ମା ତାରା ତାରିଣୀଙ୍କ ଚୈତ୍ର ପର୍ବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଚଳିତ ମାସ ୨୬ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ଚୈତ୍ର ପର୍ବ ଅନୁଷ୍ଠିତ ହେବ । ଏହି ଚୈତ୍ର ପର୍ବ ୫ ପାଳି ଅର୍ଥାତ୍ ମାର୍ଚ୍ଚ ମାସ ୨୬, ଅପ୍ରେଲ ମାସ ୨, ୯, ୧୬ ତାରିଖ ଓ ୨୩ ତାରିଖ ଦିନ ଅନୁଷ୍ଠିତ ହେବ । ଏହାକୁ ଶାନ୍ତି ଶୃଙ୍ଖଳାର ସହିତ କିଭଳି ଆୟୋଜନ କରାଯିବ ଏଥି ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେଯେ, ଚଳିତ ବର୍ଷ ମା ତାରାତାରିଣୀଙ୍କ ଦର୍ଶନ ନିମନ୍ତେ ଅନେକ ଭକ୍ତ ତଥା ମାନସିକଧାରୀ ବହୁ ସଂଖ୍ୟାରେ ଯୋଗଦାନ କରିବେ । ତେଣୁକରି ପ୍ରବଳ ଜନଗହଳି ଓ ଉତ୍ତପ୍ତ ଖରାକୁ ଆଖି ଆଗରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ପଡିବ । ଭକ୍ତ ମାନଙ୍କ ଯାତାୟତ, ସେମାନଙ୍କ ବସିବା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମୁଣ୍ଡନ ସକାଶେ ସ୍ଥାନ, ଆଲୋକ ବ୍ୟବସ୍ଥା, ଦୀପ ଲଗାଇବା ସ୍ଥାନ, ଧାଡି ର ବ୍ୟବସ୍ତା ଇତ୍ୟାଦିର ସୁବ୍ୟବସ୍ଥା ଯେପରି ସଠିକ ହେବ ସେଥି ସକାଶେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ସମସ୍ତଙ୍କୁ ସ୍ବାଗତ ଜଣାଇ ଚୈତ୍ର ପର୍ବ ଆୟୋଜନ ସକାଶେ ବିଭିନ୍ନ ପ୍ରସ୍ତାବ ଗୁଡିକ ଆଗତ କରିଥିଲେ । ମନ୍ଦିରର ସାଜସଜ୍ଜା, ତୋରଣ ନିର୍ମାଣ, ଦୈନିକ ପୂଜା ବିଧି, ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା ଚଳିତ ବର୍ଷ ମୁଣ୍ଡନ ସକାଶେ ବିଗତ ବର୍ଷ ଭଳି ୪ ଗୋଟି ସ୍ଥାନ ହେବ ତତ୍ ସହିତ ଅତିରିକ୍ତ ଆଉ ୨ ଟି ସ୍ଥାନ ଏ ଭଳି ସମୁଦାୟ ୬ ଗୋଟି ସ୍ଥାନରେ କରାଯିବ । ନଦୀ କୂଳରେ ଭକ୍ତଗଣ କିଭଳି ସୁବିଧାରେ ଗାଧୋଇବା ସହିତ ଜଳ ଉଠାଇ ପାରିବେ ସେଥି ସକାଶେ ସୁ ବ୍ୟବସ୍ଥା ଓ ଆଲୋକୀ କରଣ ହେବ । ମନ୍ଦିର ପରିସରରେ ମାଙ୍କଡ ମାନଙ୍କ ଉପଦ୍ରବ ରୋକିବା ବ୍ୟବସ୍ଥା ଓ ସେମାନଙ୍କ ମଳ ପରିସ୍କାର ଅବିରତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ତିନି ଗୋଟି ସ୍ଥାନରେ ଯାନ ବାହନ ରଖିବା ସକାଶେ ଅତ୍ୟଧିକ ପାର୍କିଂ ବ୍ୟବସ୍ଥା କରାଯିବ । ପାଇପ୍ ଯୋଗେ ପାନୀୟଜଳ ଯଥେଷ୍ଟ ପରିମାଣରେ ଯୋଗାଣ ହେବ । ଅସ୍ଥାୟୀ ପରିସ୍ରାଗାର ନିର୍ମାଣ ହେବା ସହିତ ନବ ନିର୍ମିତ ସ୍ଥାୟୀ ଶୌଚାଳୟ ଗୁଡିକ ଜନ ସାଧାରଣ ଯେପରି ବ୍ୟବହାର କରିବେ ତାର ବ୍ୟବସ୍ଥା କରାଯିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରବଳ ଜନ ଗହଳିକୁ ଦୃଷ୍ଟିରେ ରଖି ଭକ୍ତ ମାନଙ୍କ ଯାତାୟତ ନିମନ୍ତେ ବିଗତ ବର୍ଷ ୬ ଟି ବସ୍ ନିୟୋଜିତ ହୋଇଥିବା ସ୍ଥଳେ ଚଳିତ ବର୍ଷ ୨୦ ରୁ ୨୫ ଗୋଟି ଗୋଟି ବସ୍ ର ବ୍ୟବସ୍ଥା କରାଯିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଖାଦ୍ୟର ମାନ ଯାଂଚ, ସଫେଇ କାର୍ଯ୍ୟ, ପାର୍କିଂ ଦରକୁ ସିମୀତ ରଖାଯିବ । ବିଭିନ୍ନ ସ୍ଥାନରେ ଦୀପ ଜାଳିବା ବ୍ୟବସ୍ଥା କରାଯିବ । ମନ୍ଦିର ପଠା କଡ ଗୁଡିକରେ ବାରିକେଡ ବ୍ୟବସ୍ଥା କରାଯିବ । ଚଳିତ ବର୍ଷ ନୂତନ ବ୍ରିଜ ନିର୍ମାଣ ହୋଇଥିବା ହେତୁ ତାହାକୁ ଆଖି ଆଗରେ ରଖି ଟ୍ରାଫିକ ବ୍ୟବସ୍ଥା କରାଯିବ । ଅଗ୍ନିଶମ ନିର୍ବାପକ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସମେତ ଚଳିତ ବର୍ଷ ପ୍ରବଳ ଗରମ ହେବା ସମ୍ଭାବନା ଥିବା ହେତୁ ଅଂଶୁଘାତ ଚିକିତ୍ସା ସକାଶେ ନିକଟସ୍ଥ ଚିକିତ୍ସାଳୟରେ ପୂର୍ବ ପ୍ରସ୍ତୁତି କରି ରହିବାକୁ କୁହାଯାଇଛି । ବିଗତ ବର୍ଷ ଯାହା ସବୁ ଅସୁବିଧା ହୋଇଥିଲା ତାହା ଯେପରି ପୁନରାବୃତ୍ତି ହେବ ନାହିଁ ସେଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

Udyog Nursery
Udyogi Nursery

ଏହି ବୈଠକରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଟେଲ, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ବ୍ରହ୍ମପୁର ଉନ୍ନୟନ ପରିଷଦ ସଚିବ ରମେଶ ହାଁସଦା, ପୁରୁଷୋତ୍ତମପୁରବ୍ଲକ ବିଡ଼ିଓ ମନୋଜ କୁମାର ନାୟକ,ପୁରୁଷୋତ୍ତମପୁର ତହସିଲଦାର ଲୋପାମୁଦ୍ରା ରଥ, ପୁରୁଷୋତ୍ତମପୁର ଏସ୍.ଡି.ପି.ଓ. ରଜନୀ କାନ୍ତ ସାମଲ, ଜିଲ୍ଲା ସୂଚନାଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ମନ୍ଦିର ଟ୍ରଷ୍ଟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ମୁଖ୍ୟ ଜିଲ୍ଲା ଯେୋଗାଣ ଅଧିକାରୀ ପୁଷା ମୁଣ୍ଡା, ବରିଷ୍ଠ ସେବାୟତ ବାପୁଜୀ ରଣାଙ୍କ ସମେତ ଅନ୍ୟାନ୍ୟ ସେବାୟତ ଏବଂ ସାମ୍ବାଦିକଗଣ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.