ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ନର୍ଲା ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ପ୍ରମୋଦ ପ୍ରଧାନଙ୍କ ଦ୍ବାରା ବିଦ୍ୟାଳୟର ପ୍ରାଚୀର ପତ୍ରିକା କମଳକଳିକା ଉନ୍ମୋଚନ କରାଯାଇଥିଲା । ଏହାପରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକ ମାତୃଭାଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଶିଶୁମାନଙ୍କୁ ଅବଗତ କରାଇଥିଲେ । ଶିଶୁ ଭାଇଭଉଣୀମାନେ ପଟିଫଳକ ଶୋଭାଯାତ୍ରାରେ ନର୍ଲା ଅଞ୍ଚଳ ପରିକ୍ରମା କରିଥିଲେ। ମାତୃଭାଷା ଦିବସ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ସୁଲିଖନ ‌, ପୁସ୍ତକ ପଠନ, ଗୀତ ଆବୃତ୍ତ, ବକ୍ତୃତା ପ୍ରବନ୍ଧ, ଆଶୁଭାଷଣ ଏକକ ଅଭିନୟ ଲୋକଗୀତ, ଧନ୍ଦା, ସଂଳାପ ଆଦି ହୋଇଥିଲା। ସମାରୋପ ଉତ୍ସବରେ ସଂକୁଳ ପ୍ରମୁଖ ମୋହନ ପୁଟେଲ ଓ ପରିଚାଳନା ସମିତିର ଯୁଗ୍ମ ସଂପାଦକ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ମାତୃଭାଷା ପ୍ରମୁଖ ପୁଷ୍ପାଞ୍ଜଳି ପାଢୀ ବୃତ୍ତକଥନ କରିଥିଲେ ଓ ଦେବରାଜ ଗଉଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.