ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ଼ ଠାରେ ବିଜେଡି ପକ୍ଷରୁ ଏକ ବିଶାଳ ମହିଳା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଶତାଧିକ ମହିଳା କର୍ମୀ ଓ ବିଜେଡି ନେତା କୋମନା ନଗର ପରିକ୍ରମା କରିଥିଲେ | ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୂଆପଡା ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ମୁରଲୀ ଭୋଇ, କୋମନା ବ୍ଲକ ଅଧକ୍ଷା ଅନୁସୂୟା କୁମ୍ଭାର, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କାଳିଆ ପ୍ରଧାନ, ବିଜେଡି ନେତା ଗୁପ୍ତେଶ୍ୱର କୁମ୍ଭାର, ଗଦାଧର ଗହୀର, ଅଜୟ ଗହୀର,ହରିଶ ଅହୀର, ମନିସ ଦୁବେ, ବ୍ରହ୍ମ ଶୁନାନୀ, ହେମନ୍ତ କୁମ୍ଭାର, ଶୋଭାରମ ମାଝୀ , ଉପାସୁ ସୁନାନୀ, କୃଷ୍ଣ ବେମାଲ, ଯୁଗଳ ସାହୁ, ପୁଷ୍ପରଞ୍ଜନ ନାଗ, ମୁସ୍ତଫା ଖାନ, କେଶବ ନିଆଲ, ଧନରାମ ମାଝୀ, ବଣ୍ଟୁ ବାଘଲ, ଦୁଃଖୁଭଞ୍ଜନ ନାୟକ, ଗୋକୁଳ ମେହେର, କେଶ ରଂଜନ ରଣା, ଶିରି ପଣ୍ଡା, ସୁବୋଧ ଭୋଇ, ରଫିକ ଖାନ ବରିଷ୍ଠ ବିଜେଡି ନେତ୍ରୀ ଦମୟନ୍ତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ | ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ଏବଂ ୧୦୮ତମ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ସ୍ୱତନ୍ତ୍ର ମହିଳା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଗାଁକୁ କାମ ମହିଳାଙ୍କୁ ସମ୍ମାନ ଏବଂ ମହିଳାଙ୍କ ପାଇଁ ଶତକଡା ୫୦ ଭାଗ ସଂରକ୍ଷଣ ବିଚାର କରି କାର୍ଯ୍ୟକାରୀ କରିଥିବା ବିଜେଡି ସରକାରଙ୍କ ହାତମୁଠାକୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟଅତିଥି ଅଭାନ କରିଥିଲେ | କୋମନା ଏବଂ ନୂଆପଡା ଓ ଖରିଆର ରୋଡ ଏନ. ଏ. ସି ପରେ ବିଜେଡି ପକ୍ଷରୁ ଏହା ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ମହିଳା ସମାବେଶ କରିଛି | ଏହି ମହିଳା ସମାବେଶରେ ଆଖପାଖ ଅଂଚଳର ଶତାଧିକ ମହିଳା ସାମିଲ ହୋଇଥିଲେ |





