ଫକୀରମୋହନ ସାହିତ୍ଯ ପରିଷଦ ପକ୍ଷରୁ ଶାନ୍ତକାନନ ଠାରେ ପାଳିତ ହେଲା ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଭାଷା ଯେତେ ସମୃଦ୍ଧ ହୋଇଥାଉନା କାହିଁକି ତାହା ଯଦି ତୁଣ୍ଡ ଓ ଦାଣ୍ଡର ଭାଷା ନହୁଏ ବେଶି କାଳ ତିଷ୍ଠି ରହିପାରିବ ନାହିଁ । ତେଣୁ ସମସ୍ତ ଓଡ଼ିଆ ନିଜ ନିଜ ମଧ୍ୟରେ କଥୋପକଥନ ସମୟରେ ନିଜ ମାତୃଭାଷା ବ୍ୟବହାର କରିବା ଉଚିତ ବୋଲି ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ କବିତୀର୍ଥ ଶାନ୍ତକାନନ ଠାରେ ଆୟୋଜିତ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

ପରିଷଦର ଉପସଭାପତି ଦୀନବନ୍ଧୁ ଲେଙ୍କାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ‘ଅକ୍ଷାଂଶ’ର ସଂପାଦକ ଓ କବି ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ବିଶିଷ୍ଟ ଗବେଷକ ଓ ପ୍ରାବନ୍ଧିକ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଓ ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ନାୟକ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଉକ୍ତ ମହାବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଛାତ୍ରୀ ଦୟାନିଧ୍ୟ ସେନାପତି, ଦିନେଶ କୁମାର ନାଏକ, ଚନ୍ଦନ ସିଂ, ସମୀର କୁମାର ସେନାପତି, ବିଦ୍ୟୁତପ୍ରଭା ପତି, ଲକ୍ଷ୍ମୀ ଦେହୁରୀ, ସବିତା ସାମନ୍ତ, ମୋନାଲିସା ଦାସ, ମନ୍ଦାକିନୀ ଦାସ, ଓ ଅନିଷା ନାୟକ ଅତିଥି ବକ୍ତା ଭାବେ ଯୋଗ ଦେଇ ଓଡ଼ିଆ ଭାଷାର ଇତିହାସ, ବର୍ତ୍ତମାନର ସ୍ଥିତି ଓ ଉଜ୍ଜ୍ବଳ ଭବିଷ୍ୟତ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ପରିଷଦର ସଂପାଦକ ଦୀପକ ବୋଷ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁଗ୍ମ ସଂପାଦିକା କଲ୍ୟାଣୀ ନନ୍ଦ ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ଅନ୍ୟତମ ଯୁଗ୍ମ ସଂପାଦକ ଡକ୍ଟର ସାରଙ୍ଗଧର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.