ସାମ୍ୱାଦିକ ବିନୟ ପ୍ରଧାନଙ୍କ ଗଙ୍ଗା ଶ୍ରାଦ୍ଧ ଅବସରରେ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର ସ୍ଥିତ ଭଗବତୀ କଲ୍ୟାଣ ମଣ୍ଡପ ଠାରେ ଗତ ମାର୍ଚ୍ଚ ୨ ତାରିଖ ସ୍ଵର୍ଗାରୋହଣ କରିଥିବା ବରିଷ୍ଠ ସାମ୍ବାଦିକ ତଥା ଲେଖକ ସ୍ବର୍ଗତ ବିନୟ ରଞ୍ଜନ ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମଲ, ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ସଂଘ କର୍ମକର୍ତା ଓ ଉପଦେଷ୍ଟାଙ୍କ ସହ ସ୍ବର୍ଗତ ସାମ୍ୱାଦିକ ଶ୍ରୀ ପ୍ରଧାନଙ୍କ ଶୋକ ସନ୍ତପ୍ତ ପରିବାର ପାଖକୁ ପହଞ୍ଚି ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା ପକ୍ଷରୁ ପ୍ରଦତ୍ତ ୧୫୦୦୦/- (ପନ୍ଦର ହଜାର ଟଙ୍କା) ଆର୍ଥିକ ସହାୟତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ତାଙ୍କ ନାତୁଣୀର ଉଚ୍ଚ ଶିକ୍ଷା ପାଇଁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗଇଦେବାକୁ ନିର୍ଭର ପ୍ରତିଶୁତି ରଖି ସାନ୍ତ୍ଵନା ଦେଇଥିଲେ। ପରେ ସ୍ମୃତି ସଭାରେ ସ୍ୱର୍ଗତ ପ୍ରଧାନ ଭୌତିକ ଦୃଷ୍ଟିରୁ ସ୍ୱଚ୍ଛଳ ତଥା ଉଚ୍ଚ ଶିକ୍ଷିତ ନ ଥିଲେ ବି ତାଙ୍କ ବିନୟ ଗୁଣ ହିଁ ତାଙ୍କ ନାମକୁ ସାର୍ଥକତା କରିବା ଅନ୍ୟ ମ୍ୟାନଙ୍କ ପାଇଁ ଉଦାହରଣ ବୋଲି ବକ୍ତା ମାନେ ମତ ରଖିଥିଲେ। ସୁବର୍ଣ୍ଣପୁର ଏସପି, ଏଡିଏମ୍ ଓ ଜିଲ୍ଲା ପ୍ରଶାସନର ଆଜିର ମାନବୀୟ କାର୍ଯ୍ଯକୁ ସହର ତଥା ଜିଲ୍ଲା ବୁଦ୍ଧିଜିବୀ ଉଚ୍ୱସିତ ପ୍ରଶଂସା କରିଛନ୍ତି। ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ, ସଂପାଦକ ବ୍ୟୋମକେଶ ଦାଶ, ଇନ୍ଦ୍ରମଣୀ ଦାଶ, ପ୍ରଫେସର ନିଳାମ୍ବର ଶତପଥି, ନବକିଶୋର ମିଶ୍ର, ଅଧ୍ୟାପକ ଡ଼. ସୌରଭ ରଞ୍ଜନ ଖମାରୀ, ଅଧ୍ୟାପକ ମଦନ ସୁନ୍ଦର କ୍ଷେତି, କ୍ଷିରୋଦ କୁମାର ମେହେର, ଓଡିଶା ସାମ୍ବାଦିକ ସଂଘ ର ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ସମ୍ପାଦକ ମହାଦେବ ମଲ୍ଲିକ, ଦିଲ୍ଲୀପ ପାତ୍ର, ବୌଦ୍ଧ ଜିଲ୍ଲା ସଭାପତି ପୂର୍ଣଚରଣ ସାହୁ, କଣ୍ଟାମାଳ ସାମ୍ୱାଦିକ ସଂଘ ସଭାପତି ସୁଶୀଳ କୁମାର୍ ମିଶ୍ର, ଓଜେୟୁ ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିଲ କମଲ ମିଶ୍ର, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଶିକ୍ଷାବିତ ବ୍ରଜମୋହନ ଦାନୀ, ଇନ୍ଦୁମତୀ ପୁରୋହିତ, ଆଇନଜୀବୀ ପ୍ରଦୀପ ପୁରୋହିତ, ସ୍ୱଚ୍ଛ ଭାରତ ସଂଗଠନ ର ସଭାପତି ଅଲ୍ଲୀମୁଲ ଇସଲାମ, ଗଦାଧର ବାରିକ, ଲଡ଼ୁକିଶୋର ମଲ୍ଲିକ, ବଂଶୀଧର ମାଝୀ, ଚୌଧୁରୀ ବିଭାର, ହରିହର ଶତପଥି, ନିରଂଜନ ତ୍ରୀପାଠୀ, କୃଷ୍ଣ ମେହେର ପ୍ରମୁଖ ଉଭୟ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଈ ସ୍ମୃତି ଚାରଣ କରିଥିଲେ। ଏହି ସ୍ମୃତି ସଭା ଓ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ସହରର ସ୍ଵଚ୍ଛଭାରତ ସଂଗଠନ, ଗୋପାଳଜୀ ଯୋଗାଳୟ, ଜିଲ୍ଲା ପେନସନର୍ସ ସଂଘ, ପଏଁରୀ ଇତ୍ୟାଦି ପ୍ରମୁଖ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦାନ କରି ସ୍ଵର୍ଗତ ବିନୟ ରଞ୍ଜନ ପ୍ରଧାନ ଙ୍କ ସ୍ମୃତି ଚାରଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କିଛି ଆର୍ଥିକ ସହାୟତା ମଧ୍ଯ କରିଥିଲେ। ପ୍ରକାଶ ଯୋଗ୍ୟ ଯେ ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ୨୦୧୩ ରୁ ଶ୍ରୀ ପଧାନଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ଆଜୀବନ ପେନସନ ବ୍ୟବସ୍ଥା କରଯାଇଥିଲା ଏବଂ ଏହି ସହାୟତା ରାଶିକୁ ତାଙ୍କ ନାତୁଣୀର ଶିକ୍ଷା ସହାୟତା ପାଇଁ ଜାରି ରଖିବା ପାଇଁ ସଭାରେ ସଂଘ ସଂକଳ୍ପ ନେଇଥିବା ପ୍ରକାଶ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.