୋକାନ ଘର ପାଉଛନ୍ତି ତେବେ ଉତ୍ତମ ହେବ | କିନ୍ତୁ ଏଠାରେ ଆଉ ଗୋଟିଏ କଥା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବୁଝିବା କଥା କି ସାଧାରଣ ଗରିବଙ୍କ ପାଇଁ ମଧ୍ୟ କିଛି କରିବା ଦରକାର | ଏବଂ ଯେଉଁମାନେ ଉଠା ଦୋକାନ କରି ଜୀବିକା ନିର୍ବାହ କରୁଥିଲେ, ରାସ୍ତା ସମ୍ପ୍ରସାରଣ ବେଳେ ବହୁ ବ୍ୟକ୍ତି ଆଜି ପର୍ଯ୍ୟନ୍ତ ବହୁ ଅବ୍ୟବସ୍ଥାରେ ଦିନ କାଟୁଛନ୍ତି ତାଙ୍କ ପାଇଁ ଅନ୍ତତଃ ଟିକେ ଚିନ୍ତା କରିବା କଥା, ସହର ର ଏପରି ଏକ ସ୍ଥାନ ଚିହ୍ନଟ କରି କିଛି ଦୋକାନ ଘର କରି ଏହି ମାନଙ୍କୁ ଆବଣ୍ଟନ କଲେ ଭଲ ହେବ ବୋଲି ମଧ୍ୟ ଏହି ଗୁଜବ ଚର୍ଚ୍ଚା ପରେ ସେମାନେ ଆମକୁ କହିଛନ୍ତି | ଏପଟେ ଏହି ଦୋକାନ ଘର କାଉନ ସିଲରଙ୍କୁ ଆବଣ୍ଟନ ଚର୍ଚ୍ଚା ଉପରେ ନୁଆଁ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନାଙ୍କୁ ପଚାରିବାରୁ ସେ ଗରିବ ଅସହାୟ ବ୍ୟକ୍ତି ବିଶେଷଙ୍କୁ ଏହିଘର ଦିଆଯିବ ବୋଲି କହିଛନ୍ତି | କିଛି କାଉନ ସିଲରଙ୍କ ମତ ଯଦି ୧୪ ଜଣ କାଉନ ସିଲର ଙ୍କୁ ଏହି ଦୋକାନ ଘର ଆବଣ୍ଟନ ହେବ ତେବେ ତାହା ସ୍ୱାଗତ ଯୋଗ୍ୟ ଏବଂ  ସ୍ଵର୍ଣ୍ଣଅକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଛନ୍ତି | ତେବେ ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ଓ ଅଧକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ଯେଉଁ ଦୁରଦୃଷ୍ଟି ରଖି ଏହି ଘର କରିଥିଲେ ତାହା ସ୍ୱାଗତ ଯୋଗ୍ୟ ଅଟେ | ତେବେ ତାଙ୍କର ବଦଳି ପରେ ଏହି ଗୁଜବ ଓ ବିଭିର୍ଣ୍ଣ ଖଟିରେ ଚର୍ଚ୍ଚା ହେଉ ଥିବାର ଶୁଣିବାକୁ ମିଳୁଛି | ତେବେ ଯୁଦ୍ଧ କାଳୀନ ଭିତିରେ ବର୍ତମାନ କାର୍ଯ୍ୟ ସମ୍ପୂର୍ଣ କରାଯାଉଛି, ତେବେ ସେହିଘର କାଉନସିଲର ମାନଙ୍କୁ ନା ସାଧାରଣ ଲୋକଙ୍କୁ ମିଳିବ ତାହା ଦେଖିବାକୁ ବାକି ରହିଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.