ଭବାନୀଶଙ୍କର ନିଆଲଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେଡ଼ି 

ଦଳୀୟ ନେତା ଓ କର୍ମୀ ମହଲରେ ଖୁସିର ଲହରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିବା ବରିଷ୍ଠ ନେତା ଭବାନୀ ଶଙ୍କର ନିଆଲଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ନିଆଲଙ୍କ ଉପରୁ ନିଲମ୍ବିତ ପ୍ରତ୍ୟାହାର କରାଯିବା ପରେ କଳାହାଣ୍ଡିର ବିଜେଡି ନେତା ଓ କର୍ମୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ବେଦାନ୍ତକୁ ଖଣିଦେବା ଦାବିକରି ବିଜେଡିର ବରିଷ୍ଠ ନେତା ଭବାନୀ ଶଙ୍କର ନିଆଲଙ୍କ ନେତୃତ୍ୱରେ ଭବାନୀପାଟଣାରେ ଏକ ସେମିନାର ଓ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ ତୁଙ୍ଗ ନେତାମାନେ ଯୋଗ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ସେମିନାର ଓ ଶୋଭାଯାତ୍ରା ବିଜେଡି ଦଳୀୟ ନୁହେଁ। ଏହା ସମ୍ପୂର୍ଣ୍ଣ ନିଆଲଙ୍କ ନିଜସ୍ୱ କାର୍ଯ୍ୟକ୍ରମ ଓ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହିତ ଆଦିବାସୀ ବିରୋଧୀ ଆଖ୍ୟା ଦେଇ ନିଆଲଙ୍କୁ ବିଜେଡି ଦଳରୁ ନିଲମ୍ବିତ କରାଯାଇଥିଲା। ସେହି ଦିନଠାରୁ ଅର୍ଥାତ ୧୦ ମାସଧରି ନିଆଲଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେବାକୁ ସୁଯୋଗ ଦିଆଯାଇନଥିଲା କିମ୍ବା ନିଆଲ ମଧ୍ୟ ଦଳର ଶୃଙ୍ଖଳା ଭଙ୍ଗ ନ କରି ଦଳୀୟ କାର୍ଯ୍ୟକ୍ରମଠାରୁ ନିଜକୁ ଦୁରେଇ ଆସିଥିଲେ। ନିଆଲଙ୍କ କାର୍ଯ୍ୟଶୈଳୀକୁ ଆଖି ଆଗରେ ରଖି ଜିଲ୍ଲାର ବିଜେଡିର ମଙ୍ଗ ଧରିଥିବା ଦଳୀୟ ନେତାମାନେ ନିଆଲଙ୍କ ଉପରୁ ନିଲମ୍ବିତ ଆଦେଶ ପ୍ରତ୍ୟାହାର କରିନେବା ପାଇଁ ଦଳର ନେତୃ ମଣ୍ଡଳୀଙ୍କ ନିକଟରେ ଦାବି କରିବା ସହିତ ନିଆଲ ପୂର୍ବପରି ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ କହିଥିଲେ । ନିଆଲଙ୍କ କାର୍ଯ୍ୟଶୈଳୀକୁ ତର୍ଜମାକରି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିଆଲଙ୍କ ଉପରକୁ ନିଲମ୍ବିତ ପ୍ରତ୍ୟାହାର କରାଯାଇଛି ବୋଲି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଚିଠିରୁ ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.