ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ରୁଟ ଦେଇ ଚାଲିଲା ଲକ୍ଷ୍ମୀ ବସ

ଉଦଘାଟନ କଲେ ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଜି ପୁରୁଷୋତ୍ତମପୁର ବ୍ଲକ ପରିସରରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମହିଳା, ସ୍କୁଲ, କଲେଜ ଛାତ୍ର, ଛାତ୍ରୀ, ଭିର୍ଣ୍ଣକ୍ଷମ, ମାନଙ୍କ ପାଇଁ କମ ମୂଲ୍ୟ ଅର୍ଥାଥ ପାଞ୍ଚ ଟଙ୍କାରେ ବ୍ଲକ ଠାରୁ ପଞ୍ଚାୟତ ଓ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ, ଯିବା ଆସିବା କରି ପାରିବା ପାଇଁ ଏହି ଲକ୍ଷ୍ମୀ ବସ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି || ତେଣୁ ଆଜି ସକାଳେ ବ୍ଲକ ପରିସରରୁ ଅଧକ୍ଷା ପିଙ୍କି ବେହେରା, ବିଡ଼ିଓ ମନୋଜ କୁମାର ନାୟକ, ଶିକୁଳା ସମିତି ସଭ୍ୟ ଦିବାକର ବେହେରା, ଆଛୁଳି ସମିତି ସଭ୍ୟ ସୁଧାକର ଗୌଡ଼, ଙ୍କ ସହିତ ଅନେକ ଜନ ପ୍ରତିନିଧି, ବ୍ଲକ ଷ୍ଟାଫ ଓ ଲକ୍ଷ୍ମୀ ବସର ସୁପର ଭାଇଜର ବାଣୀ ରୁପା ଦାଶ, ଏବଂ ଡ୍ରାଇଭର ଏବଂ କଣ୍ଡକ୍ଟର ଷ୍ଟାଫ ଉପସ୍ଥିତ ରହିଥିଲେ | ଏବଂ ବ୍ଲକ ଅଧକ୍ଷା ପିଙ୍କି ବେହେରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ବର୍ତମାନ ଦୁଈ ଗୋଟି ବସ ଆସୁଛି ଯାହାକି ସକାଳ 6ଘଣ୍ଟ ଠାରୁ ବ୍ଲକ ପରିସରରୁ ବାହାରି ଆଚୁଲି ଛକ ଦେଇ ଚଢ଼େୟା ପଲି, ବଡ଼ ବରଙ୍ଗା, ସମା, ଚିଙ୍ଗୁଡ଼ି ଘାଇ, ଅରଖ ପୁର, ଶିକୁଳା ଦେଇ ପୁଣି ବ୍ଲକ କୁ ଆସି, ଦିନରେ ଥର ଯିବା ଆସିବା କରିବ, ସେହିପରି ଅନ୍ୟ ବସ ଟି ରଣ ଝାଲି ଛକ ଦେଇ କେଶପୁର ରାସ୍ତାରେ ରାଇପୁର ପଞ୍ଚାୟତ ର ତାରା ତାରିଣୀ ମନ୍ଦିର ଦେଇ ବ୍ରାହ୍ମଣ ଶାସନ, ନୁଆଁ ପଲି ଛକ ଦେଇ ଭାଟକୁମରଡ଼ା ଠାରୁ ବ୍ଲକ କୁ ଫେରି ପୁଣି ତିନି ଥର ଯିବା ଆସିବା କରିବ ବୋଲି ବିଡ଼ିଓ ମନୋଜ କୁମାର ନାୟକ କହିଛନ୍ତି | ପୁଣି ବସ ଆସିଲେ ଅନ୍ୟ ପଞ୍ଚାୟତ ରୁଟ ରେ ଯାତାୟତ କରିବ ବୋଲି କହିଛନ୍ତି | ଏହାଦ୍ୱାରା ସମସ୍ତଙ୍କର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଜାରି ରହିଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.