ଖରାଛୁଟି: ୨୬ ନୁହେଁ, ୨୧ରେ ଖୋଲିବ ସ୍କୁଲ୍

ଭୁବନେଶ୍ବର,୨୦/୬: ଖରାଛୁଟିକୁ ନେଇ ବାରମ୍ବାର ବଦଳୁଛି ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ଶୁକ୍ରବାର ରାଜ୍ୟର ସମସ୍ତ ସ୍କୁଲ ଖୋଲିବା ନେଇ ସୂଚନା ମିଳିଛି। ପାଗରେ ପରିବର୍ତ୍ତନ ଯୋଗୁଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁସାରେ ୧୯ ତାରିଖ ସ୍କୁଲ୍ ଖୋଲିବାର ଥିଲା। ତେବେ ଦୁଇ ଦିନ ପୂର୍ବରୁ ରାଜ୍ୟର ସମସ୍ତ ସ୍କୁଲ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା। ଏବେ ପୁଣି ୨୧ ତାରିଖ ସ୍କୁଲ୍ ଖୋଲିବା ନେଇ ଆଦେଶ ଆସିଛି।

ଓଡ଼ିଆ ବାର୍ତ୍ତା ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.