ଆନ୍ଦୋଳନରେ ପ୍ୟାକ୍ସ କର୍ମଚାରୀ

ରବି ପଞ୍ଜୀକରଣ ବନ୍ଦ, ଚାଷୀ ମହଲରେ ଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲାର ୫ଟି ବ୍ଲକର ପ୍ୟାକ୍ସ କର୍ମଚାରୀମାନେ ୩ ଦଫା ଦାବୀ ନେଇ ଚଳିତ ମାସ ୧ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓଲ୍ହାଇଛନ୍ତି। ପ୍ରକାଶ ଯେ, ରାଜ୍ୟ ପ୍ୟାକ୍ସ ସଙ୍ଘର ନିର୍ଦେଶ କ୍ରମେ ନୂଆପଡା ଜିଲ୍ଲାର ୨୬ ଟି ପ୍ୟାକ୍ସ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇ କାର୍ଯ୍ୟ ବନ୍ଦ କରିଛନ୍ତି। ପ୍ୟାକ୍ସ କର୍ମଚାରୀଙ୍କୁ କ୍ୟାଡର ଭୁକ୍ତ କରିଵା, ଷଷ୍ଠ ବେତନ କମିଶନ ହାରରେ ପାଉଥିବା କର୍ମଚାରୀଙ୍କ ଡିଏକୁ ୧୬୦ ରୁ ୨୩୦ କୁ ବୃଦ୍ଧି କରିବା ଏବଂ ଷଷ୍ଠ ବେତନ କମିଶନ ପାଉଥିଵା ସମସ୍ତ କର୍ମଚାରୀଙ୍କ ଦରମାକୁ ସପ୍ତମ ବେତନ କମିଶନ ଲାଗୁ କରିବା ଏଭଳି ୩ ଦଫା ଦାବୀ ରହିଛି। ନୂଆପଡା ଏଆରସିଏସ କାର୍ଯ୍ୟାଳୟ ସମ୍ମୁଖରେରେ କାର୍ଯ୍ୟ ବନ୍ଦ କରି ପ୍ୟାକ୍ସ କର୍ମଚାରୀମାନେ ଗଣଧାରଣାରେ ବସିଛନ୍ତି। ପ୍ୟାକ୍ସ ସଙ୍ଘ ସଭାପତି ବଲ୍ଲଭ ନାଏକ, ସଂପାଦକ ହେମସାଗର ସାହୁ, ଭରତଲାଲ ଦେୱାଙ୍ଗନ, କାନ୍ତିଲାଲ ସାହୁ, ଦୟାଲାଲ ସାହୁ, ଗଣେଶ ଛୋରକିଆ, ସୁରଜ ଦାସ, ନବକିଶୋର ସାହୁ, ଭାଗୀରଥି ପଟେଲଙ୍କ ସମେତ ୨୬ଟି ପ୍ୟାକ୍ସ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କ ତରଫରୁ ଗତ ୧ ତାରିଖରୁ ରବି ଚାଷ ପାଇଁ ପଞ୍ଜିକରଣ ଆରମ୍ଭ ହୋଇସାରିଛି। ପ୍ୟାକ୍ସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ପଞ୍ଜିକରଣ ପ୍ରକ୍ରିୟା ହୋଇପାରୁ ନାହିଁ। ଚାଷୀମାନେ କାଗଜପତ୍ର ନେଇ ପ୍ୟାକ୍ସ କାର୍ଯ୍ୟାଳୟକୁ ଯାଇ ସେଠାରୁ ନିରାଶ ହୋଇ ଫେରି ଯାଉଛନ୍ତି। ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷର ବାତାବରଣ ଦେଖାଦେଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.