ନର୍ଲାରେ ବିଏସକେଓ୍ବାଇ ନବୀନ କାର୍ଡ ବିତରଣ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ବୁଧବାର ବିଏସକେଓ୍ବାଇ ନବୀନ କାର୍ଡ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବିଡ଼ିଓ ରିପୁନାଥ ସୁନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଯୋଗଦେଇ ନବୀନ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ଏଥିରେ ବ୍ଲକର ୨୬ଗୋଟି ପଞ୍ଚାୟତର ୯୫୭ ଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ନବୀନ କାର୍ଡ ପ୍ରଦାନ କରାଯାଇଥିଲା। ବିଏସକେଓ୍ବାଇ କାର୍ଡ ଯେଉଁମାନେ ପାଇ ନଥିଲେ ସେମାନେ ଏହି ନବୀନ କାର୍ଡ ଦ୍ବାରା ଉପକୃତ ହେବେ। ଏହି କାର୍ଡ ଦେଶର ୮୦୦ରୁ ଉର୍ଦ୍ଧ୍ବ ଚିକିତ୍ସାଳୟରେ ହିତାଧିକାରୀ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବ। ଆଜିର ଏହି କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ପରିସରରେ ନର୍ଲା ଯୋଗାଣ ଅଧିକାରୀ ଶିବ ପ୍ରାସାଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱା ବଧନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା। ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ,ନମ୍ରତା ସାହୁ, ବିପିଏମ ସବୀର ପଧାନ, ଲିଲି ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଝୀ ରାଜ୍ଯ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ମଧ୍ୟରେ ଏହି ନବୀନ ସ୍ଵାସ୍ଥ୍ୟକାର୍ଡ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଗରୀବ ଲୋକ ମାନଙ୍କ ପାଇଁ ଲାଇଫ ଲାଇନ ସାଜିଛି ବୋଲି କହିଥିଲେ। ପ୍ରତି ଗ୍ରାମ ପଞ୍ଚାୟତ ଅନୁଯାୟୀ ହିତାଧିକାରୀ ମାନଙ୍କୁ ଅତିଥି ବୃନ୍ଦ ସ୍ଵାସ୍ଥ୍ୟକାର୍ଡ ପ୍ରଦାନ କରିଥିଲେ। ନର୍ଲା ବ୍ଲକ ପାଇଁ ୯୫୭ ଗୋଟି ସ୍ଵାସ୍ଥ୍ୟ କାର୍ଡ ପଞ୍ଜିକରଣ ହୋଇଥିବା ବେଳେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ୩୫୫ ଗୋଟି କାର୍ଡ ବଣ୍ଟାଯିବ ବୋଲି ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି।

ଏଠାରେ ପ୍ରକାଶଯୋଗ୍ୟ ଯେ, ରାଜ୍ୟବାସୀଙ୍କୁ ଉତ୍ତମ ଓ ଗୁଣବତ୍ତା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବଦ୍ଧପରିକର ରାଜ୍ୟ ସରକାର। ଏ ନେଇ ନବୀନ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଛନ୍ତି। ଏଥି ମଧ୍ୟରେ ଏହି ସେବାର ଲାଭ ଅଧିକ ଲୋକଙ୍କୁ ଦେବା ଲାଗି ବିଏସକେଓ୍ବାଇ ନବୀନ କାର୍ଡ ଆରମ୍ଭ ବିଏସକେଓ୍ବାଇ ନବୀନ କାର୍ଡ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ବିଏସକେଓ୍ବାଇ ନବୀନ କାର୍ଡ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ବ୍ଲକରେ ଏହି କାର୍ଡ ବଣ୍ଟନ ହେଉଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଥିବା ଗାଁ ଗହଳିର ଲୋକଙ୍କୁ ଏହି ପର୍ଯ୍ୟାୟରେ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲଗୁଡ଼ିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କ ବ୍ୟତୀତ ଗାଁରେ ବିଏସକେୱାଇରୁ ବଞ୍ଚିତ ସବୁ ପରିବାର ବିଏସକେୱାଇ ନବୀନ କାର୍ଡ ପାଇବେ। ସେମାନେ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡିକର ମାଗଣା ଚିକିତ୍ସା ସୁବିଧା ପାଇବେ। ବୁଧବାରଠାରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ମେ’ ପହିଲାରୁ ହିତାଧିକାରୀମାନେ ଏହାର ସୁବିଧା ପାଇବେ। ରାଜ୍ୟ ସରକାରଙ୍କ ଫାଇବ୍-ଟି ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.