ଟିକେଟ ଆଶାୟୀ ସମସ୍ତେ ରୁହନ୍ତି, ଦଳ ଯାହାକୁ ଟିକେଟ ଦେବ ତାକୁ ପୁର୍ଣ ସମର୍ଥନ କରିବୁ; ବିରୋଧ ପରେ ମନ୍ତ୍ରୀ ଢୋଲକିଆଙ୍କ ପ୍ରତିକ୍ରିୟା

ଓଡ଼ିଆବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ନିର୍ବାଚନ ମଣ୍ଡଳୀରେ ଶନିବାର ବିଜୁ ପରିବାର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଦଳୀୟ ନେତା ଓ କର୍ମୀ ବିରୋଧ କରିଥିଲେ | ବିଭିନ୍ନ ସଂଗୀନ ଅଭିଯୋଗ ଆଣି ମନ୍ତ୍ରୀ ଓ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ଟିକେଟ ଦେଲେ ସାମୁହିକ ଇସ୍ତଫା ଦେଇ ଆନ୍ଦୋଳନ ପନ୍ଥା ଆପଣେଇ ଜୋରଦାର ବିରୋଧ କରିବୁ ବୋଲି ବିଜେଡି ନେତୃ ମଣ୍ଡଳୀ ଗଣମାଧ୍ୟମ ଜରିଆରେ ପ୍ରକାଶ କରିଥିଲେ | ତେବେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏହି ସମ୍ବନ୍ଧରେ କହିଥିଲେ ଯେ ଦଳରେ ଅନେକ ନେତା ଅଛନ୍ତି ଏବଂ ସମସ୍ତେ ଟିକେଟ ପାଇଁ ଆଶାୟୀ ଅଛନ୍ତି | ଟିକେଟ ଆଶା କରିବା କିଛି ଖରାପ କଥା ନୁହେଁ, ସେମାନଙ୍କୁ ନିବେଦନ ଯେ ସେମାନେ ଟିକେଟ ପାଇଁ ଆବେଦନ କରନ୍ତୁ | ଦଳ ଯାହାକୁ ଟିକେଟ ଦେବ ତାକୁ ପୁର୍ଣ ଭାବେ ଆମେ ସମର୍ଥନ କରିବୁ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ | ମନ୍ତ୍ରୀ ଢୋଲକିଆଙ୍କ ବିରୋଧୀ ବିଭିନ୍ନ ସ୍ଥାନରେ ମିଟିଙ୍ଗ କରୁଥିବା ବେଳେ ମନ୍ତ୍ରୀ ମଧ୍ୟ ନିଜର ସଂଗଠନକୁ ଆହୁରି ମଜବୁତ କରିବାରେ ଲାଗିଛନ୍ତି | ଦଳ କାହାକୁ ଟିକେଟ ଦେବ ଓ ନୂଆପଡା ଜିଲ୍ଲା ବିଜେଡିରେ ହୋଇଥିବା ଫାଟ କିପରି ଭାବେ ଆଗାମୀ 2024 ସାଧାରଣ ନିର୍ବାଚନରେ ପ୍ରଭାବ ପକାଇବା ତାହା ବିରୋଧୀ ଏବଂ ରାଜନୈତିକ ବିଶେଷଜ୍ଞ ଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.