ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଯୁକ୍ତି ପତ୍ର ପ୍ରଦାନ କଲେ ଜିଲ୍ଲାପାଳ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡିଶା ଅଧସ୍ଥନ କର୍ମଚାରୀ ଚୟନ ଆୟୋଗଙ୍କ ଆଦେଶ ସଂଖ୍ୟା ୨୧୨, ତା ୨୭/୦୨/୨୪ ରେ ସୁବର୍ଣ୍ଣପୁର ଜିଲ୍ଲାର ପଞ୍ଚାୟତିରାଜ ବିଭାଗ ଅଧୀନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଖାଲିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ନିମନ୍ତେ ୨୬ ଜଣଙ୍କୁ ନିଯୁକ୍ତି ନିମନ୍ତେ ଚୟନ କରିଛନ୍ତି। ଜିଲ୍ଲାପାଳ ଅନ୍ୟା ଦାସ ଉପରୋକ୍ତ ଚୟନ ହୋଇଥିବା ନବ ନିଯୁକ୍ତ ୨୬ ଜଣଙ୍କୁ ଆଜି କାର୍ଯ୍ୟାଳୟ ପ୍ରକୋଷ୍ଠରେ ନିଯୁକ୍ତି ପତ୍ର ପ୍ରଦାନ କରି ସମସ୍ତ ନବ ନିଯୁକ୍ତଙ୍କ ଶୁଭ କାମନା କରିଛନ୍ତି। ସମସ୍ତ ନବ ନିଯୁକ୍ତ ନିଜ ନିଜର କର୍ମ କ୍ଷେତ୍ରରେ ସାଧୁତା ସହ ସ୍ୱଛତା ଅବଲମ୍ବନ ପୂର୍ବକ କର୍ତ୍ତବ୍ୟନିଷ୍ଠ ଭାବେ ଜନସାଧାରଣ ତଥା ସମାଜର ସେବା କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ଏହି ନିଯୁକ୍ତି ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ବିଭାଗୀୟ ବରିଷ୍ଠ ସହାୟକ ସୂର୍ଯ୍ୟନାରାୟଣ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ନବ ନିଯୁକ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.