ଭାରତୀୟ ମହିଳା ହକି ଟିମ କୋଚ ଜେନେକ ସ୍କୋପମ୍ୟାନଙ୍କ ଇସ୍ତଫା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ କୋଚ ଜେନେକ ସ୍କୋପମ୍ୟାନ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଟିମ ଯୋଗ୍ୟତା ହାସଲ କରି ନ ପାରିବାରୁ ତାଙ୍କୁ ସମାଲୋଚନା କରାଯାଉଥିଲା । ୪ ଦିନ ତଳେ ନେଦରଲାଣ୍ଡର ଏହି କୋଚ ଭାରତରେ ମହିଳାମାନେ ରହିବା କାଠିକର ପାଠ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏଠାରେ ମହିଳା କୋଚ ଓ ଖେଳାଳିମାନଙ୍କ ମଧ୍ୟରେ ଭେଦଭାବ ରଖାଯାଉଛି । ୨ ବର୍ଷ ହେବ ମୁଁ ଏଠାେ ନିଜକୁ ବହୁତ ଏକୁଟିଆ ମନେ କରୁଥିଲି । ମୁଁ ସେହି ସଂସ୍କୃତିରୁ ଆସିଛି ଯେଉଁଠାରେ ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଇଥାଏ । ଏଠାରେ ମୋତେ ସେଭଳି କିଛି ଦେଖିବାକୁ ମିଳିଲା ନାହିଁ ବୋଲି ସେ କହିଛନ୍ତି ।

୨୦୨୦ରେ ଜେନେକ ଭାରତୀୟ ଟିମ ସହିତ ଜଡିତ ହୋଇଥିଲେ । ସେ ପ୍ରଥମେ ଦଳର ଆନାଲିଟିକାଲ କୋଚ ହୋଇଥିଲେ । ଭାରତୀୟ ଟିମର ପ୍ରଦର୍ଶନସ୍ତର ସୁଧୁରିବା ପରେ ସେ ମୂଖ୍ୟ କୋଚ ନିଯୁକ୍ତ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ବ୍ରୋଞ୍ଜ, ଏସିଆନ ଗେମ୍ସରେ ବ୍ରୋଞ୍ଜ, ଏସିଆନ ଚାମ୍ପିୟନ୍ସଟ୍ରଫିରେ ସ୍ୱର୍ଣ୍ଣ ଓ ମସ୍କଟ ଏସିଆ କପରେ ବ୍ରୋଞ୍ଜ ପଦକ ଜିତିଥିଲା ।

ଜାନୁୟାରୀରେ ରାଂଚୀରେ ଆୟୋଜିତ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର୍ସରେ ଭାରତ ପ୍ୟାରିସ ଅଲିମ୍ପିକ କୋଟା ହାସଲରେ ବିଫଳ ହୋଇଥିଲା । ସେବେଠାରୁ ସେ ଟାର୍ଗେଟରେ ରହିଥିଲେ । ତାଙ୍କ କାର୍ଯ୍ୟକାଳ ଜୁନ-ଜୁଲାଇରେ ଶେଷ ହେବାକୁ ଥିଲେ ମଧ୍ୟ ସେ ଆଗୁଆ ଇସ୍ତଫା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.