୨୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ନର୍ଲା ବିଧାୟକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଞ୍ଚଳରେ ୨୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମାନ୍ୟବର ନର୍ଲା ବିଧାୟକ ଭୁପିନ୍ଦର ସିଂ । ଏବେ ବିକାଶ ପଥରେ ନର୍ଲା ଗତିଶୀଳ ହେଉଥିବା ବେଳେ ଗତ ୫ ପଞ୍ଚାୟତରାଜ ଦିବସ, ବିଜୁବାବୁଙ୍କ ଜନ୍ମ ତିଥିରେ ନର୍ଲା ଲୋକୋମୋଟିଭ କାରଖାନା ପାଇଁ ଶିଳାନ୍ୟାସ କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନର୍ଲାରେ ଅତି ଆବଶ୍ୟକ ରହିଥିବା ତଥା ନିଜ ପ୍ରଚେଷ୍ଟାରେ ଲଢେଇ କରି ନର୍ଲାର ଅବସରପ୍ରାପ୍ତ ସରକାରୀ କର୍ମଚାରୀମାଧଙ୍କ ପାଇଁ ୫ ଲକ୍ଷ ଟଙ୍କାର ଭବନ, ନର୍ଲା ଯୁକ୍ତ ଦୁଇଇ କଲେଜର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ଗଣ ଶିକ୍ଷା ବିଭାଗର ଇମ୍ଫାଷ୍ଟ୍ରକଚର ଡେବଲପମେଣ୍ଟ ଫଣ୍ଡରୁ ୧୫ ଲକ୍ଷ ଟଙ୍କାର ଗୃହ, ସେହିଭଳି ନର୍ଲା ମୁଖ୍ୟ ରାସ୍ତାକଡେ ରହିଥିବା ନର୍ଲା ଆଦିବାସୀ ସଂଘର ଭୁମିରେ ଆଦିବାସି ସଂସ୍କୃତି ଭବନ ନିର୍ମାଣ ପାଇଁ ୧୫ ଲକ୍ଷ ଟଙ୍କାର ଭବନ । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ନର୍ଲା ରାଣିବନ୍ଧ ପଙ୍କୋଧାର ଓ ସୌନ୍ଦର୍ଯ୍ୟ କରଣ ବାବଦକୁ ୫୦ ଲକ୍ଷ ଟଙ୍କା ଅନୁଦାନ ରାଶି ମଞ୍ଜୁର କରା୍‌ାଇଥିବା ବେଳେ ଚପଟଖଣ୍ଡାକୁ ସ୍ଥାନାନ୍ତର ହେବାକୁ ରହିଥିବା ନର୍ଲା ଡିଗ୍ରୀ କଲେକର ଭବନ ନିର୍ମାଣ ପାଇଁ ୨.୫ କୋଟି ଟଙ୍କା । ସେହିଭଳି କେରବାଣ୍ଟି ବ୍ରୀଜ, ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଭାୟା ଫତକାବାହାଲି ଦେଇ ଗାଡେବନ୍ଧରୁ ସାନଗୁଣ୍ଡରି ରାସ୍ତା ନିର୍ମାଣ । ଏଭଳି ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରୁ ମଞ୍ଜୁର ହୋଇଥିବା ଅନୁଦାନ ରାଶିରେ ନିର୍ମାଣ ହେବାକୁ ଯାଉଥିବା ପ୍ରକଳ୍ପ ଗୁଡିକର ଶିଳାନୟାସ କରିଛନ୍ତି ନର୍ଲା ବିଧାୟକ ଭୁପିନ୍ଦର ସିଂ । ନର୍ଲା ବିଧାୟକ ଭୁପିନ୍ଦର ସିଂ ରବିବାର ପୁର୍ବହ୍ନ ୧୦ ଘଣ୍ଟା ସମୟରେ ନର୍ଲା ପହଞ୍ଚି ପ୍ରଥମେ ଚାରିଛକ ପାଣି ଟାଙ୍କି ନିକଟରେ ରହିଥିବା ନର୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଭବନ ଶିଳାନ୍ୟାସ କରିଥିଲେ । ତାଙ୍କ ସାଥିରେ ଆଦିବାସୀ ଯୁବନେତା ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ବ୍ଲକ ବିଜେଡି ସଭାପତି ପରେଶ ପଧାନ, ସମ୍ପାଦକ ଭ୍ରମର ନାଗ,‌ନର୍ଲା ବ୍ଲକ ଯୁବ ବିଜେଡି ସଭାପତି ବିଜୟ ଧଙ୍ଗଡାମାଝୀ, ଯୁବନେତା ହମେଶ କୁମାର ଜୈନ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସଂଘର ସଭାପତି ବଦ୍ରୀ ନାରାୟଣ ମିଶ୍ର, ବରିଷ୍ଠ ସଦସ୍ୟ ଗିରିଧାରୀ ଗଉଡ, ସାରଥି ନାୟକ ପ୍ରମୁଖଙ୍କ ସମେତ ୨୦ ରୁ ଉର୍ଦ୍ଧ୍ୱ ସଦସ୍ୟ ଉପସ୍ଥିତ ରହି ବିଧାୟକଙ୍କ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ସେହିଭଳି ନର୍ଲା ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜରେ ଅଧ୍ୟକ୍ଷ ନାରାୟଣ ନାଏକ, ଅଧ୍ୟକ୍ଷ ଭବାନୀ ଦାସ, ସୁମନ୍ତ ପୁଝାରୀ, ଲାଲପଣ୍ଡା ବୃନ୍ଦାବନ ଗଉଡ, ଅଧ୍ୟାପକ ସନ୍ତୋଷ ବୁଦ୍ଧିଆ, ସୁରେଶ ନାଏକ, ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ, କିଶୋର ଚାନ୍ଦ, ରାଜେଶ ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ଶିଳାନ୍ୟାସରେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସେହିଭଳି ନର୍ଲା ଆଦିବାସୀ ସଂସ୍କୃତି ଭବନ ଶିଳାନ୍ୟାସରେ ଆଦିବାସୀ ନେତୃତ୍ୱ ନର୍ଲା ସରପଞ୍ଚ ସଂଘର ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ଦେବରାଜ ମାଝୀ, ରଣ ମାଝୀ, ଗଜପତି ମାଝୀ, ଅମରସିଂ ମାଝୀ, କିଶୋର ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହାପରେ ନର୍ଲା ରାଣିବନ୍ଧ ରିନୋଭେସନ କାମର ଶିଳାନ୍ୟାସ କରିଥିଲେ ନର୍ଲା ବିଧାୟକ ଶ୍ରୀ ସିଂ ଏବଂ ତାଙ୍କ ବକ୍ତବ୍ୟରେ କହିଥିଲେ ନର୍ଲା ଗ୍ରାମାଞ୍ଚଳର ଲୋକେ ଭୁବନେଶ୍ୱର, କଟକ ଯିବା ପାଇଁ ବହୁତ ହଇରାଣ ହରକତ ହେଛନ୍ତି । ନର୍ଲା ଆସି ସେମାନଙ୍କୁ ଟ୍ରେନ କିମ୍ବା ବସ ଧରିବାକୁ ପଡୁଛି । ଏଣୁ ରୁପ୍ରାରୋଡ, ରୁପ୍ରା, ପଲମ ତଥା ଆଖପାଖ ଅଞ୍ଚଳର ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ନର୍ଲାରୁ ସଂଧ୍ୟା ୬.୩୦ ସମୟରେ ଏକ ଏସି ଡିଲକ୍ସ ସରକାରୀ ବସ ପ୍ରତ୍ୟେକ ଦିନ ଭୁବନେଶ୍ୱର ଯିବ । ଏହା ରୁପ୍ରାରୋଡ, ରୁପ୍ରା, ମୁସ୍କୁଟି, ଗିଗିନା, ପଲମ, ରିଷିଡା ଭାୟା ଦେଇ ଭୁବନେଶ୍ୱର ଯିବ ଏବଂ ଫେରିବ । ସୋମବାର ସଂଧ୍ୟାରୁ ଏହା ଯାତ୍ରା ଆରମ୍ଭ କରିବ ବୋଲି ବିଧାୟକ ଶ୍ରୀ ସିଂ କହିଥିଲେ । ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନର୍ଲାରେ ସମସ୍ତ ପ୍ରକଳ୍ପ ମଞ୍ଜୁରି ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ବିଧାୟକ ଭୁପିନ୍ଦର ସିଂ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.