ପୋଖରୀବନ୍ଧ ନିକଟରେ ସଡ଼କ ଦୁର୍ଘଟଣା: ହାଇୱା ଧକ୍କାରେ ବାଇକ ଆରୋହୀ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ ଲାଞ୍ଜିଗଡ଼ ବ୍ଳକର ପୋଖରୀବନ୍ଧ ସାହୁ କ୍ରସର ସମ୍ମୁଖରେ ଆଜି ସକାଳେ ସାଢ଼େ ୧୧ ଘଣ୍ଟା ସମୟରେ ଏକ ହାଇୱା ଧକ୍କାରେ ଜଣେ ବାଇକ ଆରୋହୀ ହାଇୱା ତଳେ ଚାପି ହୋଇ ଗୁରୁତର ହୋଇଛନ୍ତି। ରାସ୍ତାରେ ଯାଉଥିବା ଲୋକ ଓ ହାଇୱା ଡ୍ରାଇଭରଙ୍କ ସହାୟତାରେ ଗୁରୁତର ବାଇକ୍ ଆରୋହୀଙ୍କୁ ଏକ ବୋଲେରୋ ଯୋଗେ ନିକଟସ୍ଥ ବିଶ୍ଵନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ମୁଣ୍ଡରେ ଗୁରୁତର ଆହତ ଯୋଗୁଁ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଖବର ପାଇ ବିଶ୍ୱନାଥପୁର ପୋଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ କରୁଛି।  ବାଇକ ଚାଳକ ଯୁବକ ଜଣକ ପଶ୍ଚିମବଙ୍ଗର ଜାମିଲ ଅହମ୍ମଦ ବୋଲି ଜଣାପଡିଛି। ଯୁବକ ଅହମ୍ମଦ ବାଇକରେ ଭବାନୀପାଟଣା ପଟୁ ସକାଳେ ସାଢ଼େ ୧୧ ଘଣ୍ଟା ସମୟରେ ଆସୁଥିବା ବେଳେ ସାହୁ କ୍ରସର ଠାରୁ ଏକ ହାଇୱା (ଓଡି-୦୫-ବିଏଫ୍-୨୩୦୨) ବାହାରୁ ଥିବା ବେଳେ ହାଇୱାର ସାମ୍ନା ପଟେ ପିଟି ହୋଇ ଯୁବକ ଜଣକ ଗାଡି ତଳେ ଚାପି ହୋଇ ଯାଇଥିଲା। ଯୁବକଙ୍କ ଏଠାରେ କେହି ନଥିବା ଯୋଗୁଁ ହାଇୱା ଡ୍ରାଇଭର ଯୁବକ ସହିତ ଡାକ୍ତରଖାନାରେ ଥିବା ଜଣା ପଡ଼ିଛି। ଉକ୍ତ ରାଜପଥର ରାସ୍ତାର ଦୁଇପଟେ ଲଟା ବୁଦାରର ଢାଙ୍କି ହୋଇ ରହିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଲୋକେ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.