ଭୀମପୁରରେ ଗ୍ରାମଦେବୀଙ୍କ ଜରାଜୀର୍ଣ୍ଣ ବିଗ୍ରହକୁ କାଢ଼ି ନୂତନ ବିଗ୍ରହ ସ୍ଥାପନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମ ପଞ୍ଚାୟତ ସାମ୍ନାରେ ଥିବା ଗ୍ରାମଦେବତୀଙ୍କ ଜରାଜୀର୍ଣ ମନ୍ଦିର ସହ ନୂତନ ବିଗ୍ରହ ସ୍ଥାପନା କରାଯିବା ନିମନ୍ତେ ଜଳଯାତ୍ରା, କଳସ ସ୍ଥାପନ, ଅଙ୍କୁରା ରୋପଣ, ଧାନ୍ୟାଧିବାସ, ଘୃତଯଜ୍ଞ, ନାମ ଯଜ୍ଞ ଓ ସାକୀର୍ତ୍ତନ, ଜ୍ଞାନ ଯଜ୍ଞ ସହିତ ଅର୍ଣ୍ଣଯଂଜ୍ଞ ପ୍ରଭୁତି କାର୍ଯ୍ୟକ୍ରମ ବିଦ୍ୱାନ ପଣ୍ଡିତ, ବ୍ରାହ୍ମଣ ମାନଙ୍କ ଦ୍ୱାରା କରାଯାଇ ଦେବୀଙ୍କୁ ମନ୍ଦିରରେ ସ୍ଥାପନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମର ଆବାଳ ବୃଦ୍ଧ, ବନୀତା, ବୃଦ୍ଧା, ମହିଳା ଯୁବ ସମାଜ, ଙ୍କ ସହିତ ବରିଷ୍ଟ ବ୍ୟକ୍ତିମାନେ, ଶିକ୍ଷା ବିତ, ମାନଙ୍କ ସହିତ ସେହି ଗାଁର କିଛି ପ୍ରବାସୀ ବ୍ୟକ୍ରି ବିଶେଷ, ଯୁବ ଗୋଷ୍ଠିଙ୍କ ଆର୍ଥିକ ଓ ଉପସ୍ଥିତ ସହଯୋଗ ରେ ଏହି ନୂତନ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇ ସମସ୍ତଙ୍କୁ ଅର୍ଣ୍ଣ ପ୍ରସାଦ ବଣ୍ଟନ କରାଯାଇ ଥିଲା | ଏବଂ ମାଙ୍କ ଆଶୀର୍ବାଦ ଭିକ୍ଷା କରି ଏବଂ ଗାଁ ର ମଙ୍ଗକ କାମନା ପାଇଁ ତାଙ୍କ ଚରଣରେ ଆଶ୍ରିତ ହୋଇଥିଲେ | ସମସ୍ତଙ୍କ ଭିତରୁ କିଛି ବ୍ୟକ୍ତି ଙ୍କ ନେତୃତ୍ୱ, ପରିଶ୍ରମ, ତ୍ୟାଗ ଓ ଶ୍ରମ ଦାନ ଏବଂ ସମୁର୍ଣ ସହଯୋଗ କରିଥିଲେ ସେମାନେ ହେଲେ ଲଡ଼ୁ କିଶୋର ସାହୁ ଉଦ୍ୟକ୍ତା, ଲିଙ୍ଗରାଜ ସାହୁ, ରାମହରି ମହାନ୍ତି (ଯଜ୍ଞ କର୍ତ୍ତା) ବିଶ୍ଵନାଥ ମହାରଣା, ଶ୍ୟାମ ସୁନ୍ଦର ନାହାକ, ରମେଶ ଚନ୍ଦ୍ର ପ୍ରଧାନ, ଵାପିନି ମହାରଣା, ଚନ୍ଦନ ଦାମଲ, ଯୋଗୀନ୍ଦ୍ର ପାଢ଼ୀ, ପ୍ରଦୀପ ମହାରଣା, ସୁରେନ୍ଦ୍ର ସେଠୀ, ସନ୍ତୋଷ ବେହେରା, ଭୋବନି ମହାନ୍ତି, ବାବୁ ମହାରଣା, ଓ ପିତବାସ ପଣ୍ଡା ପ୍ରମୁଖ ଙ୍କ ସହିତ ଭୀମପୁର ର ସମସ୍ତ ଗ୍ରାମବାସୀ ଯୁବକ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ | ତେବେ ପ୍ରବାସୀ ଯୁବକ ଏବଂ ଲୋକଙ୍କ କହିବା କଥା ସେମାନେ ପ୍ରତେକ ବର୍ଷ ଗାଁର ବିକାଶ , ଓ ଉର୍ନ୍ନତି ନିମନ୍ତେ ଗ୍ରାମବାସୀ ଙ୍କ ସହଯୋଗ ରେ କିଛି କାର୍ଯ୍ୟ କରିବାକୁ ସଂକଳ୍ପ ବଦ୍ଧ ହୋଇ ଛନ୍ତି ବୋଲି ମତ ଦେଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.