କ୍ଷୁଦ୍ରଗଳ୍ପ: ପ୍ରବୁଦ୍ଧ ମୁହୂର୍ତ୍ତ ଓ ସ୍ମୃତିର ଅମଳିନ ପାଖୁଡ଼ା

ପଞ୍ଚାନନ ଜାଲ (ସୌରଭ)

ସମୟ ସକାଳ ପ୍ରାୟ ଦଶଟା, ଆମ ଉଠିବାର ବେଳ । ଆଖି ରେମଦି ରେମଦି କବାଟ ଖୋଲି ଦେଖିଲା ବେଳକୁ ବାଲକୋନୀ ରେ ଚଉକି ପକାଇ ବବୁଲ ଫୋନ୍ ଦେଖୁଛନ୍ତି। ମୋ ମନ ମଧ୍ଯ କୁଆଡ଼େ ଟାଣି ନେଲା ମୁ ଆଉ ଗୋଟାଏ ଚଉକି ଆଣି ବବୁଲ ପାଖରେ ବସି ପଡ଼ିଲି । ମୋ ରୁମ୍ ପାଖ ରୁମ୍ ହଉଛି ବବୁଲର, କହିବାକୁ ଗଲେ ପଡୋଶୀ। ଦୁହେଁ ଗୋଟିଏ ବିଭାଗର। ସମ୍ବଲପୁର ଆସିଲା ଦିନଠୁ ଆମେ ସାଙ୍ଗ। କିଛି ସମୟ ନିରବ ବସିବା ପରେ ବବୁଲ କହିଲେ
:-ସମିଆ କେତେ ସ୍ୱାର୍ଥପର, କେବେ ଆସୁଛେ଼ ଆଉ କେବେ ଯଉଛେ କିଛି ଠିକନା ନାହିଁ।
ମୁଁ:- କ’ଣ ହେଲା ମହାଶୟ ଏମିତି କାହିଁକି କହୁଛ ?
ବବୁଲ:- ଆରେ ବେଡା ବୁଝି ନାଇଁ ପାର୍ବାର୍ କେଁ
ଆଉ ଦୁଇ ମାସ୍ ପରେ ହୋ, ପଲାଇ ଜିମା। ଦେଖୁ ଦେଖୁ ଅମର ପ୍ଲସ ଥ୍ରି ସରିଗଲା ଯେ ହୋ ଜାନି ନାଇ ହେଲା।
ଚଇତ ମାସର ଫଳସା ଫୁଲ୍ ଲେଖେନ୍ ଫୁଟି ଝଡିଗଲା ।
ମୁଁ:- ନିରବ…….
ହଁ ସତ କଥା ତ ଏମିତି ବାଲକୋନୀ ରେ ବସୁ ବସୁ ଅଢେଇ ବର୍ଷ ବିତି ଗଲା ଆଉ ମାସ ଦୁଇ , ରାତିର ସପନ୍ ଭଳି ପଲାଇ ଯିବା।
ବବୁଲ:- ସତେ କାହାକେ ଜଣାବି ନେ ପଡେ।
ମୁଁ:- ହଁ ତ…..
କାଲି ଆଉ ଖୋଜିଲା ବେଳେ କେହି ପାଖରେ ନଥିବେ। ଏତେ ଦିନର ସମ୍ପର୍କକୁ ସମସ୍ତେ କିଛି ସମୟରେ ଭାଙ୍ଗି ଦେଇ ସମସ୍ତେ ଚାଲିଯିବେ। କିନ୍ତୁ ଗୋଟାଏ ରାତି ଏମିତି ଆସିବ ସେହି ରାତି ଶୋଇବାକୁ ଦେବ ନାହିଁ, ଅନ୍ଧାର କଠୋରି ଭିତରେ ଆଖିରୁ ଲୁହ ବାହାରିବାରେ ବାଧ୍ୟ କରିବ। ଏବଂ ଟାଣି ନେବ ଅତିତ ଆଡ଼କୁ।
ଅଢେଇ ବର୍ଷର ଆମର ବିତିଥିବା ସମୟ ଦିନେ ସ୍ମୃତି ହୋଇ ଆସିବ ଆଉ କିଛିଟା ମିନିଟ୍ ରେ ଉଭାନ୍ ହୋଇଯିବ । ଆଜି ଯାହା ବାସ୍ତବରେ ଆମେ କରୁଛୁ ତାହା କେବଳ ସ୍ମୃତିରେ ଅତିଥି ଭଳି ଆସି ଚାଳିଯିବ। ମନେ ପଡ଼ିବ ପ୍ରତ୍ୟେକ ଟି ସମୟ ଆଉ ପ୍ରତ୍ୟେକ ଟି ସ୍ଥାନ ପ୍ରତ୍ୟେକ ଟି ମୂହୁର୍ତ୍ତ। ସବୁ ସମୟର ଖେଳ ‘ବର୍ତ୍ତମାନ’, କାଲି ‘ଅତୀତ’ ହୋଇ ପ୍ରକଟିତ ହେବ। ସାଙ୍ଗ ସାଥି ସମସ୍ତେ କାଲି ନିଜ ନିଜ କର୍ମ ପଥରେ ବ୍ୟସ୍ତ ଥିବେ, କାହା ସହ ଭେଟିବାର ତ ଦୂର କଥା କାହା ସହ କେବେ ମନ ଖୋଲି କଥା ଦୁଇ ପଦ ହେବା ମଧ୍ଯ ସ୍ଵପ୍ନ ହୋଇଯିବା। କୁହାଯାଏ ଜୀବନର ଗୋଟିଏ ଗୁରୁତ୍ୟପୂର୍ଣ୍ଣ ସମୟ ହେଉଛି ଗ୍ରାଯୁଏସନ୍ ସମୟ। ଏହି ସମୟ ହିଁ ସୃଷ୍ଟି କରିଥାଏ ଅନେକ ସ୍ମୃତି ଅନେକ ସାଙ୍ଗ ଅନେକ ପରିଚୟ। ଏବଂ ଏହି ସମୟର ଅବଧି ବେଳେ ସମସ୍ତଙ୍କ ଆଖିରେ ଲହୁ ଦେଇ ଯାଏ।

Omkar Vasthu
Omkar Vasthu

ମୁଁ ସମ୍ବଲପୁର ମାଟିରେ ପାଦ ଦେଇଥିଲି ନଭେମ୍ବର ୫ ତାରିଖ ଶୁକ୍ରବାର ଦିନ। ଦିନ ବାର ମନେ ଅଛି କାରଣ ଏହି ଦିନ ମୋ ଜନ୍ମଦିନ ଥିଲା। ମୁଁ ଓ ମୋ ସାଙ୍ଗ ସ୍ୱାଗତ ଦୁହେଁ ଏକା ସାଙ୍ଗରେ ଆସିଥିଲୁ। ସମ୍ବଲପୁର ରେ ନୂଆ ନୂଆ ଆସିଥିବାରୁ ଆମକୁ ଏହାର ପାଣି ପବନ କଥା ଟିକେ ଜଣା ନଥାଏ। ସମ୍ବଲପୁର ସହ ଆମ ଦୁହିଁଙ୍କୁ ପରିଚୟ କରାଇଥିଲେ ଅର୍ପଣ ଦାଦା। ଫେସବୁକ୍ ରେ ଆମ ଭେଟ କିନ୍ତୁ ନିଜ ଭାଇ ଠୁ ମଧ୍ଯ ଅଧିକା ନିଜର ଭାବିଥାଆନ୍ତି। କହିବାକୁ ଗଲେ ଜଣେ ସଂଗ୍ରାମୀ ଭାବାରେ ସେ ସାରା ପଶ୍ଚିମ ଓଡ଼ିଶାରେ ପରିଚିତ। ତାଙ୍କ ଯୋଗୁଁ ମୁଁ ସମ୍ବଲପୁର ର ହାଲ୍ ଜାଣି ପାରିଲି। ସମ୍ବଲପୁର ସହ ଜଡ଼ିତ ହୋଇ ପାରିଲି। ସମ୍ବଲପୁର କୁ ଚିହ୍ନି ପାରିଲି ଏବଂ ସମ୍ବଲପୁର ସହ ମନ ଲଗାଇ ପାରିଲି। ସୃଷ୍ଟି କଲି ନିଜ ପରିଚୟ ଏବଂ ଅଗଣିତ ସାଙ୍ଗ। ସୃଷ୍ଟି ହେଲା ମୋ ଜୀବନର ଗୋଟାଏ ନୂତନ ପୃଷ୍ଠା। ସେହି ପୃଷ୍ଠା ହେଉଛି ସ୍ୱତନ୍ତ୍ର। ସେଠି ସ୍ଥାନ ପାଇବ ମୋ ଜିବନର ଗୋଟାଏ ଗୁରୁତ୍ୱ ବେଳର କାହାଣୀ। ବବୁଲ ଓ ମୁଁ କଥା ହଉ ହଉ ଆଉ ଟିକିଏ ଗଭୀରତା ଆଡେ ଗତି କଲୁ। ମନେ ପକାଇଲୁ ଅଢେଇ ବର୍ଷର ସ୍ମୃତିକୁ। ଛାତ୍ରାବାସ ର ସେହି ରୁମ୍ ନଂ ୩୧ ଆଉ ବାଲକୋନୀ ଆମ ସାଖି ହୋଇ ରହିବ ଚିର ଦୀନ ପାଇଁ। ଏହି ରୁମ୍ ରେ ହିଁ ମୋର ଅସଂଖ୍ୟ ସ୍ମୃତିକୁ ମୁଁ ସମାଧି ଦେଇ ଚାଳି ଯିବି ଆଉ ଦିନ କେତୋଟି ପରେ। ସାଙ୍ଗ ସାଥି ସହ କରିଥିବା ମଜା ଆଉ ଅନେକ କାଣ୍ଡ ମନେ ପଡ଼ିବ ଦିନେ ଆଉ ଝରାଇ ଦେବ ଆଖିର ଲୁହକୁ। ଏହି ସମ୍ବଲପୁର ରେ ହିଁ ମୁଁ ପାଇଛି ଖୋଲା ହୃଦୟ ବାଲା ସାଙ୍ଗ। ଓଡ଼ିଶାର ବିଭିନ୍ନ ଅଂଚଳରୁ ଆସିଥିବା ବିଭିନ୍ନ ପ୍ରକାରର ପିଲା କିଛି ଦିନ ପରେ ସମସ୍ତେ ନିଜର ନିଜର ଲାଗନ୍ତି। ସମସ୍ତେ ସମସ୍ତଙ୍କ ହୃଦୟର ରହି ଯାଆନ୍ତି, ଗୋଟିଏ ସ୍ଵତନ୍ତ୍ର ସ୍ଥାନରେ। ସମସ୍ତଙ୍କ ଏକାଠି ପାରେ ଛାତ୍ରାବାସର ମାହୋଲ୍ ଟା କିଛି ଅଲଗା ଅଲଗା ଲାଗେ। ସମସ୍ତଙ୍କ ସହ ଥଟା ମଜା ମନକୁ ଆନନ୍ଦିତ କରେ। କହିବାକୁ ଗଲେ ଭାଇଚାରା ସୃଷ୍ଟି କରିବାର ଯାଗା ହେଉଛି ଛାତ୍ରାବାସ। ସମସ୍ତଙ୍କୁ ଏକାଠି ବାନ୍ଧି ରଖେ ଏବଂ ବର୍ଷାଇଥାଏ ପ୍ରେମର ବାସ୍ନା।
ଠିକ୍ ସେହିଭଳି,, ଅନେକ ସ୍ମୃତି ସୃଷ୍ଟି କରିଛି ଆମ ଓଡ଼ିଆ ବିଭାଗ। ଏବଂ ସାଙ୍ଗ ମାନଙ୍କ ସହ ସେହି ଓଡିଆ ବିଭଗ ପିଜି ରୁମ୍ ଦେଇଛି ଅନେକ ସ୍ମୃତି ଏବଂ ଯେଉଁ ସ୍ମୃତିକୁ ଏକାଠି କରିବା ସତେ କେତେ କଷ୍ଟ। ସମସ୍ତଙ୍କ ସହ ମିସି ବୁଲିବା, ସମସ୍ତଙ୍କ ସହଯୋଗ ରେ ବିଭାଗରେ ସେମିନାର କରିବା, ବଣଭୋଜି ଯିବା ନୁତନ ଛାତ୍ର ମାନଙ୍କୁ ସ୍ୱାଗତ ଜଣାଇବା ଏବଂ ବିଦାୟ ସମ୍ଭର୍ଦ୍ଧନ ଦେବା ଭଳି କେତେ କାର୍ଯ୍ୟ ଆମ ସମସ୍ତଙ୍କୁ ଏକାଠି କରିବାରେ ସହଯୋଗ ହୋଇଛି। ଆଉ କିଛି ଦିନ ପରେ ଆମକୁ ବିଦାୟ ଦେଇ ଚିରଦିନ ପାଇଁ ଆମକୁ ବିଭାଗରୁ ବିଦାୟ କରିବେ। ବିଧିର ବିଧାନ ଆସିଛୁ ଏ ଧରାକୁ ତ ଦିନେ ଯିବା ମଧ୍ଯ। ଏହାକୁ କିଏ ଅଟକାଇ ପାରିଛି ନା ପାରିବ। କିନ୍ତୁ ଆସିବ ଆଉ ଯିବା ମଧ୍ୟରେ ରହି ଯାଏ ଯେଉଁ ଫାଙ୍କା ସ୍ଥାନ, ସେହି ସ୍ଥାନ ହଁ ସୃଷ୍ଟି କରେ ଗୋଟାଏ ସ୍ଵତନ୍ତ୍ର ସ୍ଥାନ । ଦୁନିଆର ସମସ୍ତ ଦୁଃଖ ଗୋଟାଏ ପଟ ହେଲା ବେଳେ ସହପାଟି ଗଣଙ୍କୁ ଛାଡି ଯିବା ଦୁଃଖ ଆଉ ଗୋଟେ ପଟ। ଘରୁ ବିଦାୟ ନେଲାବେଳେ ଗୋଟାଏ କନ୍ୟାର ମନ ଯେମିତି ଲାହୁରେ ଜର୍ଜରିତ ହୋଇଥାଏ ଠିକ୍ ସେହିପରି ସହପାଠୀ, ଅନ୍ତରଙ୍ଗ ବନ୍ଧୁ ପ୍ରିୟତମା କୁ ଛାଡି ଦୂରକୁ ଗଲାବେଳେ ମଧ୍ଯ ମନ ଲାହୁଭୂତ ହୋଇଉଠେ। ସମସ୍ତେ ନିଜର ଥିବେ କିନ୍ତୁ କେହିମଧ୍ୟ ପାଖେ ନଥିବେ। ଏମିତି ପ୍ରିୟତମ, ସମସ୍ତ ସହପାଠୀ, ସମସ୍ତ ଗୁରୁ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଏବଂ ସମ୍ବଲପୁର ମାଟି କୁ ଛାଡ଼ିବାକୁ ବାଧ୍ୟ ହେବୁ। ଏ କଥା ଭାବିଲେ ସତେ ଆତ୍ମା କାନ୍ଦି ଉଠୁଛି କିନ୍ତୁ ଅଖି ଇଚ୍ଛା ସତ୍ତ୍ଵେ ମଧ୍ଯ ଲୁହ ବାହାର କରୁନାହିଁ। ପରିସ୍ଥିତି ଏମିତି “”ବେଳ କହୁଛି ରହିଯା, କାଳ ଡାକୁଛି ଆ ଆ “”। ଏମିତି ବାଲକୋନୀ ରେ ବସି ସୁଲୁସୁଲିଆ ପବନ୍ ର ତାଳେ ତାଳେ ଅତୀତର ସେହି ଗହଳି ହାଟ ମଧ୍ୟରେ ହଯି ଯାଇଥିଲୁ। ସବୁ ଜିନିଷ ତ ସୁନ୍ଦର୍ ଲାଗୁଥାଏ କିନ୍ତୁ ଛୁଇଁବାକୁ ସାହାସ ଯୁଟୁ ନଥାଏ କି ଫେରିବାକୁ ମନ ମାନୁ ନଥାଏ। ଏହି ସମୟରେ ଉପର୍ ଫ୍ଲୋର ରୁ ଡାକଦେଲା ଆକାଶ ଭାଇ
:-“”ଦାଦା ସେମିନାର ନାଇଁ ଜ କେଁ “”
ହଠାତ୍ ଦୁହେଁ ତା ଆଡ଼କୁ ଚାହିଁଲୁ। ମନେ ପଡିଗଲା ଆଜି ସେମିନାର ଅଛି। ଆଜି ମଧ୍ଯ କିଛି ସ୍ମୃତି ଆମ ସହ ଯୁଟିବ। ଭବିଷ୍ୟତ ରେ ଆମକୁ କଲବଲ୍ କରିବ। ହଉ ସହି ଦେବା।ବବୁଲ ସମୟ ଦେଖିବା ବେଳେ ପ୍ରାୟ ଏଗାରଟା ପାଖାପାଖି ଦୁହେଁ ଉଠି ସଜବାଜ ହୋଇ ଚାଲିଲୁ ପୁଣି କିଛି ସ୍ମୃତିକୁ ମୋ ଗଳ୍ପରେ ଜଡିତ କରିବା ପାଇଁ।

Pearl dental clinic
Near Ashish Medical Store, Bhawanipatna
ସ୍ନାତକ ଓଡ଼ିଆ ବିଭାଗ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ସମ୍ବଲପୁର
ମୋ: ୮୧୪୪୧୬୬୩୬୦

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.