ନର୍ଲାରେ ମୁଖ୍ୟମନ୍ତ୍ରୀଙ୍କ ସୁଧ ଫେରସ୍ତ ମେଳା

୬୦୯ ଗୋଷ୍ଠୀଙ୍କୁ ୨୫ ଲକ୍ଷ ୯୦ ହଜାର ୮୨୮ ଟଙ୍କା ସୁଧ ଫେରସ୍ତ

ୟୁନିଫର୍ମ ଓ ବ୍ଲେଜର ବାବଦକୁ ୧,୮୮,୦୩୦୦୦ ଟଙ୍କାର ସହାୟତା ପ୍ରଦାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ଅନୁଷ୍ଠିତ ହୋଇଛି ନର୍ଲା ମିଶନ ଶକ୍ତିର ସୁଧ ଫେରସ୍ତ ମେଳା । ଏଥିରେ ନର୍ଲା ବ୍ଲକ୍ ଅଞ୍ଚଳର ୬୦୯ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୫,୯୦,୮୨୮ ଟଙ୍କା ଫେରସ୍ତ ଦିଆଯାଇଛି । ଏହି ଟଙ୍କା ସେମାନେ ବ୍ୟାଙ୍କରୁ ଋଣ ଆଣି ସୁଧ ବାବଦକୁ ପୈଠ କରିଥିଲେ । ଗତ ୯ ମାସ ମଧ୍ୟରେ ନର୍ଲା ବ୍ଲକ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠି ମାନେ ବ୍ୟାଙ୍କ ମାନଙ୍କରୁ ଋଣ ନେଇ ସୁଧ ବାବଦକୁ ପୈଠ କରିଥିବା ଟଙ୍କାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ଫେରସ୍ତ କରିଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଭୁବନେଶ୍ୱରରେ ଏହାର ଶୁଭାରମ୍ଭ କରିବା ପରେ ନର୍ଲାରେ ଏହି ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାରା ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ୧୪୫ କୋଟି ସୁଧ ଟଙ୍କା ଫେରସ୍ତ ଦିଆଯିବା ସହ ୭୩୦ କୋଟି ଟଙ୍କାର ୟନିଫର୍ମ ଓ ବ୍ଲେଜର ବାବଦକୁ ସହାୟତା ପ୍ରଦାନ କରିଛନ୍ତି ସରକାର । ମୁଖ୍ୟମନ୍ତ୍ରୀଙ୍କ ଏହି ସୁଧ ଫେରସ୍ତ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ଏଲଇଡି ମାଧ୍ୟମରେ କାର୍ଯ୍ୟକ୍ରମ ସ୍ଥଳିରେ ପ୍ରଦର୍ଶିତ କରାଯାଇଥିଲା । ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମିଶନ ଶକ୍ତିର ନର୍ଲା ବ୍ଲକ ସଂଯୋଜକ ରୋହିତ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ସମ୍ମାନୀତ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନମ୍ରତା ସାହୁ, ନର୍ଲା ସିଡିପିଓ ବିନୋଦିନୀ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ମୁଖ୍ୟମନ୍ତ୍ରୀଙ୍କ “ମହିଳା ସଶକ୍ତିକରଣ” ଓ “ନୂଆ ଓଡିଶା ନବୀନ ଓଡିଶା” ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ବିଶେଷ କରି ବିଜେଡିର ଯୁବ ନେତୃତ୍ୱ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଜନ ମଙ୍ଗଳ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରାଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଓଡିଶା “ନୂତନ ଓ ବିକାଶଶୀଳ ଓଡିଶା” ଗଠନରେ ସହାୟକ ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ବିପିସି ରୋହିତ କୁମାର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ମିଶନ ଶକ୍ତି ନର୍ଲାର ସଭାନେତ୍ରୀ ସଙ୍ଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲ, ଲାଇଭଲିହୁଡ ମିଶନ ସଂଯୋଜକ ସନତ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ନର୍ଲା ବ୍ଲକ୍ ଅଧିନସ୍ଥ ୬୦୯ ଗୋଟି ସ୍ୱୟଂ ସହାୟକ ଗୋଷ୍ଠିର ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ୧୫ ଶହ ରୁ ଉର୍ଦ୍ଧ୍ୱ ମହିଳା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଗତ ୯ ମାସ ଆଗରୁ ପର୍ଯ୍ୟାୟ କ୍ରମେ ୬୦୯ ଗୋଟି ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅନ୍ୟୁନ ୨ ଲକ୍ଷ ଟଙ୍କା ଓ ସର୍ବାଧି ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଭଳି ମୋଟ ୧୨ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ସେହି ଋଣର ସୁଧ ବାବଦକୁ ୨୫,୯୦,୮୨୮ ଟଙ୍କା ଓ ୟନିଫର୍ମ ଓ ବ୍ଲେଜର ବାବଦକୁ ୧,୮୮,୦୩୦୦୦ ଟଙ୍କା ପ୍ରଦାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ନର୍ଲା ଅଞ୍ଚଳର ସମସ୍ତ ବ୍ୟାଙ୍କର ପ୍ରତିନିଧି, ସମସ୍ତ ସୁପରଭାଇଜର, ନର୍ଲାର ଏନଜିଓ ସଦସ୍ୟ, ବିପିଏସିଏ ପୂର୍ଣ୍ଣଚନ୍ଦ୍ର ବୁଦ୍ଧିଆ, ନର୍ଲା ଆଇସିଡିଏସ୍ ର ଚୈତନ୍ୟ ସାହୁଙ୍କ ସମେତ ଆଇସିଡିଏସ୍ କର୍ମଚାରୀ, ସମସ୍ତ ଗ୍ରାମ ପଞ୍ଚାୟତର ମାଷ୍ଟର ବୁକ୍ କିପର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବ୍ଲକ ସଂଯୋଜକ ଶ୍ରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.