କଲ୍ୟାଣୀ ନଦୀରେ ବୁଡ଼ି ୩ ବର୍ଷର ଶିଶୁ କନ୍ୟାର ମୃତ୍ୟୁ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ବିଜେପୁର ପଞ୍ଚାୟତର କଲାକୁପା ଗାଁର ମୁକୁନ୍ଦ ମାଝୀଙ୍କ ଝିଅ ଚନ୍ଦ୍ରିକା ମାଝୀ (୪ବର୍ଷ)ଙ୍କ ଶନିବାର ସାଢେ ୧୦ ଘଣ୍ଟା ସମୟରେ କଲ୍ୟାଣି ନଦୀ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ସୂଚନାନୁସାରେ ମୃତ ଚନ୍ଦ୍ରିକା ମାଝୀ ଗାଁ ନିକଟସ୍ଥ କଲ୍ୟାଣୀ ନଦୀକୁ ନିଜ ମାଉସୀ ଓ ଗାଁ ଝିଅ ମାନଙ୍କ ସହିତ ଗୋଧୋଇବାକୁ ଯାଇଥିଲେ। ସମସ୍ତେ ଗୋଧୋଉ ଥିବାବେଳେ ମୃତ ଚନ୍ଦ୍ରିକା ନଦୀର ଗଭୀର ପାଣିରେ ଖସି ଯିବାରୁ ପାଣିରେ ବୁଡ଼ିଯାଇଥିଲା I ସାଙ୍ଗରେ ଯାଇଥିବା ସମସ୍ତେ ସ୍ଥିର ପାଣିରେ ଅଚେତ ଅବସ୍ଥାରେ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ I ଖବର ପାଇ ଗାଁ ଲୋକେ ଚନ୍ଦ୍ରିକାର ମୃତ ଦେହକୁ ଉଦ୍ଧାର କରି ଘରକୁ ଆଣିବା ପରେ ୧୨ ଘଣ୍ଟା ସମୟରେ ବିଜେପୁର ପୋଲିସକୁ ଖବର ଦେଇଥିଲେ। ଖବରପାଇ ବିଜେପୁର ଥାନା ଅଧିକାରୀ ରଘୁନାଥ ମାଝୀ,ବିଜେପୁର ସରପଞ୍ଚ ପ୍ରତିନିଧି ଟିକା ମାଝୀ, ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ ସମେତ ଗାଁ ଲୋକେ କଲ୍ୟାଣ ନଦୀ ଯାଇ ତଦନ୍ତ କରି ପରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରି ଶବ ଜବତ କରିବା ସହିତ ଲାଞ୍ଜିଗଡ଼ ଡାକ୍ତର ଖାନାକୁ ବ୍ୟବଛେଦ ପାଇଁ ପଠାଇଥିଲେ। ତେବେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବିଜେପୁର ଥାନା ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଏନେଇ ବିଜେପୁର ଥାନା ୟୁଡି କେଶ ନଂ ୨/୨୪ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.