ନର୍ଲା ବ୍ଲକ ଆଦିବାସୀଙ୍କ ବିକାଶ ଲାଗି ୭୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ; ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ନର୍ଲା ଆଦିବାସୀ ସଂଘ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ କରି ଆଦିବାସୀଙ୍କ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନର୍ଲା ଆଦିବାସୀ ସଂଘକୁ ୭୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଅସୁରଗଡ ବୀର କମଲ ମୈଦାନରେ ଏନେଇ ନର୍ଲା ଆଦିବାସୀ ସଂଘର ସଭାପତି ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ ଉପସଭାପତି ପଦ୍ମନ ପାତ୍ର, ଜିଲ୍ଲା ସମ୍ପାଦକ ଦେବରାଜ ମାଝୀ, ବ୍ଲକ ଉପସଭାପତି ବୀରକିଶୋର ମାଝୀ, ସୁଦର୍ଶନ ଭୋଇ, ସମ୍ପାଦକ ମାୟାଧର ମାଝୀ, ଝସକେତନ ମାଝୀ, ରାଜୁ ମାଝୀ, ଯୋଗେନ୍ଦ୍ର ମାଝୀ, ଦକ୍ଷରାଜ ମାଝୀ, ବରୁଣ ମାଝୀ, ସମସ୍ତ ଜାନୀ, ଝାକର, ଦିଆରୀ, ପୁଝାରୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଆଦିବାସୀଙ୍କ ଦେବାଦେବୀ ପୂଜନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାପତି ହରିଶଙ୍କର ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ଏଥିରେ ନର୍ଲା ଆଦିବାସୀଙ୍କ ବିକାଶ ଉପରେ ଆଲୋଚନା ହୋଇଥିଲା । ଆଦିବାସୀଙ୍କ ସ୍ୱତନ୍ତ୍ର ସହାୟତା ପାଇଁ ଆସିଥିବା ୭୫ ଲକ୍ଷ ଟଙ୍କା ଅର୍ଥରାଶିକୁ ନର୍ଲା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ଆଦିବାସୀଙ୍କ ପୂଜ୍ୟ ଦେବାଦେବୀ ମନ୍ଦିର ଧରଣୀ ଗୁଡି, ମାଉଲି ଗୁଡି, ଅନ୍ୟାନ୍ୟ ଦେବାଦେବୀ ମନ୍ଦିର, ଆଦିବାସୀଙ୍କ ପରାମ୍ପରା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଗୁଡିକରେ ଅର୍ଥ ବିନିଯୋଗ ଜାନୀ, ଝାକର, ଦିଆରୀ, ପୁଝାରୀ ମାନଙ୍କୁ ଭତ୍ତା ପ୍ରଦାନ ପ୍ରଭୃତିରେ ଏହି ଅର୍ଥକୁ ବିନିଯୋଗ କରାଯାଉ ବୋଲି ପ୍ରସ୍ତାବ ଗୃହିତ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନର୍ଲା ବ୍ଲକକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ କରିଥିବାରୁ ସଭାରେ ଧନ୍ୟବାଦ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଆଦିବାସୀ ମାନଙ୍କ ବିକାଶ ଓ ଉନ୍ନୟନ ପାଇଁ ସମସ୍ତ ଆଦିବାସୀ ଭାଇ ଭଉଣୀ ଏକତା ବଦ୍ଧ ହେବାପାଇଁ ଆହ୍ୱାନ ଦିଆଯିବା ସହ ସଭାରେ ଆଦିବାସୀ ବିକାଶ ପାଇଁ ଅନ୍ୟାନ୍ୟ ପ୍ରସ୍ତାବ ସବୁ ଗୃହିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.