ଜୟପାଟଣାକୁ ଏନଏସି ଘୋଷଣା କରିଥିବାରୁ ବିଜେଡ଼ି ପକ୍ଷରୁ ଧନ୍ୟବାଦ ସଭା 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଓଡିଶା ସରକାର ଗତ କିଛିଦିନ ତଳେ ୩୪ ଗୋଟି ସହରକୁ ଏନ୍ ଏ ସି ମାନ୍ୟତା ପ୍ରଦାନ କରିଥିଲେ। ସେଥି ମଧ୍ୟରୁ ଜୟପାଟଣା ସ‌ହର କୁ ମଧ୍ୟ ଏନ୍ ଏ ସି ମାନ୍ୟତା ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜୟପାଟଣା ବିଜୁ ଜନତା ଦଳ ତରଫରୁ ସଭାପତି ମିନକେତନ ପୁଝାରୀ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଜୟପାଟଣା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ବିଜେଡ଼ି ନେତା ତଥା ସମାଜସେବୀ ସତ୍ୟନାରାୟଣ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟା ଜୋନ୍ ୩ ର ପ୍ରତିନିଧି ଦିଲୀପ ରାଉତ, ଜିଲ୍ଲା ପରିଷଦ ସଭ୍ୟ ଜୋନ୍ ୨ ର ଦେବ ପୁଝାରୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ଅବସରରେ ଜୟପାଟଣା ପଞ୍ଚାୟତକୁ ଏନ୍ ଏ ସି ମାନ୍ୟତା ଦେଇଥିବାରୁ ଏକ ଧନ୍ୟବାଦ ପ୍ରସ୍ଥାବ ସଭାପତିଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଣାଯାଇଥିଲା। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ତାଙ୍କର ଅଭିଭାଷଣରେ କହିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ସାରା ଓଡ଼ିଶାରେ ୩୪ ଗୋଟି ଏନ୍ ଏ ସି ଘୋଷଣା କରିଥିବା ରୁ ଏବଂ ସେଥିମଧ୍ୟରୁ ଆମ ଜୟପାଟଣାକୁ ଏନ୍ ଏ ସି ମାନ୍ୟତା ସାମିଲ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରୁଛି। ବିଜୁ ଜନତା ଦଳର ଯୁବ ସଭାପତି ଅମ୍ବୁଜ ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଳକ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.