ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ବଙ୍ଗଳା ଛକ ଠାରେ ବୁଧବାର ପୂର୍ବାହ୍ନରେ ଅଜଣା ଗାଡି ଧକ୍କା ଦେବା ଯୋଗୁଁ ଜଣେ ବାଇକ ଆରୋହୀଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି l ମୃତ ବ୍ୟକ୍ତି ନାମ କମ୍ବୁପାଣି ରଣା (65) ସଇଁତଲା ସହରର ଗୋପବନ୍ଧୁ ପଡାର ଗୁରୁତର ଜଣକ ହେଲେ କନ୍ଦକେଲଗାଁର ଶିକ୍ଷକ କୁମୁଦ ରଞ୍ଜନ ମେହେର(45) ବୋଲି ଜଣାପଡିଛି l ଉଭୟଙ୍କୁ ପୋଲିସ ଉଦ୍ଧାର କରି ସଇଁତଲା ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ କମ୍ବୁ ଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲା ଚିକିତ୍ସା ଅବସ୍ଥାରେ ତାଙ୍କ ମୃତ ଘଟିଛି l ବଲାଙ୍ଗୀର ପୋଲିସ ଶବକୁ ଜବତ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l ପ୍ରକାଶ ଯେ, ଡ଼ୁମାଲପଡା ସ୍ଥିତ ସତସଙ୍ଗ କେନ୍ଦ୍ରରୁ ବାହାରି ଘରକୁ ଆସୁଥିଲେ l ସେହିପରି କନ୍ଦକେଲଗାଁ ଗ୍ରାମରୁ ସେ ମଧ୍ୟ ବାହାରି କରମତଲା ବିଦ୍ୟାଳୟ କୁ ଆସୁଥିଲେ l ସେହି ସମୟରେ ବଲାଙ୍ଗୀର ପଟୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇଥିଲା l ଫଳରେ ଗୁରୁତର ଅବସ୍ଥାରେ ଲୋକେ ସଇଁତଲା ମେଡିକାଲ ନେଇଥିଲେ l ବର୍ତମାନ ଶ୍ରୀରଣା ଜଣେ ଶିକ୍ଷା ବିଭାଗରେ ସ୍କୁଲ ନିରୀକ୍ଷକ କାର୍ଯ୍ୟରତ ପରେ ଅବସର ଗ୍ରହଣ କରିଥିଲେ l ସେ କୁମ୍ଭାର ସମାଜ ସଭାପତି ମଧ୍ୟ ଥିଲେ l ଏପରିକି ସତସଙ୍ଗ କେନ୍ଦ୍ରର ଜଣେ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ l ତାଙ୍କ ବିୟୋଗରେ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଙ୍କ ସମେତ ବିଭିନ୍ନ ବର୍ଗ ଲୋକେ ଗଭୀର ଶୋକ ପ୍ରକାଶ କରିଛନ୍ତି l ଏଥିରେ ସଇଁତଲା ସହରରେ ମଧ୍ୟ ଶୋକର ଛାୟା ଖେଳିଯାଇଛି l