ମୋ’ ସ୍କୁଲ ଅଭିଯାନ ବିଦ୍ୟାଳୟ ସ୍ତରୀୟ ଉତ୍ସବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଜବାହର ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋ’ ସ୍କୁଲ ଅଭିଯାନର ସଫଳତା ଉତ୍ସବ ପାଳିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ମୌଷଧୀ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ପୁରୁଷୋତମ ଦାସ ଗୁପ୍ତା, ମିନି କେତନ ପ୍ରଧାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ପୂର୍ବତନ ଶିକ୍ଷକ ଜଗବନ୍ଧୁ ମାଝୀ, ଅଧ୍ୟାପକ ଐରୀ ନାଶନ ଚିନ୍ଦା, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଗୋବର୍ଦ୍ଧନ ବାଗ, ପରମାନନ୍ଦ ଗୁପ୍ତା, ଦେବାନନ୍ଦ ରାଉତ, ତ୍ରିଭୂବନ ନାଏକ, କ୍ଷୀରସିନ୍ଧୁ ନେଗୀ ପ୍ରମୂଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ଆଲୁମିନି, ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇ ମୋ’ ସ୍କୁଲ ଅଭିଯାନ ପକ୍ଷରୁ ବିଦ୍ୟାଳୟ ରୂପାନ୍ତରିକରଣ, ମୋ’ ସ୍କୁଲ ପ୍ରକଳ୍ପ ଆଦି ବ୍ୟବସ୍ଥାକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି କ୍ରମରେ ମୋ’ ସ୍କୁଲ ଅଭିଯାନର ସଭାପତି ଭାବେ ମିନିକେତନ ପ୍ରଧାନୀ ଓ ସମ୍ପାଦକ ଭାବରେ ପରମାନନ୍ଦ ଗୁପ୍ତାଙ୍କୁ ମନୋନୀତ କରାଯାଇଥିଲା। ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି, ଶିକ୍ଷକ ଦେବାଶିଷ ସାହୁ, ଶିକ୍ଷୟିତ୍ରୀ ବନିତା ରାଣୀ ଦତ୍ତ, ସୀମାରାଣୀ ସିଂ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.