ପ୍ରଥମ ଖରିଆର ରୋଡ ଫ୍ଲଡ୍ ଲାଇଟ କେପିଏଲ୍ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ଆଇପିଏଲ ଢାଞ୍ଚାର ଟୁର୍ନାମେଣ୍ଟ; ଯୋଗ ଦେଇଥିଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖରିଆର ରୋଡ ସହର ସ୍ଥିତ ମିନି ଷ୍ଟାଡିଅମ ଠାରେ ପ୍ରଥମ କେପିଏଲ ଫ୍ଲଡ ଲାଇଟ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ପ୍ରଥମ ଫ୍ଲଡ଼ ଲାଇଟ ଖରିଆର ରୋଡ ପ୍ରିମିୟର ଲିଗ (କେପିଏଲ) ମ୍ୟାଚ ଚଳିତ ମାସ ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ବୁଧବାର ସନ୍ଧ୍ୟାରେ ଉଦ‌ଯାପିତ ହୋଇଅଛି | ତେବେ ଖରିଆର ରୋଡ ସହରରୁ ମୋଟ ୧୦ଟି ଦଳ ଏହି ଟୁର୍ନାମେଣ୍ଟରେ ଭାଗ ନେଇଥିଲେ। ସହରର 19 ଟି ୱାର୍ଡରୁ ଖେଳାଳୀଙ୍କୁ ଚୟନ କରି ଆଇପିଏଲ ଢାଞ୍ଚାରେ ନଳାମି କରି ଦଳ ମାଲିକ ମାନେ ଖେଳାଳୀଙ୍କୁ କ୍ରୟ କରିଥିଲେ | ୱାରିୟର କ୍ରିକେଟ କ୍ଲବ ସଭାପତି ନିଖଲେଶ ଲଖମନିଆଙ୍କ ଅଧକ୍ଷତାରେ ଆୟୋଜିତ ଏହି ଫ୍ଲଡ଼ ଲାଇଟ ଖରିଆର କ୍ରିକେଟ ଟୁର୍ନାମେଣ୍ଟ (କେପିଏଲ)ର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ କେବିନେଟ ପାହ୍ୟା ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନିତ ଅତିଥି ଭାବେ ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ଖରିଆର ରୋଡ ନଗର ଅଧକ୍ଷା ସୋନିଆ ଜୈନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ପ୍ରସନ୍ନ ପାଢ଼ୀ, ଖରିଆର ରୋଡ ଏନ ଏ ସି ଉପାଧକ୍ଷ ନିଶାନ୍ତ ଡାଗା, ପ୍ରମୁଖ ଉପସ୍ଥିତ ରହି ମଂଚାସୀନ ଥିଲେ । ଟୁର୍ନାମେଣ୍ଟରେ ୧୦ଟି କ୍ରିକେଟ ଦଳର ନାମ କରଣ ମୁମ୍ବାଇ ଇଣ୍ଡିଆନ, ଗୁଜରାତ ଟାଇଟନ, ଚେନ୍ନାଇ ହିରୋସ, ରୋୟଲ ଏସେସ ବାଙ୍ଗାଲୋର, ଦିଲ୍ଲୀ ଡେଭିଲସ, ଲଖନୌ ଟାଇଗରସ, ହାଇଦ୍ରାବାଦ ଗ୍ଲାଷ୍ଟରସ, ରାଜସ୍ଥାନ ଭଗଳ, ରାଇଜିଂ ପୁନେ ପାୱାର ଓ କୋଲକୋତା ଫାଇଟର ନାମରେ ଦଳ ଗୁଡିକ ମ୍ୟାଚ ଖେଳିଥିଲେ। ତେବେ ଟୁର୍ନାମେଣ୍ଟରେ ପ୍ରଥମ ସେମିଫାଇନାଲ ପୁନେ ଓ ଗୁଜୁରାଟ ଦଳ ମଧ୍ୟରେ ହୋଇଥିଲା ଯେଉଁଥିରେ ଗୁଜୁରାଟ ଦଳ ବିଜୟୀ ହୋଇ ସର୍ବପ୍ରଥମେ ଫାଇନାଲରେ ପ୍ରବେଶ କରିଥିଲା | ପରେ ଚେନ୍ନାଇ ଓ ରାଜସ୍ଥାନ ଦଳ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ଖେଳାଯାଇଥିବା ବେଳେ ଚେନ୍ନାଏ ଦଳ ମ୍ୟାଚ ଜିତି ଦ୍ଵିତୀୟ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଥିଲା | ଫାଇନାଲ ମ୍ୟାଚରେ ଚେନ୍ନାଇ ଓ ଗୁଜୁରାଟ ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ଦଳ ଟୁର୍ନାମେଣ୍ଟର ପ୍ରଥମ ସଂସ୍କରଣର ବିଜେତା ଘୋଷିତ ହୋଇଥିଲା | ବିଜୟୀ ଚେନ୍ନାଇ ଦଳ ନଗଦ 1 ଲକ୍ଷ ଟଙ୍କା ଓ ଟ୍ରଫି ଜିତିଥିବା ବେଳେ ଉପ ବିଜେତା ଭାବେ ଗୁଜୁରାଟ ଦଳକୁ ନଗଦ 50 ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା | ଚେନ୍ନାଇ ଦଳ ମାଲିକ ପ୍ରେମ ସାହୁ ଓ ରଵି ବାଗ, ଗୁଜୁରାଟ ଦଳ ମାଲିକ ହାର୍ଦ୍ଧିକ ଢୋଲକିଆ , ବେଙ୍ଗାଲୁରୁ ଦଳ ମାଲିକ ମୁକେଶ ଜୈନ ତଥା ସମସ୍ତ ଖରିଆର ରୋଡ ବାସୀ ଏହି ଟୁର୍ନାମେଣ୍ଟ ରେ ଦର୍ଶକ, ସମର୍ଥକ, ସହଯୋଗୀ ଭାବେ ସାମିଲ ହୋଇ ଟୁର୍ନାମେଣ୍ଟଟି କୁ ସଫଳ କରିଥିଲେ | ଦଳର ମାଲିକ ରାମ ସୋନି, କହ୍ନେୟା ଲଖମନିଆ, କିଶୋର ତୁରକିଆ, କିଷାନ ଗୋୟଲ, ମନୋଜ ସକଲେଜା, ହେମନ୍ତ ଗୁପ୍ତା, ଫରହନ ଆଶରଫି, ଅମନ ଖାନ, ଆଦିତ୍ୟ ବରାଡିଆ , ମୁକେଶ ଭାଷାନି ପ୍ରମୁଖ ଉପସ୍ଥିତ ଥିଲେ। ମନମିତ ଗୁରୁଦତ୍ତା ମଞ୍ଚ ପରିଚାଳନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.