ଦଧିବାମନପୁର ସରସ୍ଵତୀ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ୪୨ମୌଜା: ନୀରବ ସେବା ସଂଗଠନ ତରଫରୁ ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦଧିବାମନପୁରର ସହଯୋଗିତାରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାତୃ କର୍ମଶାଳା ଏବଂ ବିଭିନ୍ନ ଗଠନ ମୂଳକ ପ୍ରତିଯୋଗିତା ସହିତ ମାତୃତ୍ଵ ଭୂମିକାକୁ ସଫଳତାର ସହ ତୁଲାଇଥିବା ମା ମାନଙ୍କୁ ଓ ଅଙ୍ଗନୱାଡିକର୍ମୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମାନୀୟ ଅତିଥି ଭାବେ ୪୨ମୌଜା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଅଧ୍ୟାପକ ବିରଞ୍ଚି ମହାପାତ୍ର, ପାଲା ଗାୟିକା ବନିତା ପତି, ସେବା ସଂଗଠନର ସଭାପତି ସୁମିତା ଦେବତା, ସମ୍ପାଦିକା ଲତାରାଣୀ ମିଶ୍ର, ବିଦ୍ୟା ମନ୍ଦିରର ସମ୍ପାଦକ ରବୀନ୍ଦ୍ର ଦେଵତା, ଶିତିକଣ୍ଠ କର ପ୍ରମୁଖ ମହିଳା ମାନଙ୍କୁ ଉଦ୍ଭୋଧନ ଦେବା ସହିତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିଶ୍ବରଂଜନ ତ୍ରିପାଠୀ ଓ ଗୁରୁଜୀ ଗୁରୁମାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.