ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ଯ ସମ୍ମିଳନୀ 

‘ଯାହାର ସଂଖ୍ୟା ଯେତେ – ତାଙ୍କୁ ଭାଗ ଦିଅ ସେତେ’

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦଳିତ ବର୍ଗର ପ୍ରତିନିଧିମାନଙ୍କୁ ନେଇ ଆଜି ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ଯ ସମ୍ମିଳନୀ ଭୁବନେଶ୍ଵର ଭଗବତୀ ଭବନ ସମ୍ମିଳନୀ କକ୍ଷରେ ଵିକେଏମୟୁ ରାଜ୍ଯ ସମ୍ପାଦକ ସୁର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ପ୍ରାରମ୍ଭରେ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ସର୍ଵଭାରତୀୟ ସଭାପତି କମ୍ରେଡ୍ କେ ରାମ ମୁର୍ତ୍ତି ସଂଗଠନର ପତାକା ଉତ୍ତୋଳନ କରି ଆମ ଭାରତୀୟ ସମାଜରେ ଥିବା ଘୃଣ୍ୟ ଜାତିବାଦ ସଂପର୍କରେ ଆଲୋଚନା କରିବା ସହ ଯେଉଁ ଜାତିର ଜନ ସଂଖ୍ୟା ଯେତେ – ସେମାନଙ୍କୁ ଭାଗ ସେତେ ଦିଅଆଯାଉ ବୋଲି ଆହ୍ଵାନ ଦେଇଥିଲେ। ଏହି ସମ୍ମିଳନୀକୁ ସିପିଆଇ ରାଜ୍ଯ ସମ୍ପାଦକ କମ୍ରେଡ୍ ଅଭୟ ସାହୁ ଉଦଘାଟନ କରି ସମଗ୍ର ଦେଶରେ ମଣ୍ଡଳ କମିଶନ ସୁପାରିଶ କାର୍ଯ୍ଯକାରୀ ହେବା ବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ଆଦିବାସୀ, ଦଳିତ ଓ ପଛୁଆ ଵର୍ଘଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିଥିବାର ସୂଚନା ଦେଇ ଉଦଵେଗ ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଆଇଟିୟୁସି ରାଜ୍ଯ ସମ୍ପାଦକ ଜୟନ୍ତ ଦାସ ସମ୍ମିଳନୀକୁ ଶୁଭେଚ୍ଛା ଜଣାଇ ଜାତି ଭିତ୍ତିକ ଜନଗଣନା ପାଇଁ ରାଜ୍ଯବ୍ୟାପୀ ଶକ୍ତିଶାଳୀ ଆନ୍ଦୋଳନ ପାଇଁ ଆହ୍ଵାନ ଦେଇଥିଲେ।ଏଆଇଏସ୍ଏଫ୍ ରାଜ୍ଯ ସଭାପତି ସଙ୍ଘମିତ୍ରା ଜେନା ଉଦବୋଧନ ଦେଇ ଜାତୀୟ ଶିକ୍ଷାନୀତି-୨୦୨୦ ମନୁଵାଦ, ଶୋଷଣ ଓ ଅତ୍ୟାଚାରକୁ ବଳବତ୍ତର ରଖିବା ପାଇଁଁ ଉଦ୍ଦିଷ୍ଟ ଥିବା ସହ ଏଥିରେ ସଂରକ୍ଷଣ ଵିରୋଧୀ ଷଡ଼ଯନ୍ତ୍ର କରାଯାଇଥିବାର ସୂଚନା ଦେଇଥିଲେ। ୬ଷ୍ଠ ଶ୍ରେଣୀରୁ ଛାତ୍ର ଛାତ୍ରୀଙ୍କୁ କୌଳିକ ବୃତ୍ତିର ଶିକ୍ଷାଦାନ ଆଳରେ ପ୍ରାକ୍ ମଧ୍ୟଯୁଗୀୟ ଶୋଷଣ ଵ୍ଯଵସ୍ଥାକୁ ପୁନଃସ୍ଥାପନ କରିବ ବୋଲି ସୂଚନା ଦେଇ ଏହାର ସମ୍ପୁର୍ଣ୍ଣ ପ୍ରତ୍ୟାହାର ପାଇଁ ଦଳିତ ଅଧିକାର ଆନ୍ଦୋଳନ ଲଢେଇ କରିଵାକୁ ଆହ୍ଵାନ ଦେଇଛନ୍ତି। ଉତ୍କଳ ମହିଳା ସମିତି ସଭାପତି ପ୍ରମୋଦିନୀ ପାଇକରାୟ, ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦେଵାଶିଷ ପରିଜା ଉଦବୋଧନ ଦେଇ ସମ୍ମିଳନୀର ସଫଳତା କାମନା କରିଥିଲେ। ଏହି ସମ୍ମିଳନୀରେ ୨୦ଜଣରୁ ଅଧିକ ସାଥୀ ଵିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ।ଗୃହୀତ ଦାଵି ପ୍ରସ୍ତାବ ୧) ଭାରତୀୟ ସମାଜ ଵ୍ଯଵସ୍ଥାରେ ଯେଉଁ ଜାତି ଓ ବର୍ଗର ସଂଖ୍ୟା ଯେତେ ତାଙ୍କୁ ସବୁ କ୍ଷେତ୍ରରେ ସେତିକି ଭାଗ ଦିଆଯିବା ପାଇଁ ଜାତୀୟ ନୀତି ପ୍ରଣୟନ କରାଯାଉ। ୨) ଦେଶ ବ୍ୟାପୀ ଜାତି ଭିତ୍ତିକ ଜନ ଗଣନା କରାଯାଉ।‌ ୩) ପୁଦୁଚେରୀ ଓ ତାମିଲନାଡୁ ଭଳି ଓଡ଼ିଶାରେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ପାଇଁ ସ୍ଵତନ୍ତ୍ର ଯୋଜନା ପ୍ରଣୟନ କରି ଏହି ପରିବାରର ଛାତ୍ର ଛାତ୍ରୀଙ୍କୁ କେ.ଜି.ରୁ ପିଏଚଡ଼ି ପର୍ଯ୍ଯନ୍ତ ନିଃଶୁଳ୍କ ଓ ଷ୍ଟାଇପେଣ୍ଡ ସହ ଶିକ୍ଷାଦାନ ଵ୍ଯଵସ୍ଥା କରାଯାଉ। ୪)ଓଡିଶାର ଜନସଂଖ୍ୟାରେ ଆଦିବାସୀ, ଦଳିତ, ପଛୁଆବର୍ଗ ହାର ୯୪% ହୋଇଥିବାରୁ ଏହି ଵର୍ଗଙ୍କୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ୯୪% ସ୍ଥାନ ସଂରକ୍ଷଣ ଦିଆଯାଉ। ୫)ଓଡ଼ିଶାରେ ପେସା ଆଇନ କଡାକଡି ଭାଵେ କାର୍ଯ୍ଯକାରୀ କରାଯାଉ। ୬) ଜଙ୍ଗଲ ଅଧିକାର ଆଇନରର ସଂଶୋଧନ ପ୍ରତ୍ୟାହାର କରାଯାଉ ଓ ଜଙ୍ଗଲ ଅଧିକାର ଆଇନକୁ କଡ଼ା କଡ଼ି ଭାଵେ କାର୍ଯ୍ଯକାରୀ କରାଯାଉ।୭) ଓଡ଼ିଶାରେ ଭୂମିହୀନ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଜନଗଣଙ୍କୁ ଘରଡିହ ଓ କୃଷି ଉପଯୋଗୀ ଜମି ପଟ୍ଟା ପ୍ରଦାନ ଇତ୍ୟାଦି ଦାଵି ପ୍ରସ୍ତାବ ଗୃହୀତ ହୋଇଅଛି। ଏହି ଦାବି ନେଇ ଶକ୍ତିଶାଳୀ ଦଳିତ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଏକ ୧୩ଜଣିଆ ରାଜ୍ଯ କମିଟି ଗଠିତ ହୋଇଅଛି।

Udyog Nursery
Udyogi Nursery

ଏହି ୧୩ଜଣିଆ କମିଟିରେ ଦାମୋଦର ବେହେରା ସଭାପତି ଓ ଗାଗାରିନ ନାଏକ ସମ୍ପାଦକ ଭାଵେ ନିର୍ବାଚିତ ହୋଇଥିବା ଵେଳେ ସୁବାଷ ଚନ୍ଦ୍ର ଜାନୀ, ଛେତମ୍ଵର ଭୋଇ, ଉଗ୍ରସେନ ଦାସ, ଡାକ ହେମ୍ଵ୍ରମ, ଭୁଜଧର ମାଝୀ, ଉତ୍ତମ ମଲ୍ଲିକ, ଭକ୍ତ ମାଝୀ, ଇସମାଇଲ ସଵର, ପ୍ରଫୁଲ୍ଲ ନାଏକ, ଦୟାନିଧି ଜେନା, କାମିନୀ କାନ୍ତ ଜେନା, ଵଆଵଆଜଈ ଚରଣ ଜେନା ଓ ମୀନା ତାଣ୍ଡି ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ସମ୍ମିଳନୀ ପୁର୍ଵରୁ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ସର୍ଵଭାରତୀୟ ସଭାପତିଙ୍କୁ ଏକ ଵର୍ଣ୍ଣାଢ୍ଯ ପଟୁଆରରେ ସମ୍ମିଳନୀ କକ୍ଷ ପର୍ଯ୍ଯନ୍ତ ଅଣାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.