ନର୍ଲାରୁ ରୁପ୍ରାରୋଡ-ପଲମ ଦେଇ ଭୁବନେଶ୍ୱରକୁ ଗଡ଼ିଲା ଦ୍ଵିତୀୟ ଏସି ଡିଲକ୍ସ ବସ 

ବସ ଯାତ୍ରାର ଶୁଭାରମ୍ଭ କଲେ ଜିଲ୍ଲା ପରିବହନ ସେବା ପରିଚାଳକ ରବୀନ୍ଦ୍ର ବେହେରା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ରୁପ୍ରାରୋଡ, ରୁପ୍ରା, ମୁସ୍କୁଟି, ଗିଗିନା-ପଲମ ଦେଇ -ରିଷିଡା, କର୍ଲା ମୁଣ୍ଡା ରୁ ତୁଷୁରା ପଟୁ ସୋନପୁର ରାସ୍ତା ପଟେ ଭୁବନେଶ୍ୱର ଚାଲିଲା ଏସି ଡିଲକ୍ସ ସରକାରୀ ବସ। ଗତକାଲି ସୋମବାର ନର୍ଲା ବିଧାୟକ ପୂଜା ପାଠ କରି ସବୁଜ ପତକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଆଜି ମଙ୍ଗଳବାର ଏହି ବସର ସହ ସେବା ବସ ଯାତ୍ରା ନର୍ଲାରୁ ସନ୍ଧ୍ୟା ୬.୩୦ ରେ ଆରମ୍ଭ ହୋଇଛି। ଜିଲ୍ଳା ପରିବହନ ସେବା ପରିଚାଳକ ରବିନ୍ଦ୍ର କୁମାର ବେହେରା ପୁଜା ପାଠ କରି ଏହାର ଶୁଭାରମ୍ଭ କରିଛନ୍ତି। ରାଜ୍ଯ ପରିବହନ ସେବା ଜିଲ୍ଲା କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ମୋହନ କୁମାର ଭଟ୍ଟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନର୍ଲାର ପୂର୍ବତନ ସରପଞ୍ଚ ତଥା ସର୍ଗୀଗୁଡ଼ା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ସୁମନ୍ତ ପୂଝାରୀ, ବିଜେଡି ନାରୀ ନେତ୍ରୀ ପଙ୍କଜିନି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବସ ଷ୍ଟାଫ ଭାବରେ ଡ୍ରାଇଭର ଦୁଇଜଣ କୁଳମଣି ମଲ୍ଲିକ, ସନ୍ତୋଷ ନାୟକ ଓ କଣ୍ଡକ୍ଟର ଲକ୍ଷ୍ମୀଧର ସାହୁ ବସ ଚାଳନା ଦାଇତ୍ୱରେ ରହିଥିଲେ। ଇତ୍ୟବସରରେ ନର୍ଲାର ଅନେକ ଜନସାଧାରଣଙ୍କ ଉପସ୍ଥିତିରେ ନର୍ଲାରୁ ନିର୍ଦ୍ଧାରିତ ସମୟରେ ବସ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ନର୍ଲାରୁ ଭୁବନେଶ୍ବର ଗଡିଛି ସରକାରୀ ଏସି ଡିଲକ୍ସ ବସ। ଏହା ପ୍ରତିଦିନ ସନ୍ଧ୍ୟା ୬.୩୦ରେ ନର୍ଲାରୁ ବାହାରି ଭୁବନେଶ୍ବରରେ ସକାଳ ୬.୩୦ ପହଞ୍ଚିବ। ଠିକ ସେହିପରି ଏହା ଭୁବନେଶ୍ଵରରୁ ସନ୍ଧ୍ୟା ୬.୨୦ରେ ବାହାରି ନର୍ଲାରେ ପରଦିନ ସକାଳ ୬.୩୦ରେ ପହଞ୍ଚିବ। ସୋମବାର ସନ୍ଧ୍ୟାରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ସବୁଜ ପତାକା ଦେଖାଇ ବସର ଶୁଭାରମ୍ଭ କରିଥିଲେ। ତେବେ ଏହି ବସ ଚାଲିବା ଯୋଗୁଁ ବ୍ଲକର ଉପାନ୍ତ ଅଞ୍ଚଳର ଶହ ଶହ ଯାତ୍ରୀ ଉପକୃତ ହେବେ। ନର୍ଲାରୁ ରୁପ୍ରାରୋଡ, ପଲମ, କର୍ଲାମୁଣ୍ଡା ଦେଇ ଭୁବନେଶ୍ୱର ଯାତ୍ରା କରୁଥିବା ଏହି ସରକାରୀ ଏସି ଡିଲକ୍ସ ବସର ଉତ୍ତମ ପରିଚାଳନା ଦାୟୀତ୍ବ ନର୍ଲା ବିଧାୟକ ଏବଂ ଜିଲ୍ଲା ପରିବହନ ବିଭାଗ ସମ୍ପାଦକ ମୋହନ ଭଟ୍ଟଙ୍କ ଉପରେ ନ୍ୟସ୍ତ କରିଥିବା କହିଛନ୍ତି ଶ୍ରୀ ଭଟ୍ଟ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.