ଜିଲ୍ଲାର ୪୮ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଜିଲ୍ଲାପାଳ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡିଶା ଅଧସ୍ଥନ ଚୟନ ଆୟୋଗ ଙ୍କ ପତ୍ର ସଂଖ୍ୟା -212(C)OSSSC ତା.୨୭/୦୩/୨୪ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା କାର୍ଯ୍ୟାଳୟ ସହ ବ୍ଲକ, ତହସିଲ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ବିଭାଗରେ ଖାଲିଥିବା କନିଷ୍ଠ ବର୍ଗ ସହାୟକ ପଦବୀ ନିମନ୍ତେ ୫୨ ଜଣ ପ୍ରାର୍ଥୀ ଙ୍କୁ ଚୟନ କରିଥିଲେ। ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଉପରୋକ୍ତ ଚୟନ ହୋଇଥିବା ନବ ନିଯୁକ୍ତ ୫୨ ଜଣଙ୍କ ମଧ୍ୟରୁ ୪୯ ଜଣଙ୍କୁ ଆଜି ଅପରାହ୍ନରେ କାର୍ଯ୍ୟାଳୟ ସଭାକକ୍ଷରେ କନିଷ୍ଠ ସହାୟକ ନିମନ୍ତେ ନିଯୁକ୍ତି ପତ୍ର ପ୍ରଦାନ କରି ନବନିଯୁକ୍ତ ଙ୍କ ଶୁଭ କାମନା କରିଛନ୍ତି। ସମସ୍ତ ନବ ନିଯୁକ୍ତ ନିଜ ନିଜର କର୍ମ କ୍ଷେତ୍ରରେ ସାଧୁତା ସହ ସ୍ୱଛତା ଅବଲମ୍ବନ ପୂର୍ବକ ନିଷ୍ଠାପର ଭାବେ ଜନସାଧାରଣଙ୍କୁ ସେବା ଯୋଗାଇବାକୁ ପରାମର୍ଶ ଦେଇଛନ୍ତି। ଏହି ନିଯୁକ୍ତି ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଡେପୁଟି କଲେକ୍ଟର ( ସଂସ୍ଥାପନା ) ବିଶି କେଶନ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ବିଭାଗୀୟ ବରିଷ୍ଠ ସହାୟକ ସଂଜୀବ ମାହାଣା ପ୍ରମୁଖ ଉପସ୍ଥିତ ରହି ନବ ନିଯୁକ୍ତ କର୍ମକର୍ତ୍ତା ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ପ୍ରାର୍ଥୀ ନିଜ ନିଜ ପାଇଁ ଉଦ୍ଧିଷ୍ଟ କାର୍ଯ୍ୟାଳୟ ରେ ଯୋଗଦାନ କରିବାକୁ ସୂଚୀତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.