ସମସ୍ୟାର ଚାରିଛକରେ ବନ୍ଧା ଖରିଆର ରାଜା ଅନୁପ ସିଂ ଦେଓଙ୍କ ଜନ୍ମ ଗାଁ 

ପ୍ରଶାସନ ର କଥା ମାନି ଭୋଟ ବର୍ଜନ ପ୍ରତ୍ୟାହାର କରିଥିବା ଗାଁ କୁ ଆଜି ଯାଏଁ ଆଡ ଆଖିରେ ଚାହିଁନି ଜିଲ୍ଲା ପ୍ରଶାସନ 

Omkar Vasthu
Omkar Vasthu

ନୂଆପଡା,୨୦/୬ :  ଆଦିବାସୀ ସମ୍ପ୍ରଦାୟ ବହୁଳ ଜିଲ୍ଲା ମଧ୍ୟ ରେ ନୂଆପଡା ଜିଲ୍ଲା ଅନ୍ୟତମ । ଏଭଳି ଆଦିବାସୀଙ୍କୁ ସହରିୟା ଢାଞ୍ଚା ଓ ପ୍ରଗତି ପଥେ ଆଣି ସମାଜର ମୁଖ୍ୟ ସ୍ରୋତରେ ମିଶାଇବା ପାଇଁ ସରକାର ବିଭିନ୍ନ ଯୋଜନା କରି ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କଲେଣି କିନ୍ତୁ, ବର୍ତମାନ ମଧ୍ୟ ଏଭଳି ଗାଁ ଦେଖିବାକୁ ମିଳେ ଯେଉଁ ଗାଁର ଲୋକ ମୌଳିକ ଅଧିକାର ମଧ୍ୟ ପାଇ ପାରନ୍ତି ନାହିଁ । ଏଭଳି ଏକ ଗାଁ ହେଉଛି ନୂଆପଡା ଜିଲ୍ଲା କୋମନା ବ୍ଲକ ପଏର ପଂଚାୟତର ଅନୁପଗଡ଼ । ଗାଁ ରେ ପିଇବା ପାଇଁ ବୋରିଂ ଗୋଟିଏ ବି ନାହିଁ । ପାଖରେ ଥିବା ଆମତିଖୋଲ ଜଙ୍ଗଲର ଆମ ଝରଣା ର ପାଣି ପିଅନ୍ତି ଏହି ଗାଁ ଲୋକ । କିନ୍ତୁ ବର୍ତମାନ ସେଠାରେ ହାତୀ ଆତଙ୍କ ଦେଖା ଯିବାରୁ ଗାଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଖରିଆର ରାଜାଙ୍କ ଗଡ଼ ବୋଲାଉଥିବା ଅନୁପଗଡ଼ ଗାଁର ନାମ କରଣ ରାଜା ଅନୁପ ସିଂ ଦେଓ ଙ୍କ ନାମ ରେ ନମିତା ହୋଇଛି । ରାଜା ଅନୁପ ସିଂ ଦେଓ ଏହି ଗାଁ ରେ ଜନ୍ମ ହୋଇଥିଲେ । ୨୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ନିର୍ବାଚନରେ ନିଜର ମୌଳିକ ଅଧିକାର ପାଇଁ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇ ଥିଲା, କିନ୍ତୁ ପ୍ରଶାସନ ସମସ୍ତ ମୌଳିକ ଅଧିକାର ର ତୁରନ୍ତ ସମାଧାନ କରିବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଗାଁ କୁ ପରିଦର୍ଶନ କରିବା ପାଇଁ ମଧ୍ୟ ଯାଇ ନାହାନ୍ତି । ସର୍ବମୋଟ ଜନସଂଖ୍ୟା ର ଏକ ଚାରୁର୍ଥାଂଶ ରୁ କିଛି କମ ସଂଖ୍ୟା ର ଛୋଟ ଛୋଟ ପିଲା ମାନେ ଯିଏ ଏହି ଅଖଣ୍ଡ ଭାରତ ର ଭବିଷ୍ୟତ ତାହାଙ୍କ ପାଇଁ ଶିକ୍ଷା ର ମଧ୍ୟ କୌଣସି ସୁବିଧା ଏ ଯାଏଁ ପହଞ୍ଚି ନାହିଁ ଅନୁପଗଡ଼ ଗାଁ କୁ । ଗାଁ କୁ ଯିବା ପାଇଁ ଗମନାଗମନ ର ସୁବିଧା ନାହିଁ । ହାତୀ ଆତଙ୍କ ପାଇଁ ସନ୍ଧ୍ୟା ହେଲେ ବିଦ୍ୟୁତ ସଂଯୋଗ ମଧ୍ୟ କାଟି ଦିଆ ଯାଉଛି । ତେବେ ଏହି ଗାଁ ର ଲୋକ ଜିଲ୍ଲା ପ୍ରଶାସନ କୁ ପୁନଃ ଏକ ଦାବୀ ପତ୍ର ଦେଇଛନ୍ତି ଯେ ତାଙ୍କର ମୌଳିକ ଅଧିକାର ପାଇଁ ପ୍ରଶାସନ ଯେଉଁ ପ୍ରତିଶୃତି ଦେଇ ଥିଲେ ତାହା ପୂରଣ ହେଉ । ଏ ନେଇ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଘାସିରାମ ମାଝୀ ପ୍ରଶାସନଙ୍କୁ କଡା ନିନ୍ଦା କରିବା ସହ ଅନୁପଗଡ଼ ଗାଁ କୁ ଯଦି ମୌଳିକ ସୁବିଧା ନ ମିଳିବା ତାହେଲେ ଆଗାମୀ ଦିନ ରେ ଧାରଣା ଦେବେ ବୋଲି ଚେତାଇ ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.