କୋକସରା-ଡୋକରୀ ଚଞ୍ଚରା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରା ଇକୋ ଟୁରିଜମ ହେବାକୁ ଯାଉଥିବା ବେଳେ ଏହାର ଗମନା ଗମନକୁ ସୁଗମ କରିବାକୁ ପଦକ୍ଷେପ ନେବା ଓ ଲୋକଙ୍କ ଦାବୀ ରକ୍ଷା କରି ସୋମବାର ଧର୍ମଗଡ ବିଧାୟକ ମୌଷଧୀ ବାଗଙ୍କ ଦ୍ବାରା କୋକସରାଠାରୁ ମାଝୀଗୁଡା ଭାୟା ଡୋକରୀ ଚଞ୍ଚରାକୁ ସଂଯୋଗ କରୁଥିବା ରାସ୍ତାର ଭିତ୍ତିପ୍ରସ୍ତର ଓ ଭୂମିପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଏହି ରାସ୍ତାର ଉନ୍ନତି କରଣ ପାଇଁ ୨୮.୪୬, ୮୯.୯୦୬ ଟଙ୍କା ଅନୁଦାନ ହୋଇଛି। ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣ ହେବାକୁ ଥିବା ଏହି ରାସ୍ତାର ସର୍ବମୋଟ ଦୂରତା ୧୮.୫ କିମି। ପୂର୍ବରୁ ଏହି ପଥ ଅତିକ୍ରମ କରିବାକୁ ପ୍ରାୟ ୫୦ ମିନିଟ୍ ଲାଗି ଯାଉଥିଲା। ରାସ୍ତା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ଗୁଡହାଣ୍ଡି ଡୋକରୀ ଚଞ୍ଚରାକୁ ପ୍ରାୟ ୨୫ ମିନିଟ ମଧ୍ୟରେ ପହଞ୍ଚି ହେବ, ଏଥିପାଇଁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ‘୫-ଟି’ ଅଧ୍ୟକ୍ଷ ଓ ଧର୍ମଗଡ଼ ବିଧାୟକଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି। ଏହି ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ବ୍ଳକ ବିଜେଡି ସମ୍ପାଦକ ପଞ୍ଚକ ପୋଡ଼, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଭାପତି ମାନସ ରଞ୍ଜନ ବାଗ, ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ, ଧନେଶ୍ଵର ଗୋପାଳ, ହେମନ୍ତ ବାଣୁଆ, ଦୁଷ୍ମନ୍ତ ପାତ୍ର, ପ୍ରମୋଦ ଦାସ, ରମେଶ ଦୁର୍ଗା,କୁମୁଦ ବେହେରା,ଯୁବ ଛାତ୍ର ବିଜେଡ଼ି ସଭାପତି ମାନସ ରଞ୍ଜନ ବାଗ, ତ୍ରିବିକ୍ରମ ଯାଦବ, ବିଭିନ୍ନ ପଞ୍ଚାୟତ ର ଦଳୀୟ କର୍ମକର୍ତ୍ତା ସମେତ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ନବ କିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.