ନର୍ଲା କ୍ଲଷ୍ଟରରେ ସମ୍ବର୍ଦ୍ଧନା ଉତ୍ସବ

ସମ୍ବର୍ଦ୍ଧିତ ହେଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା କ୍ଲଷ୍ଟରର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ଅଧିନସ୍ଥ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏନେଇ ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଏକ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥଲା। ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ନାର୍ଲା ଗୋଷ୍ଠି ଶିକ୍ଷା ଅଧିକାରୀ ତପିମଣି ଜାନି, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ, ନର୍ଲା ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦାସ, ଜିଲ୍ଲା ସ୍ତରରୁ ରାଜ୍ୟରେ ଯାଇ ପୁରସ୍କୃତ ହୋଇଥିବା ଉଳିସିର୍କା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେପାଳ ସାହୁ, ବେଷ୍ଟ ଶିକ୍ଷୟତ୍ରୀ ପୁରସ୍କାର ପ୍ରାପ୍ତ ନର୍ଲା ହାଇସ୍କୁଲର ଶିକ୍ଷୟତ୍ରୀ ସର୍ମିତା ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ସଭାରେ ଅନ୍ୟ ଅତିଥି ଭାବରେ ନର୍ଲା ସିଆରସିସି କ୍ଷୀର ସିନ୍ଧୁବାଗ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆଲୁମିନି ଆୱାର୍ଡ଼ ପ୍ରାପ୍ତ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ନର୍ଲାର ପ୍ରଧାନ ଶିକ୍ଷକ ନିର୍ମଳ ବାରିକ ମଞ୍ଚ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ତପିମଣି ଜାନୀ, ଏବିଇଓ ଗୋବର୍ଦ୍ଧନ ମାଝୀ, ନେପାଳ ସାହୁ, ସର୍ମୀତା ସେଠୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ଆଲୁମିନି ଆୱାର୍ଡ଼ ପ୍ରାପ୍ତ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ନର୍ଲାର ପ୍ରଧାନ ଶିକ୍ଷକ ନିର୍ମଳ ବାରିକଙ୍କୁ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଜାନୀ ଓ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ମାଝୀ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ୱର୍ଦ୍ଧନା ଉତ୍ସବରେ ବଶିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଅର୍ଚ୍ଚନା ବାଗ, ଯୁଧିଷ୍ଠିର ଭୋଇ, ଦୀପାଞ୍ଜଳି ପାଢ଼ୀ, ସବିତା ସେଠୀ, ସୀମା ପରିଡ଼ା, ବିଶାଖା ସାହୁ, ସୁଚିତ୍ରା ବେହେରା, ସୃତିରେଖା ତ୍ରୀପାଠୀ, ଜରାସନ୍ଧ ଭୋଇ, ଦୈତାରୀ ଭୋଇ, ମୀରାକୁମାରୀ ମାଝୀ, ସବିତା ପାତ୍ର, ସବିତା ଜାନୀ, ସୁନୀତା ପଣ୍ଡା, ସୁଦୀପ୍ତା ମିଶ୍ର, ରାଜକିଶୋର ପାଢ଼ୀ, ଯଶୋବନ୍ତ ନାଗ, ଡମ୍ବରୁ ବେହେରା, ଅଜିତ ନାଏକ, କଲ୍ୟାଣୀ ଦାସ, ରବୀନ୍ଦ୍ର ସାହୁ, ସ୍ୱର୍ଣଲତା ସାହୁ, ହେମବତୀ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.