ନର୍ଲାର ନୂତନ ବିଡ଼ିଓଙ୍କୁ ଏଓଏସସିଏଫ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ଦାୟିତ୍ୱ ଗ୍ରହଣ କରଥିବା ନୂତନ ବିଡ଼ିଓ ରିପୁନାଥ ସୁନାଙ୍କୁ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ (ଏଓଏସସିଏଫ) ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସୋମବାର ଏଓଏସସିଏଫ ନର୍ଲା ସଭାପତି ରଘୁନାଥ ଦୀପଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂତନ ବିଡ଼ିଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏଓଏସସିଏଫର ଏହି ପ୍ରତିନିଧି ଦଳରେ ମହିଳା ସଭନେତ୍ରୀ  ସୁଭଦ୍ରା ଶେଖ ଆଜାଦ, ପ୍ରଭାତ ଶେଖ ଆଜାଦ, ନରୋତ୍ତମ କରୁଆଁ, ଦିଲଦିଓ ଘରଡ଼ା ଓ ଭିକାରି ଚରଣ ସେନା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.