ବାପୁଜୀ କ୍ଳଷ୍ଟର ସ୍ତରୀୟ ଆମ ସଂସ୍କୃତି ଆମ ଖେଳନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଵାପୁଜୀ କ୍ଲଷ୍ଟର ଭବାନୀପାଟଣା ତରଫରୁ ସ୍ଥାନୀୟ ସରକାରୀ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ “ଆମ ସଂସ୍କୃତି ଆମ ଖେଳନା ପ୍ରସ୍ତୁତି କର୍ମଶାଳା” ଅନୁଷ୍ଠିତ ହୋଇଯାଇଛି। ଏଥରେ ପାରମ୍ପାରିକ ସଂସ୍କୃତି ସହିତ ସଂଶ୍ଲିଷ୍ଟ ବିଭିନ୍ନ ପ୍ରକାର ଵର୍ଜ୍ଯବସ୍ତୁ ଯେପରିକି ନଡ଼ିଆ ଷଢେଇ, କାର୍ଟୁନ୍, ମୋଜା, ପୁରୁଣା କପଡ଼ା, କାଗଜ, ମାଟି, ଦୀପ, ରଙ୍ଗ ଦ୍ଵାରା ବୋତଲଚିତ୍ର, କାଗଜ ତିଆରି କୋଲାଜ ସହିତ ବିଭିନ୍ନ ଜିନିଷପତ୍ର, ମାଟି ଉପରର କଳାକୃତି, ମୁଖା, ଵାଉଁଶକାମ, ଆଙ୍ଗୁଠି ପୋପେଟ, କାଠି ପୋପେଟ, ହାତ ପୋପେଟ, କଣ୍ଢେଇ, କୁଣ୍ଢିକାଞ୍ଚି ଆଦି ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକଟି ଖେଳନା ଆମ ସଂସ୍କୃତିକୁ ଛୁଇଁବା ସହ ଶ୍ରେଣୀ ଓ ବିଷୟଗତ ଶିକ୍ଷଣ ଫଳାଫଳ ହାସଲ କରିବାକୁ ଵିଶେଷ ଗୁରୁତ୍ୱ ଦିଆଯାଇ ସମସ୍ତ ତଥ୍ୟକୁ ଉପସ୍ଥାପନା କରାଯିବା ସହିତ ଅଙ୍ଗନବାଡ଼ି, ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ପର୍ଯ୍ୟନ୍ତ ଏକ ସାମଗ୍ରୀ ବହୁ ବିଷୟରେ ଉପଯୋଗିତାକୁ ନେଇ ଖେଳନା ଗୁଡ଼ିକ ପ୍ରଦର୍ଶିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଖେଳନା ପ୍ରସ୍ତୁତ କରିଥିଲେ। ଏଥିରେ ଉଦ୍ଘାଟକ ରୂପେ ଶିକ୍ଷାବିତ୍ ଲକ୍ଷ୍ମଣ ଏସ୍ଏନ୍ ଆଚାରୀ, ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ଵିଦ୍ଯାଳୟର ପ୍ରଧାନଶିକ୍ଷକ ଦୁଷ୍କନ୍ତ କୁମାର ସାହୁ, ସରକାରୀ ଉଚ୍ଚ ପ୍ରାଥମିକ ଵିଦ୍ଯାଳୟ ପୁରୁଣାପଡାର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ରାଉତ,ସୁନୀଲ ଆଦିଙ୍କ ଗହଣରେ ଦୁଇ ଦିନର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଵ୍ରଜମୋହନ ଉଚ୍ଚ ଵିଦ୍ୟାଳୟ ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର , ସମ୍ମାନୀତ ଅତିଥି ରୂପେ ଏବିଇଓ ତଥା ଵିଆରସିସି ଜୟକୁମାର ମାଝୀ, ମୁଖ୍ୟବକ୍ତା ଜଗଦ୍ଦୀଶ ଚନ୍ଦ୍ର ମୁଣ୍ଡ , ମଞ୍ଚାସୀନ ଥିବା ବେଳେ ବାପୁଜୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନ କାର୍ଯ୍ୟକ୍ରମର ତତ୍ତ୍ବାବଧାରିକା ଥିଲେ। ଏଥି ସହିତ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ହୋଇଥିବାରୁ ସିଆରସିସି ଶ୍ରୀମତୀ ପ୍ରଧାନଙ୍କୁ କ୍ଳଷ୍ଟର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବିଦ୍ୟାଳୟ ପରଦେଶୀପଡା ପ୍ରାଥମିକ ବିଦ୍ୟାଳୟକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ଶିଶୁମାନଙ୍କୁ ଦକ୍ଷ କରାଇବା ପାଇଁ ଅଧିକରୁ ଅଧିକ ଖେଳନାର ଵ୍ଯବହାର କରି ଶିଶୁଙ୍କ ଶିକ୍ଷଣକୁ ନିଶ୍ଚିତ କରିବା ଆନନ୍ଦଦାୟକ କରିବାକୁ ପ୍ରାଧାନ୍ୟ ଦେବାକୁ ଶିକ୍ଷକମାନଙ୍କୁ ଉଦଵୋଧନ ଦେଇଥିଲେ। ସମ୍ବର୍ଦ୍ଧନାପତ୍ର ଛନ୍ଦିତା ଦାଶ ପାଠକରି ଥିବା ବେଳେ ସୁପ୍ରଭା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.