କଂଗ୍ରେସ ଦଳର କର୍ମକର୍ତ୍ତା ସମ୍ବିଳନୀ

ବିଜେଡି ବିଜେପି ମେଣ୍ଟଙ୍କୁ ହରାଇ କଂଗ୍ରେସ ସରକାର ଗଢ଼ିବ -ସମ୍ପାଦକ ଶ୍ରୀ ହୁସେନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ୨୫ ବର୍ଷ ବିଜେଡି ସରକାର ରାଜ୍ୟରେ ଶାସନ କାଳରେ ନାରୀ ନିର୍ଯାତନା, ଚାଷୀ ମରଣନୀତି, ବେରୋଜଗାରୀ, ନିଯୁକ୍ତି ଅଭାବ ସମସ୍ୟା ଘେରରେ ସରକାର ବୁଡି ରହିଛି l ସେହିପରି କେନ୍ଦ୍ର ସରକାର ବିଜେପିର ମଧ୍ୟ ସମାନ ଅବସ୍ଥା l ଲୋକମାନଙ୍କୁ ଭୁଆଁ ବୁଲାଇ ଦରଦାମ ବୃଦ୍ଧି ଯୋଗୁଁ ତ୍ରାହି ତ୍ରାହି ଡାକୁଛନ୍ତି l ତେଣୁ ଆଗାମୀ ଦିନରେ କଂଗ୍ରେସ ଦଳ ୯ ରୁ ୯୦ ହେବ l ଓଡିଶାରେ କଂଗ୍ରେସ ଦଳ ସରକାର ଗଡିବ ବୋଲି ସର୍ବଭାରତୀୟ କଂଗ୍ରେସର ଏଆଇସିସି ସାଧାରଣ ସମ୍ପାଦକ ସାହାନାଜ ହୁସେନ ଚୌଧୁରୀ ଯୋଗଦାନ କରି ଉପସ୍ଥିତ କଂଗ୍ରେସ କର୍ମକର୍ତ୍ତା ସମ୍ବିଳନୀ କହିଥିଲେ l ଏଥିରେ ଆୟୋଜିତ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁରେନ୍ଦ୍ର ସିଂ ଭୋଇ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ସର୍ବ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ବିଧୁଭୂଷଣ ତ୍ରିପାଠୀ, ସମରେନ୍ଦ୍ର ମିଶ୍ର, ଅଭିଷେକ ମହାନନ୍ଦ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଟୁନା ମହାପାତ୍ର, ପିପିସି ସଦସ୍ୟ ଡମ୍ବରୁଧର ଛତ୍ରିଆ, ପିସିସି ସମ୍ପାଦକ ଏମ. ଡି. ଆକବର ଖାନ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମିଲନି ସାହୁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଗଣେଶ ସାହୁ, କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଏସଟି ସେଲ ସଭାପତି ମୟ ପ୍ରଧାନୀ, ଏସସି ସେଲ ଓମପ୍ରକାଶ କୁମ୍ଭାର, ଜିଲ୍ଲା ଉପ ସଭାପତି ମନୀଷ ମିଶ୍ର
ପ୍ରମୁଖ ଉପସ୍ଥିତ ରହି ଆଗାମୀ ନିର୍ବାଚନକୁ ଦୃଷ୍ଟି ରଖି କଂଗ୍ରେସ ଦଳ କୁ ମଜଭୂତ କରିବା ପାଇଁ ଆହ୍ୱାନ ଦେଇଥିଲେ l ଏହି ସଭାରେ ପ୍ରଦେଶ ଯୁବ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁବ୍ରତ ବେହେରା ପରିଚାଳନା କରିଥିବା ବେଳେ ଜିଲ୍ଲା ଉପ ସଭାପତି ସନ୍ତକ ବହିଦାର ଧନ୍ୟବାଦ ପ୍ରଦାନ କରିଥିଲେ l ଏହାପରେ କମିଟି ସମ୍ପାଦକ ଶ୍ରୀ ହୁସେନ ଚୌଧରୀ ଆସିଥିବା ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ କର୍ମକର୍ତ୍ତାମାନଙ୍କ ସହିତ ନିର୍ବାଚନମଣ୍ଡଳୀ ସମସ୍ୟା ସହ ସାଙ୍ଗଠନିକ ଉପରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ l ଏହି ସମ୍ବିଳନୀରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଅମିତ ରଥଙ୍କ ସମେତ ୧୪ ଗୋଟି ବ୍ଲକର ସଭାପତି ତଥା ଜିଲ୍ଲା କଂଗ୍ରେସ କମିଟି କର୍ମକର୍ତ୍ତା ସହ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.