ଅଡ୍ରି କଲୋନୀ ପଡାକୁ ଅପହଞ୍ଚ ବସୁଧା ପାନୀୟଜଳ ଯୋଜନା

ଓଡିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରି ଗ୍ରାମର କଲୋନୀ ପଡ଼ାରେ ପାନୀୟଜଳର ସଙ୍କଟ ଦେଖାଦେଇଛି ଦେଇଛି।ପ୍ରାୟ ୪୫ ପରିବାର ବସବାସ କରୁଥିବା ଏହି ପଡ଼ାରେ ୩ ଗୋଟି ନଳକୂପ ରହିଛି। କିନ୍ତୁ ଗୋଟିଏ ନଳକୂପର ପାଣି ବ୍ୟବହାର ଉପଯୋଗୀ ରହିଥ‌ିବା ବେଳେ ତନ୍ମଧ୍ୟରୁ ଗୋଟିଏ ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ରହିଥିବା ବେଳେ ଗୋଟିଏ ନଳକୂପର ପାଣି ଦୂଷିତ ଯାହା ରୋଷେଇ କଲେ ଖାଦ୍ୟର ରଙ୍ଗ କଳା ପଡିଯାଉଥିବା ଅଭିଯୋଗ ଆଣିଛନ୍ତି କଲୋନୀ ପଡାର ମହିଳା ମାନେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ ପଡାର ଗୋଟିଏ ମାତ୍ର ନଳକୂପ ଉପଯୋଗୀ ହୋଇଥିବାରୁ ସେଠାରେ ପାଣି ପାଇଁ ଧାଡି ଲଗାଇବାକୁ ପଡ଼ିଥାଏ। ତାହା ମଧ୍ୟ ନିଅଣ୍ଟ ହୋଇଥାଏ। ଏନେଇ ଲୋକେ ଅତ୍ରୀ ଗ୍ରାମପଞ୍ଚାୟତର ସରପଞ୍ଚ, ଓ୍ବାର୍ଡ ମେମ୍ବର ଏବଂ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି।ଉକ୍ତ ପଡାରେ ଦୀର୍ଘ ଦିନରୁ ପାନୀୟଜଳର ସମସ୍ୟା ରହି ଆସିଥିବା ବେଳେ ଏହାର ସ୍ଥାୟୀ ସମାଧାନ କରିବାରେ ବିଫଳ ଥିବା ଜଣାପଡିଛି।ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ଦିନକୁ ଖରାର ପ୍ରକୋପରେ ତଦନୁଯାୟୀ ଉତ୍ତାପ ମଧ୍ୟ ବଢ଼ିବଢ଼ି ଚାଲିଛି। ଉକ୍ତ କଲୋନୀ ପଡାରେ ପାନୀୟଜଳର ଘୋର ସମସ୍ୟା ଦେଖାଦେବାର ଆଶଙ୍କା ରହିଛି।ସରକାର ବସୁଧା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଜନବସତିରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି।

Udyog Nursery
Udyogi Nursery

ଏଥିସହିତ ଖଣି ପ୍ରଭାବିତ ଅଞ୍ଚଳରେ ଆଲୁଅ ଏବଂ ପାନୀୟଜଳ ଯୋଗାଣ ପାଇଁ ଡିଏମ୍ଏଫ୍ ଭଳି ସ୍ବତନ୍ତ୍ର ଅନୁଦାନରୁ ବସ୍ତି ଅଞ୍ଚଳକୁ ଆଲୋକିକରଣ କରିବା ପାଇଁ ସୋଲାର ପ୍ରକଳ୍ପ ମାଧ୍ୟମରେ ଷ୍ଟ୍ରିଟ୍ ଲାଇଟ୍ ଏବଂ ସୋଲାର୍ ପ୍ରକଳ୍ପ ମାଧ୍ୟମରେ ପାନୀୟଜଳ ବ୍ୟବସ୍ଥା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।ହେଲେ ୬ କୁ ୯ କରି ନିମ୍ନମାନର ସରଞ୍ଜାମ ବ୍ୟବହାର ହେଉଥିବା ଯୋଗୁଁ ଏସବୁ ଦୁଇଦିନିଆ ବୋଲି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।ଅନ୍ଧାରରେ ଅନ୍ଧାର ଆଲୁଅ ଯୋଜନା।

ପ୍ରକଳ୍ପ ସବୁ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ଯାଉଥିବା ବେଳେ ମରାମତି ପାଇଁ ପ୍ରଶାସନର ଦେବାଳିଆ ପ୍ରଦର୍ଶନ ରହିଥିବା ବେଳେ ଏହା ସବୁ ପ୍ରହସନ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି। ସବୁ ଦେଖି ଶୁଣି ଚୁପ୍ ରହିବା ପ୍ରଶାସନ ଏବଂ ରାଜନୈତିକ ଜନପ୍ରତିନିଧି ମାନଙ୍କ ଅବହେଳା ଯାହା ବାସ୍ତବରେ ପରିତାପର ବିଷୟ। ହେଲେ ପ୍ରଶାସନ କଲୋନୀ ପଡାର ଏହି ସମସ୍ୟାର ସ୍ଥାୟୀ ସମାଧାନ କେବେ ଏବଂ କେତେ ଦିନ ମଧ୍ୟରେ କରୁଛନ୍ତି ତାହା ଦେଖିବା ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.