ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁରରେ ଅବକାରୀ ଅଧୀକ୍ଷକଙ୍କ ନୂତନ କାର୍ଯ୍ୟାଳୟ ସ୍ଥାନୀୟ ରାମେଶ୍ଵର ଷ୍ଟାଡିୟମ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅବକାରୀ ଆୟୁକ୍ତ ନରସିଂହ ଭୋଳ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅନ୍ୟା ଦାସ, ଏସ୍ପି ୟସପ୍ରତାପ ଶ୍ରୀମାଲ୍, ଯୁଗ୍ମ ଅବକାରୀ ଆୟୁକ୍ତ ରାଜେନ୍ଦ୍ର ଭୋତ୍ରା, ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।